ତୁର୍କୀ ଭୂମି କମ୍ପ, ମିଳିଲା ନିଖୋଜ ଭାରତୀୟଙ୍କ ମୃତ ଦେହ
ଣେ ନିଖୋଜ ଭାରତୀୟଙ୍କ ମୃତ ଦେହ ମିଳିଛି । ମୃତକ ଜଣକ ବିଜୟ କୁମାର ବୋଲି ଚିହ୍ନଟ କରାଯାଇଛି । ଭାରତୀୟ ଦୂତାବାସ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ସେ ବେଙ୍ଗାଲୁରୁସ୍ଥିତ ଏକ କମ୍ପାନିରେ କାମ କରୁଥିଲେ ଓ କମ୍ପାନୀ କାମରେ ତୁର୍କୀ ଯାଇଥିଲେ ।

ନୂଆଦିଲ୍ଲୀ : ତୁର୍କୀ ଏବଂ ସିରିୟାରେ ହୋଇଥିବା ଭୟଙ୍କର ଭୂମି କମ୍ପରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସାରା ସହର ଧ୍ୱଂସ ହୋଇଯାଇଛି । ଭୂମିକମ୍ପକୁ ପ୍ରାୟ 6 ଦିନ ବିତିଯାଇଛି । ଏହି ଦୁଃଖଦ ଘଟଣାରେ ମୃତ୍ୟୁ ସଂଖ୍ୟା ପ୍ରାୟ 25 ହଜାର ପାର୍ ହୋଇଛି । ତଥାପି ଧ୍ୱଂସାବଶେଷ ତଳେ ଆହୁରି ହଜାର ହଜାର ଲୋକ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ ତଥାପି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଏହି ସମୟରେ ଜଣେ ନିଖୋଜ ଭାରତୀୟଙ୍କ ମୃତ ଦେହ ମିଳିଛି । ମୃତକ ଜଣକ ବିଜୟ କୁମାର ବୋଲି ଚିହ୍ନଟ କରାଯାଇଛି । ଭାରତୀୟ ଦୂତାବାସ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ସେ ବେଙ୍ଗାଲୁରୁସ୍ଥିତ ଏକ କମ୍ପାନିରେ କାମ କରୁଥିଲେ ଓ କମ୍ପାନୀ କାମରେ ତୁର୍କୀ ଯାଇଥିଲେ ।
ତାଙ୍କ ମୃତ ଦେହକୁ ପ୍ରଥମେ ଚିହ୍ନଟ କରିହେଉନଥିଲା । କିନ୍ତୁ ପରିବାରଲୋକେ ତାଙ୍କ ହାତରେ ଥିବା ଏକ ଟାଟୁରୁ ତାଙ୍କୁ ଚିହ୍ନଟ କରିଥିଲେ । ତାଙ୍କ ମୃତଦେହକୁ ଭାରତ ଫେରାଇ ଆଣିବାକୁ ସବୁପ୍ରକାରର ବନ୍ଦୋବସ୍ତ କରାଯାଉଛି ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି । ଗତ ବୁଧବାରଦିନ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଥିଲା ଯେ ତୁର୍କୀରେ ଜଣେ ଭାରତୀୟ ନିଖୋଜ ଅଛନ୍ତି ଓ ଆଉ 10 ଜଣ ଫସି ରହିଛନ୍ତି । ତେବେ ନିଖୋଜ ଲୋକମାନେ ସୁରକ୍ଷିତ ଅଛନ୍ତି ବୋଲି ଦୂତାବାସ ପକ୍ଷରୁ କୁହାଯାଇଥିଲା ।












Click it and Unblock the Notifications