Get Updates
Get notified of breaking news, exclusive insights, and must-see stories!

Tomato Price : 45 ଦିନରେ କୋଟିପତି, ଟମାଟୋ ଆଣିଦେଲା ଏହି ସୌଭାଗ୍ୟ

ସାରା ଦେଶରେ ଟମାଟୋର ନାଲି ଆଖି ଖାଉଟିଙ୍କ ପକେଟ୍ ଉପରେ ଭାରୀ ପଡ଼ିଛି । ବଜାରରେ ଟମାଟୋ ଦର ବଢିବା ପରେ ସାଧାରଣ ଗ୍ରାହକଙ୍କ ଉପରେ ଚଡ଼କ ପଡ଼ିଥିବା ବେଳେ ମାଲାମାଲ୍ ହେଉଛନ୍ତି ବେପାରୀ ଓ କୃଷକ । ଏମିତି କି ଟମାଟୋ ବିକି କେତେ ଚାଷୀ କୋଟିପତି ବନି ଯାଇଛନ୍ତି ।

ଆଗରୁ ଏମିତି କେତେ ଖବର ଆସିଥିବା ବେଳେ ବର୍ତ୍ତମାନ ଆଉ ଏକ ଖବର ଆସିଛି ଆନ୍ଧ୍ରପ୍ରଦେଶରୁ । ଏଠି ଜଣେ ଚାଷୀ ଟମାଟୋ ବିକି 45 ଦିନରେ ପାଲଟିଯାଇଛନ୍ତି କୋଟିପତି । ଟମାଟୋ ବିକି ରୋଜଗାର କରିଛନ୍ତି 4 କୋଟି ଟଙ୍କା ।

Tomato

ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ଜଣେ କୃଷକ ଟମାଟୋ ବିକି ମାତ୍ର 45 ଦିନରେ ବନିଯାଇଛନ୍ତି କୋଟିପତି । ରୋଜଗାର କରିଛନ୍ତି 4 କୋଟି ଟଙ୍କା । ଚାଷୀ ଜଣକ ହେଉଛନ୍ତି ମୁରଲୀ । 48 ବର୍ଷ ଧରି ସେ ଚାଷ କାମକରି ଆସୁଛନ୍ତି । କିନ୍ତୁ ଚାଷରୁ ଏତେ ଲାଭ କେବେ ପାଇନଥିଲେ । ବର୍ତ୍ତମାନ ଟମାଟୋ ତାଙ୍କୁ କୋଟିପତି କରିଦେଇଛି ।

ମୁରଲୀଙ୍କ ଅନୁସାରେ ବଜାରରେ ଟମାଟୋ ଦର ଅଧିକ ରହିଛି ଏବଂ ଟମାଟୋରୁ ଭଲ ଲାଭ ପାଇବା ପାଇଁ ସେ ଘରଠାରୁ 130 କିଲୋମିଟର ଯାଇ ବ୍ୟବସାୟ କରିଥିଲେ । ଯାହା ତାଙ୍କୁ ଲାଭ ଦେଇଛି ।

ଏହା ପୂର୍ବରୁ ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଏମିତି ଏକ ଖବର ଆସିଥିଲା । ଜଣେ ଟମାଟୋ ଚାଷୀ ଜ୍ୟାକପଟ୍ ଜିତିବା ଭଳି ମାମଲା ଦେଖିବାକୁ ମିଳିଥିଲା । ଏକ ମାସରେ 13,000 କ୍ରେଟ ଟମାଟୋ ବିକ୍ରି କରି 1.5 କୋଟି ଟଙ୍କା ରୋଜଗାର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+