For Quick Alerts
Turn On Notification  
For Daily Alerts
Oneindia App Download

Toolkit Case: ଦିଶା ରବିଙ୍କୁ ପଟିଆଲା ହାଉସ୍ କୋର୍ଟରୁ ମିଳିଲା ଜାମିନ

ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ଦିଶା ରବିଙ୍କ ଜାମିନକୁ ଆଜି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଅନୁମୋଦନ କରିଛନ୍ତି । ଅତିରିକ୍ତ ସେସନ୍ ଜଜ୍ ଧର୍ମେନ୍ଦ୍ର ରାଣା ଦିଶାଙ୍କୁ 1 ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଲଚାଲିକାରେ ଜାମିନ ଦେଇଛନ୍ତି ।

|

ନୂଆଦିଲ୍ଲୀ : ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ଦିଶା ରବିଙ୍କ ଜାମିନକୁ ଆଜି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଅନୁମୋଦନ କରିଛନ୍ତି । ଅତିରିକ୍ତ ସେସନ୍ ଜଜ୍ ଧର୍ମେନ୍ଦ୍ର ରାଣା ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ଦିଶାଙ୍କୁ 1 ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଲଚାଲିକାରେ ଜାମିନ ଦେବାକୁ ରାୟ ଦେଇଛନ୍ତି । ଏହା ବ୍ୟତୀତ ତାଙ୍କୁ ଦୁଇଜଣ ଗ୍ୟାରେଣ୍ଟର୍ ମଧ୍ୟ ଦାଖଲ କରିବାକୁ ହେବ ବୋଲି କୋର୍ଟ ରାୟ ଦେଇଛନ୍ତି ।

ସୂଚନାଯୋଗ୍ୟ, ବେଙ୍ଗାଲୁରୁର ପରିବେଶ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଫେବୃଆରୀ 13 ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ଶନିବାର ଦିନ ଦିଶା ରବିଙ୍କ ଜାମିନ ଆବେଦନ କୋର୍ଟରେ ଶୁଣାଣି ହୋଇଥିଲା । ପରେ ପଟିଆଲା ହାଉସ କୋର୍ଟ ମାମଲାର ଶୁଣାଣି ପାଇଁ ମଙ୍ଗଳବାର ଦିନ ମାମଲାର ଏହି ରାୟ ସଂରକ୍ଷିତ ରଖିଥିଲେ ।

disha-ravi

ଶନିବାର ହୋଇଥିଲା ଜାମିନ ଆବେଦନର ଶୁଣାଣି

ଭାରତକୁ ବଦନାମ କରିବା ପାଇଁ ଏକ ଟୁଲକିଟ୍ (ଅନଲାଇନ୍ ଡକ୍ୟୁମେଣ୍ଟ୍) ପ୍ରସ୍ତୁତ କରିଥିବା ନେଇ ଦିଶଆ ରବିଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏହି ଟୁଲକିଟ୍ ପ୍ରସ୍ତୁତିରେ ସ୍ୱିଡେନର ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ମଧ୍ୟ ସମିଲ ଥିଲେ । ଶନିବାର ଦିନ ଦିଶା ରବିଙ୍କ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ଦିଲ୍ଲୀ ପୋଲିସ ଜାମିନ ପ୍ରଦାନକୁ ବିରୋଧ କରିଥିବାବେଳେ ଦିଶାଙ୍କ ଓକିଲ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ଶୁଣାଣି ସମୟରେ ବିଚାରପତି ଦିଲ୍ଲୀ ପୋଲିସକୁ ପଚାରିଥିଲେ କି ଟୁଲକିଟ୍ ଏବଂ ଗଣତନ୍ତ୍ର ଦିବସରେ ହିଂସା ମଧ୍ୟରେ ସମ୍ପର୍କ ଥିବାର କୌଣସି ପ୍ରମାଣ ଅଛି କି ? ଦିଲ୍ଲୀ ପୋଲିସ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ଏହାର ଉତ୍ତରରେ କହିଥିଲେ, ଏହି ଟୁଲକିଟ୍ ରେ ବ୍ୟବହୃତ ହ୍ୟାସଟ୍ୟାଗ ଏବଂ ବିଷୟବସ୍ତୁ ଲୋକଙ୍କୁ ଏକାଠି ହେବାରେ ଉସକାଇଥିଲା, ଫଳରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ।

ରବିଙ୍କ ଓକିଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି

ରବିଙ୍କ ଓକିଲ ହିଂସା ସୃଷ୍ଟି କରିଥିବା ଅଭିଯୋଗକୁ ଖାରଜ କରି କହିଛନ୍ତି, "ଟୁଲକିଟ୍ ରେ କୁହାଯାଇଛି ଯେ ଲୋକମାନେ ଗଣତନ୍ତ୍ର ଦିବସ ରାଲିରେ ଅଂଶଗ୍ରହଣ କରିବା ଉଚିତ୍ । ଟ୍ରାକ୍ଟର ରାଲି କରିବାକୁ ପୋଲିସ୍ ଅନୁମତି ଦେଇଥିଲା, ଯଦି ମୁଁ ଲୋକଙ୍କୁ ଏଥିରେ ସାମିଲ ହେବାକୁ ଆହ୍ୱାନ କରେ ତେବେ ମୁଁ କଣ ଦେଶଦ୍ରୋହୀ କୁହାଯିବି ? "

ଏହା ସହିତ ଦିଶା ରବି ଦିଲ୍ଲୀ ପୋଲିସକୁ ସେମାନଙ୍କର ବ୍ୟକ୍ତିଗତ ଚାଟ୍ କିମ୍ବା ବାର୍ତ୍ତାଳାପ ଲିକ୍ ନକରିବାକୁ କୋର୍ଟଙ୍କୁ ନିବେଦନ କରିବା ସହ କିଛି ଚ୍ୟାନେଲ ବିରୋଧରେ ପକ୍ଷପାତିତା ଅଭିଯୋଗ ମଧ୍ୟ କରିଥିଲେ । ଜାମିନକୁ ବିରୋଧ କରୁଥିବା ଦିଲ୍ଲୀ ପୋଲିସକୁ କୋର୍ଟ ପ୍ରଶ୍ନ କରିଛନ୍ତି, ଦିଶା ରବିଙ୍କ ବିରୋଧରେ କ'ଣ ଅଭିଯୋଗ ରହିଛି ଏବଂ ତାଙ୍କ ବିରୋଧରେ ପ୍ରମାଣ କ'ଣ ? ଏହାର ଯଥେଷ୍ଟ ପ୍ରମାଣ ଅଛି ବୋଲି ଦିଲ୍ଲୀ ପୋଲିସ କହିଛି । ଏହି ମାମଲା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଦଲିଲ ଥିବା ଦିଲ୍ଲୀ ପୋଲିସ କହିଛି। ଏହାକୁ କୋର୍ଟରେ ଦାଖଲ କରିବାକୁ ଅନୁମତି ମଧ୍ୟ ମାଗିଛି ଦିଲ୍ଲୀ ପୋଲିସ୍ ।

ଶାନ୍ତନୁ ମୁଲୁକ ମଧ୍ୟ ଆବେଦନ କଲେ ଜାମିନ

ଦିଲ୍ଲୀର ତିହାର କେନ୍ଦ୍ରୀୟ ଜେଲରେ ରଖାଯାଇଥିବା ଦିଶା ରବିଙ୍କୁ ପୋଲିସ ରିମାଣ୍ଡରେ ପଠାଯିବାର ଗୋଟିଏ ଦିନ ପୂର୍ବରୁ ଶାନ୍ତନୁ ମୁଲୁକ ଜାମିନ ଆବେଦନ କରିଥିଲେ । ଦିଲ୍ଲୀ ପୋଲିସ ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ଶାନ୍ତନୁ ମୁଲୁକ ଏବଂ ନିକିତା ଯାଦବଙ୍କ ସହ ପଚରାଉଚରା ପାଇଁ 5 ଦିନିଆ ରିମାଣ୍ଡରେ ମାଗିଥିଲେ ମଧ୍ୟ କୋର୍ଟ ମାତ୍ର ଗୋଟିଏ ଦିନ ଅନୁମତି ଦେଇଛନ୍ତି । ଶାନ୍ତନୁ ଏବଂ ନିକିତା ଟ୍ରାଞ୍ଜିଟ୍ ବେଲରେ ବାହାରିଛନ୍ତି । ଆବଶ୍ୟକ ପଡିଲେ ଉଭୟଙ୍କୁ ଗିରଫ କରାଯାଇପାରିବ ବୋଲି ଦିଲ୍ଲୀ ପୋଲିସ କହିଛି । ଟ୍ରାଞ୍ଜିଟ୍ ବେଲରେ ଥିବା ଅଭିଯୁକ୍ତ ଶାନ୍ତନୁ ମୁଲୁକ୍ ମଧ୍ୟ ଦିଲ୍ଲୀ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ଶାନ୍ତନୁ ମୁଲୁକଙ୍କ ଆବେଦନ ବୁଧବାର କୋର୍ଟରେ ଶୁଣାଣି ହେବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Patiala House Court of New Delhi accepted bail plea of Disha Ravi on toolkit case.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X