ହାଇ ଆଲର୍ଟରେ ତିହାର ଜେଲ : 7 ଅଧିକାରୀ ସମେତ 52 କଏଦୀ କରୋନା ସଂକ୍ରମିତ
ଜେଲ ଭିତରେ ଥିବା ପ୍ରାୟ 52 ଜଣ କଏଦୀ କରୋନା ସଂକ୍ରମିତ ହୋଇଛନ୍ତି । ଏଥିସହିତ ସାତ ଜଣ ଜେଲ ଅଧିକାରୀ ମଧ୍ୟ ସଂକ୍ରମିତ ଥିବା ଜଣାପଡ଼ିଛି । ସଂକ୍ରମିତ ହୋଇଥିବା 35 ଜଣ କଏଦୀଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ତିହାର ଜେଲରେ କରୋନା ସଂକ୍ରମଣର ଭୟ ଘାରିଛି । ଜେଲ ଭିତରେ ଥିବା ପ୍ରାୟ 52 ଜଣ କଏଦୀ କରୋନା ସଂକ୍ରମିତ ହୋଇଛନ୍ତି । ଏଥିସହିତ ସାତ ଜଣ ଜେଲ ଅଧିକାରୀ ମଧ୍ୟ ସଂକ୍ରମିତ ଥିବା ଜଣାପଡ଼ିଛି । ସଂକ୍ରମିତ ହୋଇଥିବା 35 ଜଣ କଏଦୀଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିସହ ତିହାର ଜେଲରେ ହାଇ ଆଲର୍ଟ ଜାରି କରାଯାଇଛି । ଏହାପରେ ତିହାର ଜେଲରେ ସଂକ୍ରମିତ କଏଦୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । 6 ଏପ୍ରିଲ ସୁଦ୍ଧା ଜେଲ ଭିତରେ କେବଳ 19 ଜଣ କଏଦୀ ସଂକ୍ରମିତ ଚିହ୍ନଟ ହୋଇଥିଲେ । କିନ୍ତି ସେତେବେଳେ କୌଣସି କର୍ମଚାରୀ କରୋନା ସଂକ୍ରମିତ ହୋଇନଥିଲେ ।

ତିହାରରେ ହେଉଛି ଆଇସୋଲେସନ୍ ସେଣ୍ଟର
ଅଧିକାରୀମାନେ କହିଛନ୍ତି ଯେ ଏହି ଭାଇରସ୍ ବର୍ତ୍ତମାନ ଜେଲ୍ କମ୍ପ୍ଲେକ୍ସରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଦେଶର ସର୍ବ ବୃହତ ଜେଲରେ ଏକ ଆଇସୋଲେସନ୍ କେନ୍ଦ୍ର ନିର୍ମାଣ ପାଇଁ ଉଦ୍ୟମ କରାଯାଉଛି । ସୂଚନାଯୋଗ୍ୟ, ବର୍ତ୍ତମାନ ତିହାରରେ 20 ହଜାର କଏଦୀ ଅଛନ୍ତି ।
ତିନି ଜଣ କଏଦୀଙ୍କ ଅବସ୍ଥା ଗୁରୁତର
କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ତିନି ଜଣ କଏଦୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକାସାଙ୍ଗରେ 32 ଜଣ କଏଦୀଙ୍କୁ ଦୁଇଟି ଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ 17 ଜଣ ବିଭିନ୍ନ ଜେଲରେ କ୍ୱାରେଣ୍ଟିନ ଅଛନ୍ତି । ସାତ ଜଣ ଅଧିକାରୀଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରଖାଯାଇଛି ।












Click it and Unblock the Notifications