ଜାମ୍ମୁ ରେ ଭୁଷୁଡ଼ିଲା ନିର୍ମାଣଧୀନ ଟନେଲ୍, ଫସି ରହିଛନ୍ତି 9 ଶ୍ରମିକ, ଜଣଙ୍କ ମୃତଦେହ ଉଦ୍ଧାର
ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ରାମବନ ମେକରକୋଟ ଅଞ୍ଚଳରେ ଏକ ନିର୍ମାଣାଧୀନ ଟନେଲ ଭୁଷୁଡ଼ି ପଡ଼ିଛି । ଫଳରେ ମାଟି ତଳେ ଦଶଜଣ ଶ୍ରମିକ ଫସି ରହିଥିଲେ । ଆଜି ମାଟି ତଳୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ।
ଜାମ୍ମୁ : ଗୁରୁବାର ବିଳମ୍ବିତ ରାତିରେ ଜାମ୍ମୁ ରାମବାନ୍ ଠାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ରାମବନ ମେକରକୋଟ ଅଞ୍ଚଳରେ ଏକ ନିର୍ମାଣାଧୀନ ଟନେଲ ଭୁଷୁଡ଼ି ପଡ଼ିଛି । ଫଳରେ ମାଟି ତଳେ ଦଶଜଣ ଶ୍ରମିକ ଫସି ରହିଥିଲେ । ଆଜି ମାଟି ତଳୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

ଗତକାଲି 3 ଜଣ ଆହତଙ୍କୁ ଉଦ୍ଧାର କରାଯାଇଥିଲା, NDRF, SDRF, QRT ଏବଂ ସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ଦୁର୍ଘଟଣା ପରେ ଜାମ୍ମୁ କାଶ୍ମୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ପୋଲିସ-ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏଥି ସହ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ ଦୁର୍ଘଟଣା ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଅଧିକାରୀଙ୍କଠାରୁ ସୂଚନା ନେଇଛନ୍ତି । ଜିତେନ୍ଦ୍ର ସିଂହ ଟ୍ୱିଟ୍ କରି କହିଛନ୍ତି ଯେ ପୋଲିସ-ପ୍ରଶାସନ ଦଳ ନିରନ୍ତର ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ସୂଚନା ଅନୁସାରେ, 44 ନମ୍ବର ଜାତୀୟ ରାଜପଥର ଲ୍ୟାଣ୍ଡସାଇଡ ପ୍ରବଳ ଅଞ୍ଚଳରେ ବାଇ-ପାସ ନିର୍ମାଣ କାର୍ଯ୍ୟ ଚାଲିଥିଲା । ନିର୍ମାଣ କାର୍ଯ୍ୟରେ ନିୟୋଜିତ ତିନି ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି ବୋଲି ରାମବନ ଡେପୁଟି କମିସନର ସୂଚନା ଦେଇଛନ୍ତି ।
ଅନ୍ୟପଟେ, ପାହାଡ଼ରୁ ଲଗାତାର ପଥର ଧସୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ଦୁଇ ଜଣ ନେପାଳର ହୋଇଥିବା ବେଳେ ଜଣେ ଆସାମ ଓ ଅନ୍ୟ ଦୁଇଜଣ ସ୍ଥାନୀୟ ଲୋକ ହୋଇଥିବା ସୂଚନା ମିଳିଛି ।












Click it and Unblock the Notifications