ଆଜି ବିଶ୍ବ କର୍କଟ ଦିବସ, ଲୋକଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ
ଆଜି ବିଶ୍ବ କର୍କଟ ଦିବସ । ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ 'ବିଶ୍ୱ କର୍କଟ ଦିବସ' ବା (World Cancer Day) ଭାବେ ପାଳନ କରାଯାଏ । କର୍କଟ ରୋଗର ପ୍ରତିରୋଧ, ଶୀଘ୍ର ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ପାଇଁ ଲୋକଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ଚଳିତ ବର୍ଷର ଥିମ୍ ରହିଛି "United by Unique"। ଏହାର ଅର୍ଥ ହେଉଛି, ପ୍ରତି ବ୍ୟକ୍ତିଙ୍କ କର୍କଟ ସହ ଲଢ଼େଇର କାହାଣୀ ଅଲଗା ବା ନିଆରା । କିନ୍ତୁ ଆମେ ସମସ୍ତେ ସମାନ ଓ ଉନ୍ନତ ଚିକିତ୍ସା ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ। ତେବେ ଭାରତରେ କ୍ୟାନ୍ସରର ଚିନ୍ତାଜନକ ସ୍ଥିତି । ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷରୁ ଅଧିକ ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ୨୦୩୦ ସୁଦ୍ଧା ଏହି ସଂଖ୍ୟା ୨୦ ଲକ୍ଷ ଟପିଯିବ ବୋଲି ଆଶଙ୍କା ରହିଛି ।

ଭାରତରେ ମାତ୍ର ୨୯% ରୋଗୀ ପ୍ରାଥମିକ ସ୍ତରରେ ଚିହ୍ନଟ ହୁଅନ୍ତି । ଡେରିରେ ରୋଗ ବିଷୟରେ ଜାଣିବା ଯୋଗୁଁ ଚିକିତ୍ସା କଷ୍ଟକର । ମୁଖ୍ୟ କାରଣ ହେଉଛି ତମାଖୁ ସେବନ । ତମାଖୁ ସେବନଯୋଗୁଁ ପ୍ରାୟ ୩୩% କର୍କଟ ହୋଇଥାଏ । ମେଦବହୁଳତା, ଖରାପ ଖାଦ୍ୟପେୟ ଏବଂ ପ୍ରଦୂଷଣ ମଧ୍ୟ ଅନ୍ୟତମ କାରଣ । ମହିଳାଙ୍କ କ୍ଷେତ୍ରରେ ସ୍ତନ ଓ ଗର୍ଭାଶୟ କର୍କଟ ଦେଖାଯାଏ । ପୁରୁଷଙ୍କ କ୍ଷେତ୍ରରେ ମୁଖ ଓ ଫୁସଫୁସ କର୍କଟ ଅଧିକ ଦେଖାଯାଏ । ତେବେ କିପରି ବଞ୍ଚିବେ ମାରାତ୍ମକ କ୍ୟାନ୍ସରରୁ ? ତମାଖୁ ଓ ନିଶାଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ । ନିୟମିତ ସ୍କ୍ରିନିଂ ବା ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ । ସୁଷମ ଖାଦ୍ୟ ଖାଆନ୍ତୁ ଓ ନିୟମିତ ବ୍ୟାୟାମ କରନ୍ତୁ ।
-
ପାକିସ୍ତାନରେ ୨ ଦିନିଆ ଲକଡାଉନ୍ -
ଭାରତୀୟ ସେନାକୁ ସ୍ୱଦେଶୀ ପ୍ରହାର ଲାଇଟ୍ ମେସିନ୍ ଗନର ପ୍ରଥମ ବ୍ୟାଚ୍ ପ୍ରଦାନ କଲା ଆଦାନୀ ଡିଫେନ୍ସ -
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ





Click it and Unblock the Notifications