Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ସୀମାପୁରୀ ଅଞ୍ଚଳରେ ଡିଭାଇଡର୍ ଉପରେ ଶୋଇଥିବା ଛଅ ଜଣଙ୍କ ଉପରେ ଚଢିଗଲା ଟ୍ରକ୍, 4 ମୃତ

ରାଜଧାନୀ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ବିଳମ୍ବିତ ରାତିରେ ଡିଭାଇଡର୍ ଉପରେ ଶୋଇଥିବା ଲୋକଙ୍କ ଉପରେ ଟ୍ରକ୍ ମାଡ଼ି ଯାଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି ।

ଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ବିଳମ୍ବିତ ରାତିରେ ଡିଭାଇଡର୍ ଉପରେ ଶୋଇଥିବା ଲୋକଙ୍କ ଉପରେ ଟ୍ରକ୍ ମାଡ଼ି ଯାଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ପୋଲିସର ସୂଚନାନୁସାରେ, ସୀମାପୁରୀରେ ଡିଟିସି ଡିପୋ ରେଡ୍ ଲାଇଟ୍ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

delhi accident

ମିଳିଥିବା ସୂଚନା ଅନୁସାରେ, 20 ସେପ୍ଟେମ୍ବର ବିଳମ୍ବିତ ରାତି ପ୍ରାୟ 02 ଟା ସମୟରେ ସୀମାପୁରୀରେ ଡିଟିସି ଡିପୋ ରେଡ୍ ଲାଇଟ୍ ଅତିକ୍ରମ କରୁଥିବା ଏକ ଟ୍ରକ୍ DLF ଟି ପଏଣ୍ଟ ଆଡକୁ ଦ୍ରୁତ ଗତିରେ ଯାଉଥିଲା । ଏହି ସମୟରେ ଟ୍ରକଟି ରାସ୍ତାର ଡିଭାଇଡ଼ରରେ ଶୋଇଥିବା 6 ଜଣଙ୍କ ଉପରେ ଚଢିଯାଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସା ସମୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଦୁର୍ଘଟଣାରେ ଆହତ ଦୁଇ ଜଣଙ୍କୁ ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି ।

ଏହି ଦୁର୍ଘଟଣାରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇଛି । ଏମାନେ ସମସ୍ତେ ଦିଲ୍ଲୀର ସୀମାପୁରୀର ବାସିନ୍ଦା । ଏହି ଦୁର୍ଘଟଣାରେ 52 ବର୍ଷିୟ କରିମ, 25 ବର୍ଷିୟ ଛୋଟେ ଖାନ୍, 38 ବର୍ଷିୟ ଶାହା ଆଲାମ ଏବଂ 45 ବର୍ଷିୟ ରାହୁଲଙ୍କର ମୃତ୍ୟୁ ହୋଇଛି । ଏଥି ସହ ସାହିବାବାଦର ବାସିନ୍ଦା 16 ବର୍ଷିୟ ମନୀଷ ଏବଂ 30 ବର୍ଷିୟ ପ୍ରଦୀପ ଆହତ ହୋଇଛନ୍ତି । ଦିଲ୍ଲୀ ପୋଲିସର ସୂଚନାନୁସାରେ, ଏହି ଘଟଣାରେ ସମ୍ପୃକ୍ତ ଗାଡିକୁ ଚିହ୍ନଟ କରିବା ପାଇଁ ଅନେକ ଟିମ୍ ଗଠନ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+