ମହିଳା ଓ ଶିଶୁ ବିରୋଧରେ ଅପରାଧ ଦଣ୍ଡ ବିଧାନ ନେଇ ତାମିଲନାଡ଼ୁ ବିଧାନସଭାରେ ବିଲ୍ ପାସ୍
ମହିଳା ଓ ଶିଶୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ତଥା ନିର୍ଯ୍ୟାତନା ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସାମୀକୁ ଦଣ୍ଡବିଧାନ ନେଇ ତାମିଲନାଡ଼ୁ ବିଧାନସଭାରେ ଶୁକ୍ରବାର ଏକ ବିଲ୍ ପାସ୍ ହୋଇଛି ।
ଚେନ୍ନାଇ : ମହିଳା ଓ ଶିଶୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ତଥା ନିର୍ଯ୍ୟାତନା ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସାମୀକୁ ଦଣ୍ଡବିଧାନ ନେଇ ତାମିଲନାଡ଼ୁ ବିଧାନସଭାରେ ଶୁକ୍ରବାର ଏକ ବିଲ୍ ପାସ୍ ହୋଇଛି । ଯୌତୁକ ନିର୍ଯ୍ୟାତନା ଦେଉ ହତ୍ୟା, ନାବାଳିକାଙ୍କୁ ଅପହରଣ କରି ବେଶ୍ୟାବୃତ୍ତି ପାଇଁ ବିକ୍ରି କରିବା ଆଦି ମାମଲାରେ ଏହି ବିଲ୍ ପାସି କରାଯାଇଛି । ନାବାଳିକାଙ୍କୁ କିଣିବା ଏବଂ ବିକ୍ରି କରିବା କ୍ଷେତ୍ରରେ (ଆଇପିସି 372,373 ) ଅନୁୟାୟୀ 10 ବର୍ଷର ଜେଲ୍ ଦଣ୍ଡ କରାଯାଇଛି । ଏହା ବର୍ତ୍ତମାନ ସାତ ବର୍ଷ ରହିଛି ।

ଏହି ବିଲଟି ତାମିଲନାଡ଼ୁର ଆଇନ, କୋର୍ଟ ଏବଂ କାରାଗାର ମନ୍ତ୍ରୀ ସି ଭେ ଶାନମୁଗାମ ଭାରତୀୟ ପେନାଲ୍ କୋଡର ସଂଶୋଧନ ପାଇଁ ଆଗତ କରାଇଛନ୍ତି ।
ଗତ ବର୍ଷ ସେପ୍ଟେମ୍ବର 16 ରେ ମୁଖ୍ୟମନ୍ତ୍ରୀ କେ ପାଲାନିସ୍ୱାମୀ ବିଧାନସଭାରେ ଘୋଷଣା କରିଥିଲେ ଯେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧର ଦଣ୍ଡ ଅଧିକ କଠୋର ହେବ । ଆଇପିସିରେ ସଂଶୋଧନ ସହିତ, ଯୌତୁକ ନିର୍ଯ୍ୟାତନ ସହ ମୃତ୍ୟୁ ପାଇଁ ସର୍ବନିମ୍ନ ଦଣ୍ଡ (ଆଇପିସି 304-ବି) ବର୍ତ୍ତମାନର ସାତ ବର୍ଷରୁ 10 ବର୍ଷ ହେବ ଏବଂ IPC 354-B ଅବମାନନା ପାଇଁ ସର୍ବନିମ୍ନ ଦଣ୍ଡ ବର୍ତ୍ତମାନ ତିନି ବର୍ଷରୁ ପାଞ୍ଚ ବର୍ଷକୁ ବୃଦ୍ଧି କରାଯାଇଛି । ସେହିପରି IPC 354-D ର ଅବମାନନା କରି ଷ୍ଚକ କରିବା ମାମଲାରେ ପାଞ୍ଚ ବର୍ଷ ବଦଳରେ ସାତ ବର୍ଷ ଦଣ୍ଡ ବିଧାନ ହେବ ।
ଉଚ୍ଚଶିକ୍ଷା ମନ୍ତ୍ରୀ କେ ପି ଅନବାଲାଗାନଙ୍କ ଦ୍ୱାରା ଭିଲୁପୁରମରେ ଅବସ୍ଥିତ "ଡ ଜେ ଜୟଲଳିତା ବିଶ୍ୱବିଦ୍ୟାଳୟ" ଭିର୍ସିଟି ପ୍ରତିଷ୍ଠା ପାଇଁ ଏକ ବିଲ୍ ଗୃହୀତ କରିଛନ୍ତି । ଶ୍ରୀ ପାଲାନିସ୍ୱାମୀ ଗତ ବର୍ଷ ଥିରୁଭାଲୁଭର୍ ବିଶ୍ୱବିଦ୍ୟାଳୟକୁ ବିଭାଜନ କରି ଭର୍ସିଟି ସ୍ଥାପନ କରିବାକୁ ଘୋଷଣା କରିଥିଲେ । ଅନ୍ନାମଲାଇ ବିଶ୍ୱବିଦ୍ୟାଳୟ ଅଧିନିୟମ 2013 ଏବଂ ଟିଅନ୍ ଡ଼ ଏମଜିଆର୍ ମେଡିକାଲ ୟୁନିଭରସିଟି ଚେନ୍ନାଇ ଆକ୍ଟ, 1987 ରେ ସଂଶୋଧନ ପାଇଁ ଏକ ବିଲ୍ ମଧ୍ୟ ଗ୍ରହଣ କରାଯାଇଛି ।












Click it and Unblock the Notifications