କଥା ରଖିଲେନି କୃଷକ ସଙ୍ଗଠନ, ବ୍ୟାରିଗେଟ୍ ଭାଙ୍ଗିଲେ, ଲାଲକିଲ୍ଲାରେ ସଙ୍ଗଠନର ପତାକା ଲଗାଇଲେ
କେତେକ ଚାଷୀ ପୋଲିସ ଉପରକୁ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ କରିଛନ୍ତି । ପୋଲିସ୍ ଉପରକୁ ଆକ୍ରମଣ କରି ଜଣେ ଚାଷୀ ଖଣ୍ଡା ଧରି ଆକ୍ରମଣ କରୁଥିବାରେ ଦେଖିବାକୁ ମିଳିଛି ।
ନୂଆଦିଲ୍ଲୀ : ଜାତୀୟ ରାଜଧାନୀରେ ମଙ୍ଗଳବାର ଚାଲିଥିବା କୃଷକ ଆନ୍ଦୋଳନ ହିଂସାର ରୂପ ନେଇଛି । କୃଷକ ନେତାଙ୍କ ହାତରୁ ଖସି ଯାଇଛି ଆନ୍ଦୋଲନର ମହୋଲ୍ । ଆନ୍ଦୋଳନକାରୀ କୃଷକ ମାନେ ଦିଆଯାଇଥିବା ରୁଟରେ ନ ଯାଇ ଅନ୍ୟ ରୁଟରେ ଯିବା ସହ ଦିଲ୍ଲୀ ପୋଲିସ୍ ଲଗାଇଥିବା ବ୍ୟାରିଗେଟ୍ ଭାଙ୍ଗି ଦିଲ୍ଲୀ ଭିତରକୁ ଧଶେଇ ପଶିଛନ୍ତି । କେତେକ ସ୍ଥାନରେ କୃଷକ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହେବା ସହ ପୋଲିସ୍ କୃଷକଙ୍କୁ କାବୁ କରିବା ପାଇଁ ଲାଠି ଚାଳନା କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । କେତେକ ଆନ୍ଦୋଳନକାରୀ କୃଷକ ଲାଲକିଲ୍ଲାରେ ପହଞ୍ଚି ସେଠାରେ ନିଜ ପ୍ରତିଷ୍ଠାନର ପତାକା ଲଗାଇଥିବାର ଦେଖିବାକୁ ମିଳିଛି ।

କେତେକ ଚାଷୀ ପୋଲିସ ଉପରକୁ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ କରିଛନ୍ତି । ପୋଲିସ୍ ଉପରକୁ ଆକ୍ରମଣ କରି ଜଣେ ଚାଷୀ ଖଣ୍ଡା ଧରି ଆକ୍ରମଣ କରୁଥିବାରେ ଦେଖିବାକୁ ମିଳିଛି । ନିକଟରେ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନାହାନ୍ତି। ପରେ ପୁଲିସ ଉକ୍ତ ଆନ୍ଦୋଳନକାରୀ ଚାଷୀଙ୍କୁ କାବୁ କରିନେଇଛି । ଉତ୍ତ୍ୟକ୍ତ ଚାଷୀ ରାସ୍ତାକୁ ବନ୍ଦ କରିବାକୁ ବ୍ୟବହାର କରାଯାଇଥିବା ବସ୍ ଗୁଡ଼କୁ ମଧ୍ୟ ଟ୍ରାକ୍ଟରରେ ଧକ୍କା ଦେବା ସହ ଭଙ୍ଗାରୁଜା କରିଥିବାର ଦେଖିବାକୁ ମିଳିଛି ।
କୃଷକ ନେତାମାନେ ଶାନ୍ତି ପୂର୍ଣ୍ଣ ଭାବେ ଆନ୍ଜୋଳନ କରିବାକୁ ଆହ୍ୱାନ କରିବା ସତ୍ତ୍ୱେ କେତେକ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଏହି ଶୁଣି ନଥିଲେ ।












Click it and Unblock the Notifications