ଲସ୍କର ଆତଙ୍କବାଦୀ ଜହୁର ଅହମ୍ମଦ ଗିରଫ, କୁଲଗାମରେ ବିଜେପି କର୍ମୀଙ୍କୁ ହତ୍ୟାରେ ଥିଲେ ସାମିଲ
ଜାମ୍ମୁ କାଶ୍ମୀର ପୋଲିସ ସାମ୍ବା ଜିଲ୍ଲାରୁ ଲସ୍କର-ଏ-ତୋଏବା ଆତଙ୍କବାଦୀ ଜହୁର ଅହମ୍ମଦ ରାଥରକୁ ଗିରଫ କରିଛି । ଜହୁର ଅହମ୍ମଦ ଗତ ବର୍ଷ କୁଲଗାମ ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ତିନି ଜଣ) କର୍ମୀଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲା ।
ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀର ପୋଲିସ ସାମ୍ବା ଜିଲ୍ଲାରୁ ଲସ୍କର-ଏ-ତୋଏବା ଆତଙ୍କବାଦୀ ଜହୁର ଅହମ୍ମଦ ରାଥରକୁ ଗିରଫ କରିଛି । ଜହୁର ଅହମ୍ମଦ ଗତ ବର୍ଷ କୁଲଗାମ ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ତିନି ଜଣ) କର୍ମୀଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲା । ପୋଲିସ ସନ୍ଦେହ କରୁଛି ଯେ ଆତଙ୍କଦାବୀ ଅହମ୍ମଦ ତିନିଜଣ ବିଜେପି କର୍ମୀଙ୍କ ବ୍ୟତୀତ କୁଲଗାମର ଫରାହ ଅଞ୍ଚଳରେ ଜଣେ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଛି । ପୋଲିସର ସୂଚନାନୁସାରେ, ଗିରଫ ଆତଙ୍କବାଦୀ ଜହୁର ଅହମ୍ମଦ ଲସ୍କର-ଏ-ତୋଏବା ତଥା ଟିଆରଏଫ ( ଦ ରେଜିଷ୍ଟାନ୍ସ ଫ୍ରଣ୍ଟ) ର ସଦସ୍ୟ । ଟିଆରଏଫ୍ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଙ୍ଗଠନର ସମର୍ଥକ । ଅଧିକ ତଦନ୍ତ ପାଇଁ ଗିରଫ ହୋଇଥିବା ଆତଙ୍କବାଦୀ ଅହମ୍ମଦଙ୍କୁ କାଶ୍ମୀରକୁ ଅଣାଯାଉଛି ।

କାଶ୍ମୀର ଜୋନ୍ର ପୋଲିସ ଆଇଜି ବିଜୟ କୁମାର କହିଛନ୍ତି ଯେ, ଜହୁର ଅହମ୍ମଦ ସାମ୍ବାରେ ଥିବା ପୋଲିସକୁ ସୂଚନା ମିଳିଥିଲା । ପୋଲିସ 12 ତାରିଖ ବିଳମ୍ବିତ ରାତିରେ ସାମ୍ବାରୁ ତାକୁ ଗିରଫ କରିବାରେ ସଫଳ ହୋଇଛି ।
ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ଅକ୍ଟୋବର 2020ରେ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକଙ୍କ ସମେତ ତିନିଜଣ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡ ପାଇଁ ଲସ୍କର-ଏ-ତୋଏବା ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ନିଜକୁ ଦାୟୀ କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଥିଲେ ।
ଆତଙ୍କବାଦୀ ଗୋଷ୍ଠୀ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବିଜେପି କର୍ମଚାରୀଙ୍କ ହତ୍ୟା ପୂର୍ବରୁ ମଧ୍ୟ ଧମକ ଦେଇଥିଲା । ଅକ୍ଟୋବର 2020 ରେ ଏକ କାରରେ ବିଜେପି କର୍ମୀ ଫିଦା ହୁସେନ, ଉମେର ରଶିଦ ଓ ଉମର ରମଜାନ ବାଇକେ ପୋରା ଅଞ୍ଚଳ ଦେଇ ଯାଉଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ସେହି ସମୟରେ ପୋଲିସର ବିବୃତ୍ତି ଅନୁଯାୟୀ ଆତଙ୍କବାଦୀମାନେ ରାତି ପ୍ରାୟ 8 ଟା ବେଳେ ଏହି ହତ୍ୟା କରିଥିଲେ । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ସମସ୍ତ ତିନିଜଣଙ୍କର ମୃତ୍ୟୁ ହୋଇଥିଲା ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ












Click it and Unblock the Notifications