ହରିୟାଣା : ଆନ୍ଦୋଳନରତ ମହିଳା ଟାଷୀଙ୍କ ଉପରେ ଚଢିଗଲା ଟ୍ରକ୍, ତିନି ଜଣ ମୃତ, ଡ୍ରାଇଭର ଫେରାର୍
ହରିୟାଣାର ଝାଜ୍ଜର ଜିଲ୍ଲାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଏକ ଟ୍ରକ ଚଢିଯାଇଛି । ଏହି ଦୁର୍ଘଟଣାରେ 3 ଜଣ ମହିଳା ପ୍ରାଣ ହରାଇଥିବା ବେଳେ ଅନ୍ୟ 3 ଜଣ ମହିଳା ଆହତ ହୋଇଛନ୍ତି ।
ଝାଜ୍ଜର : ହରିୟାଣାର ଝାଜ୍ଜର ଜିଲ୍ଲାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଏକ ଟ୍ରକ ଚଢିଯାଇଛି । ଏହି ଦୁର୍ଘଟଣାରେ 3 ଜଣ ମହିଳା ପ୍ରାଣ ହରାଇଥିବା ବେଳେ ଅନ୍ୟ 3 ଜଣ ମହିଳା ଆହତ ହୋଇଛନ୍ତି । ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି ।

ସୂଚନା ମୁତାବକ ପୋଲିସ କହିଛି ଯେ ଦୁର୍ଘଟଣା ପରେ ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ କୃଷକଙ୍କ ସମାବେଶ ହୋଇଛି । କୁହାଯାଉଛି ଯେ ଟ୍ରକ୍ ଦ୍ୱାରା ଚାପି ହୋଇଯାଇଥିବା ମହିଳାମାନେ କୃଷକ ଆନ୍ଦୋଳନରେ ସାମିଲ ହୋଇଥିଲେ ଏବଂ ସମସ୍ତେ ପଞ୍ଜାବର ମାନସା ଜିଲ୍ଲାର ବାସିନ୍ଦା ଥିଲେ ।
ଝାଜ୍ଜରରେ ବାହାଦୂରଗଡ ବାଇପାସ୍ ଫ୍ଲାଏ ଓଭର ତଳେ ଏହି ଦୁର୍ଘଟଣା ଘଟିଛି । ମନସା ଯିବା ଲାଗି ଟ୍ରେନ୍ ଧରିବାକୁ ବାହାଦୁରଗଡ଼ ଷ୍ଟେସନ୍ରେ ପହଞ୍ଚିବା ପାଇଁ ଅଟୋରିକ୍ସାକୁ ଅପେକ୍ଷା କରି ମହିଳା ଚାଷୀମାନେ ଝାଜ୍ଜର୍ ରୋଡ୍ 'ଡିଭାଇଡର୍' ଉପରେ ବସିଥିଲେ । ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସେମାନଙ୍କ ଉପରେ ଚଢିଯାଇଥିଲା ।
ବର୍ତ୍ତମାନ ପୋଲିସ ପକ୍ଷରୁ କୁହାଯାଇଛି ଯେ ପ୍ରାଣ ହରାଇଥିବା ମହିଳାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ରଖାଯାଇଛି । ଅନ୍ୟପକ୍ଷରେ ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଏହା ମଧ୍ୟ କହିଛି ଯେ ଅଭିଯୁକ୍ତ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ।












Click it and Unblock the Notifications