‘ଟ୍ୟୁସନ ଫି ଶସ୍ତା ହେବା ଉଚିତ୍, ଲାଭ ପାଇବା ପାଇଁ ଶିକ୍ଷା ଏକ ବ୍ୟବସାୟ ନୁହେଁ' - ସୁପ୍ରିମ କୋର୍ଟ

ଶିକ୍ଷା ଲାଭଜନକ ବ୍ୟବସାୟ ନୁହେଁ ଏବଂ ଟ୍ୟୁସନ ଫି ସବୁବେଳେ ପୈଠ କରିପାରିବା ଭଳି ହେବା ଉଚିତ୍ । ଏପରି ରାୟ ଶୁଣାଣି କରିଛନ୍ତି ସୁପ୍ରିମ କୋର୍ଟ ।

ନୂଆଦିଲ୍ଲୀ : ଶିକ୍ଷା ଲାଭଜନକ ବ୍ୟବସାୟ ନୁହେଁ ଏବଂ ଟ୍ୟୁସନ ଫି ସବୁବେଳେ ପୈଠ କରିପାରିବା ଭଳି ହେବା ଉଚିତ୍ । ଏପରି ରାୟ ଶୁଣାଣି କରିଛନ୍ତି ସୁପ୍ରିମ କୋର୍ଟ । କୋର୍ଟ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ସରକାର ଏହି ଫିସ୍ ବାର୍ଷିକ 24 ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଧାର୍ଯ୍ୟ ଶୁଳ୍କଠାରୁ ସାତଗୁଣ ଅଧିକ । ଏହା ଆଦୌ ଠିକ୍ ନୁହେଁ । ସୋମବାର ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ ସମର୍ଥନ କରି ଜଷ୍ଟିସ ଏମ.ଆର. ଶାହ ଏବଂ ଜଷ୍ଟିସ୍ ସୁଧାଂଶୁ ଧୁଲିଆ ଏହି ଟିପ୍ପଣୀ କରିଛନ୍ତି ।

supreme court

ଏହି ମାମଲାର ଶୁଣାଣି କରି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏମବିବିଏସ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଟ୍ୟୁସନ ଫି ବୃଦ୍ଧି କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ । ଆନ୍ଧ୍ରପ୍ରଦେଶ ସରକାର 6 ସେପ୍ଟେମ୍ବର 2017 ରେ MBBS ଛାତ୍ରମାନଙ୍କ ଟ୍ୟୁସନ ଫି ବଢାଇଥିଲେ । କୋର୍ଟ କହିଛନ୍ତି ଯେ, ଆମର ମତ ଯେ ହାଇକୋର୍ଟ 6 ସେପ୍ଟେମ୍ବର, 2017 ତାରିଖର ସରକାରୀ ଆଦେଶକୁ ପୃଥକ କରିବା ଏବଂ ବ୍ଲକ ବର୍ଷ 2017-2020 ପାଇଁ ଟ୍ୟୁସନ ଫି ବୃଦ୍ଧି କରିବାରେ କୌଣସି ଭୁଲ କରିନାହାଁନ୍ତି ।

କୋର୍ଟ କହିଛନ୍ତି ଯେ ବାର୍ଷିକ 24 ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଅର୍ଥାତ୍ ପୂର୍ବ ନିର୍ଦ୍ଧାରିତ ଶୁଳ୍କଠାରୁ ସାତଗୁଣ ଅଧିକ ଆଦୌ ଯଥାର୍ଥ ନୁହେଁ । ଶିକ୍ଷା ଲାଭ କରିବାର ମାଧ୍ୟମ ନୁହେଁ । ଟ୍ୟୁସନ ଫି ସବୁବେଳେ କମ୍ ହେବା ଉଚିତ । ଅଦାଲତ କହିଛନ୍ତି ଯେ ଟ୍ୟୁସନ ଫି ନିର୍ଣ୍ଣୟ / ସମୀକ୍ଷା କରିବାବେଳେ ଆଡମିଶନ ଏବଂ ଫି ନିୟାମକ କମିଟି (AFRC) ଦ୍ୱାରା ଏହିସବୁ ବିଷୟ ଉପରେ ବିଚାର କରାଯିବା ଆବଶ୍ୟକ ।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ହାଇକୋର୍ଟ 6 ସେପ୍ଟେମ୍ବର, 2017 ତାରିଖ ରେ ସରକାରୀ ଆଦେଶ ଅନୁସାରେ ଜମା ହୋଇଥିବା ଜମା ରାଶି ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେବାରେ କୌଣସି ତ୍ରୁଟି କରିନାହାଁନ୍ତି । '06.09.2017 ତାରିଖ ବେଆଇନ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଆଦାୟ ହୋଇଥିବପା ରାଶି ନିଜ ପାଖରେ ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ । ମେଡିକାଲ କଲେଜଗୁଡିକ ସରକାରଙ୍କ 6 ସେପ୍ଟେମ୍ବର 2017 ତାରିଖର ବେଆଇନ ଆଦେଶର ଲାଭ ଉଠାଇବାକୁ ଯାଉଛନ୍ତି ଯାହା ହାଇକୋର୍ଟଙ୍କ ଦ୍ୱାରା ଠିକ୍ ଭାବରେ ଖାରଜ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+