ଜାନୁୟାରୀ 26 ରେ ଭାରତ ବିରୋଧରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିବାକୁ ଥନବର୍ଗଙ୍କ ଟୁଲକିଟ୍ ଟ୍ୱିଟ୍
ଗ୍ରେଟା ଥନବର୍ଗ ଟ୍ୱିଟ୍ କରିବାକୁ ବ୍ୟବହାର କରିଥିବା ଟୁଲକିଟ୍ ଖଲିସ୍ତାନୀ ସମର୍ଥକ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ପୋଏଟିକ୍ ଜଷ୍ଚିସେ ଫାଉଣ୍ଡେସନ୍ ଦ୍ୱାରା ଏହି ଟୁଲକିଟ୍ ପ୍ରସ୍ତୁତ ହୋଇଥିବା ଏହି ଟୁଲକିଟକୁ ମିଥ୍ୟାଖବର ପ୍ରସାର କରିବା ପାଇଁ ଉଦ୍ଦିଷ୍ଟ ଥିଲା ।
ନୂଆଦିଲ୍ଲୀ : ଗ୍ରେଟା ଥନବର୍ଗ ଟ୍ୱିଟ୍ କରିବାକୁ ବ୍ୟବହାର କରିଥିବା ଟୁଲକିଟ୍ ଖଲିସ୍ତାନୀ ସମର୍ଥକ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ପୋଏଟିକ୍ ଜଷ୍ଚିସେ ଫାଉଣ୍ଡେସନ୍ ଦ୍ୱାରା ଏହି ଟୁଲକିଟ୍ ପ୍ରସ୍ତୁତ ହୋଇଥିବା ଏହି ଟୁଲକିଟକୁ ମିଥ୍ୟାଖବର ପ୍ରସାର କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଜାନୁଆରୀ 26 ରେ ହ୍ୟାସଟ୍ୟାଗ୍ ମାଧ୍ୟମରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିବା ନେଇ ଏହି ଟୁଲକିଟ୍ ଡକ୍ୟୁମେଣ୍ଟର ଏକ ବିଭାଗରେ ପୂର୍ବ କାର୍ଯ୍ୟାନୁଷ୍ଠାନର ଆକ୍ସନ୍ ପଏଣ୍ଟଗୁଡିକ ନେଇ ଉଲ୍ଲେଖ କରାଯାଇଛି । ସୂଚନାଯୋଗ୍ୟ, ଗଣତନ୍ତ୍ର ଦିବସରେ କୃଷକ ରାଲି ସମୟରେ ଜଣେ କୃଷକଙ୍କ ମୃତ୍ୟୁ ହୋଇଥିବା ବେଳେ ହୋଇଥିବା ହିଂସାରେ ବହୁ ପୋଲିସ୍ କର୍ମଚାରୀ ଆହତ ହୋଇଥିଲେ ।

ଦିଲ୍ଲୀ ପୋଲିସ କହିଛି ଯେ, ଜାନୁଆରୀ 26 କୃଷକ ରାଲି ପାଇଁ ଦିଲ୍ଲୀରେ ପ୍ରବେଶ କରିବା ଏବଂ ସୀମାକୁ ଫେରିବା ପାଇଁ ଯୋଜନା ରହିଥିଲା । ବେଙ୍ଗାଲୁରୁରୁ ଦିଶା ରବି ଗିରଫ ହେବା ପରେ ଏହି ସୂଚନା ମିଳିପାରିଛି । ଅନ୍ୟ ଦୁଇଜଣ ନିକିତା ଯାଦବ ଏବଂ ଶାନ୍ତନୁଙ୍କ ବିରୋଧରେ ପୋଲିସ୍ ୱାରେଣ୍ଟ ମଧ୍ୟ ଜାରି କରିଛି । ଦିଶା ରବିଙ୍କ ସହ ଏହି ଦୁଇ ଜଣ ଟୁଲକିଟ୍ ତିଆରି କରିଥିବା ଅଭିଯୋଗ ହୋଇଛି ।
ଏହି ଟୁଲକିଟରେ ଉଲ୍ଲେଖ ଥିବା ପିଟର ଫ୍ରେଜରିଚଙ୍କ ଭୂମିକା ଥିବା ନେଇ ପୋଲିସ ମଧ୍ୟ ଅନୁସନ୍ଧାନ କରୁଛି । ଆଇଏସଆଇର ନିର୍ଦ୍ଦେଶରେ ଗୁଇନ୍ଦା କାର୍ଯ୍ୟ କରୁଥିବା ନେଇ ପୋଲିସ୍ ସନ୍ଦେହ କରୁଛି । ସେ 2006 ମସିହାରୁ ସୁରକ୍ଷା ପ୍ରତିଷ୍ଠାନର ରାଡାରରେ ରହିଆସିଛି । ତା ନାମ ପ୍ରଥମେ ଖଲିସ୍ତାନର ସମର୍ଥକ ଭଜନ ସିଂ ଓରଫ୍ ଇକବାଲ ଚୌଧୁରୀଙ୍କ ସହଯୋଗୀ ଭାବରେ ପରିଚିତ ହୋଇଥିଲା । ଦିଲ୍ଲୀ ପୋଲିସ ଆହୁରି ପ୍ରକାଶ କରିଛି ଯେ ଥନବର୍ଗ ଟୁଲକିଟ୍ ସେୟାର କରିବା ପରେ ଦିଶା ଆତଙ୍କିତ ହୋଇଥିଲେ । ଦିଶାଙ୍କ ସହ ହୋଇଥିବା ଆଲୋଚନାକୁ ପ୍ରକାଶ କରି ପୋଲିସ କହିଛି ଯେ, 'ସେ ଥନବର୍ଗଙ୍କୁ କହିଥିଲେ ଯେ ସେମାନେ ଭୟଭୀତ ହେଉଛନ୍ତି । ମୁଁ ଓକିଲମାନଙ୍କ ସହ କଥା ହେବାକୁ ଯାଉଛି । ଆମ ନାମ ଏଥିରେ ଅଛି । ଅତି ସହଜରେ ଆମ ବିରୋଧରେ UAPA ଲାଗୁ ହୋଇପାରିବ ।'
ଭାରତ ବିରୋଧରେ ଅସନ୍ତୋଷ ଏବଂ ଭୁଲ ତଥ୍ୟ ସୃଷ୍ଟି କରିବା ଟୁଲକିଟ୍ ସୃଷ୍ଟି କରିବାର ଏକମାତ୍ର ଉଦ୍ଦେଶ୍ୟ ବୋଲି ପୋଲିସ କହିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications