12 ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କ ଉପରେ ଭାରତ ବାୟୋଟେକର ଟିକା ପରୀକ୍ଷାକୁ ଅନୁମତି
କ୍ଲିନିକାଲ ଟ୍ରାଏଲ୍ ମୋଡରେ ଭାରତ ବାୟୋଟେକ୍ COVID-19 ଟିକା ପାଇଁ ଜରୁରୀକାଳୀନ ଅନୁମୋଦନ ପାଇସାରିବା ପରେ ବର୍ତ୍ତମାନ 12 ବର୍ଷରୁ ଅଧିକ ପିଲାମାନଙ୍କ ଉପରେ ଏହାର ପରୀକ୍ଷା କରିବାକୁ ଅନୁମତି ଦିଆଯାଇଛି ।
ନୂଆଦିଲ୍ଲୀ : କ୍ଲିନିକାଲ ଟ୍ରାଏଲ୍ ମୋଡରେ ଭାରତ ବାୟୋଟେକ୍ COVID-19 ଟିକା ପାଇଁ ଜରୁରୀକାଳୀନ ଅନୁମୋଦନ ପାଇସାରିବା ପରେ ବର୍ତ୍ତମାନ 12 ବର୍ଷରୁ ଅଧିକ ପିଲାମାନଙ୍କ ଉପରେ ଏହାର ପରୀକ୍ଷା କରିବାକୁ ଅନୁମତି ଦିଆଯାଇଛି ।

ଏହି ଟିକା ଗତ ପର୍ଯ୍ୟାୟରେ 12 ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ବ୍ୟବହୃତ ହୋଇସାରିଛି ଏବଂ ସୁରକ୍ଷିତ ଥିବା ଜଣାପଡିଛି । ସରକାର କହିଛନ୍ତି ଯେ ଟୀକାକରଣ କେବଳ ବୟସ୍କମାନଙ୍କ ପାଇଁ ଉଦ୍ଦିଷ୍ଟ କିନ୍ତୁ ସମସ୍ତ ପରୀକ୍ଷା ପରେ ସକରାତ୍ମକ ଫଳାଫଳ ମିଳିଲେ ଏହାକୁ ଭବିଷ୍ୟତରେ ପଲାଙ୍କ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯିବ ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରବିବାର ଦିନ ସ୍ପଷ୍ଟ କରିଛନ୍ତି ଯେ, କୋଭାକ୍ସିନ ପାଇଁ ଜରୁରୀକାଳୀନ ଅନୁମୋଦନ ସେରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡକୁ ଦିଆଯାଇଥିବା ଅନୁମତିଠାରୁ ଭିନ୍ନ । କୋଭାକ୍ସିନର ବ୍ୟବହାର କ୍ଲିନିକାଲ୍ ଟ୍ରାଏଲ୍ ମୋଡ୍ ରେ ରହିବ ଏବଂ ଏହି ଟିକା ନେଉଥିବା ସମସ୍ତ ବ୍ୟକ୍ତିଙ୍କୁ ନିରୀକ୍ଷଣରେ ରଖାଯିବ ।












Click it and Unblock the Notifications