ଆନ୍ଧ୍ର ପ୍ରଦେଶ ଟ୍ରେନ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା 13 କୁ ବୃଦ୍ଧି, ଏବେବି ବଗି ଭିତରେ ରହିଛି ମୃତଦେହ
ଭୁବନେଶ୍ୱର: ଦୁଇ ପାସେଞ୍ଜର ଟ୍ରେନ୍ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା 13 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେଥିମଧ୍ୟରୁ 10 ଜଣଙ୍କୁ ଚିହ୍ନଟ କରାଯାଇଛି । ମୃତକଙ୍କ ମଧ୍ୟରେ ଓଡ଼ିଶାରୁ କେହି ନଥିବା ସୂଚନା ମିଳିଛି ।
ସମସ୍ତ ମୃତକ ଆନ୍ଧ୍ରପ୍ରଦେଶର । ସମସ୍ତଙ୍କ ପରିଚୟ ମିଳିଯାଇଛି । 40 ଜଣ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜଣେ ଯାତ୍ରୀ ବହୁ ଗୁରୁତର ଥିବାରୁ ବିଶାଖାପଟନମକୁ ପଠାଯାଇଛି । ଏନେଇ ସୂଚନା ଦେଇଛନ୍ତି ଯୁଗ୍ମ ଜିଲ୍ଲାପାଳ କେ ମୟୂର ଅଶୋକ । ସେ ଆହୁରି କହିଛନ୍ତି ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବଗି ତଳେ କିଛି ମୃତଦେହ ରେଳରେ ଫସିଥିବା ଜଣାଯାଇଛି ।

ଅପରପକ୍ଷରେ ପୂର୍ବତଟ ରେଳପଥ ମୁଖ୍ୟ ଲୋକସଂପର୍କ ଅଧିକାରୀ ବିଶ୍ୱଜିତ ସାହୁ କହିଛନ୍ତି, ଏହି ରେଳ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ହୋଇଛି । 50 ଜଣ ଆହତ ହୋଇଛନ୍ତି । ଉଦ୍ଧାର କାମ ଜାରି ରହିଛି । ଅପରାହ୍ନ 4 ଟା ସୁଦ୍ଧା ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ଦୁର୍ଘଟଣା ଯୋଗୁଁ 26 ଟି ଟ୍ରେନକୁ ବାତିଲ କରାଯାଇଛି । ସେହିପରି 22 ଟ୍ରେନର ଗତିପଥ ପରିବର୍ତ୍ତନ ଏବଂ 11 ଟ୍ରେନ ଆଂଶିକ ବାତିଲ ହୋଇଛି । ଏହା ସହ ସହ 6 ଟ୍ରେନର ଛାଡ଼ିବା ସମୟରେ ପରିବର୍ତ୍ତନ କରାଯାଇଛି । ଷ୍ଟେସନରେ ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ଟ୍ରେନ କିମ୍ବା ବସ ବ୍ୟବସ୍ଥା କରାଯାଉଛି ।
ବାତିଲ୍ ଟ୍ରେନ୍ ତାଲିକା
1. ରାୟପୁର-ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ୍
2. ବିଶାଖାପାଟଣା-ରାୟପୁର ସ୍ପେଶାଲ୍ ଟ୍ରେନ୍
3. ପଲାସା-ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ୍
4. ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ୍
5. କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ୍
6. ରାୟଗଡା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍
7. ବିଜୟନଗରମ୍-ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ୍
8. ବିଶାଖାପାଟଣା-ଗୁଣପୁର ସ୍ପେଶାଲ୍ ଟ୍ରେନ୍
9. ଗୁଣପୁର-ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ୍
10. ଏମ୍ଜିଆର୍ ଚେନ୍ନାଇ ସେଣ୍ଟ୍ରାଲ୍-ପୁରୀ ଏକ୍ସପ୍ରେସ୍
11. ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ୍
12. ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ୍
13. ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ୍
14. ବିଶାଖାପାଟଣା-ଗୁଣ୍ଟୁର ଏକ୍ସପ୍ରେସ୍
15. ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍
16. ପଲାସା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍
17. ବିଶାଖାପାଟଣା-ତିରୁପତି ପାସେଞ୍ଜର ଟ୍ରେନ୍
18. ତିରୁପତି-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍
19. ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ୍
20. ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ୍
21. ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍
22. ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍
ସେହିପରି ଦୁର୍ଘଟଣା ପରେ ହେଲପଲାଇନ୍ ନମ୍ବର ଜାରି କରିଛି ପୂର୍ବତଟ ରେଳପଥ ।
ହେଲପଲାଇନ୍ ନମ୍ବର
ବିଶାଖାପାଟଣା କୋଚିଂ କଣ୍ଟ୍ରୋଲ ନଂ- 8978080939
ବିଶାଖାପାଟଣା ଷ୍ଟେସନ ନଂ- 0891-2746330, 8106053052
ହେଲପ୍ଲାଇନ୍ ନଂ- 0674-2301625, 2301525, 2303069
ଏଥିସହ ରାୟଗଡ଼ା ହେଲପ୍ଲାଇନ ନଂ- 9439741071, 7326812986 ନମ୍ୱର ଜାରି କରାଯାଇଛି ।
ସୂଚନାଥାଉକି, 08532 ବିଶାଖାପାଟଣା-ପଲାସା ପାସଲଞ୍ଜର ଟ୍ରେନ୍ ଟ୍ରାକ୍ରେ ଥିବାବେଳେ 08504 ବିଶାଖାପାଟଣା-ରାୟଗଡା ଟ୍ରେନ୍ ପଛରୁ ଧକ୍କା ଦେଇଥିଲା । ଫଳରେ 5 ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥଲା । ପରେ ଏଥିରେ ଏସ୍ ଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ସାମିଲ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବିଜୟନଗରମ୍ ମେଡିକାଲରେ ଭର୍ତ୍ତି କରାଯାଇଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications