ବଢୁଛି ବାଘ ସଂଖ୍ୟା, ଦେଶରେ ଅଛନ୍ତି 3167 ବାଘ
ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କର୍ଣ୍ଣାଟକର ମୈସୁରରେ ପହଞ୍ଚି ସେଠାରେ ପ୍ରୋଜେକ୍ଟ ଟାଇଗରର 50 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପିଏମ ମୋଦୀ ବାନ୍ଦିପୁର ଟାଇଗର ରିଜର୍ଭରେ ବୁଲିଥିଲେ । ଏହି ସମୟରେ ମୋଦୀଙ୍କୁ ଏକ ନୂଆ ଲୁକ୍ ରେ ଦେଖିବାକୁ ମିଳିଥିଲା । ଏଥି ସହ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ବାଘ ସଂଖ୍ୟା ବିଷୟରେ ତଥ୍ୟ ଦେଇଛନ୍ତି ।

ଦେଶରେ ବାଘ ସଂଖ୍ୟାକୁ ନେଇ ଖୁସି ଖବର ଆସିଛି । ବାଘ ସଂଖ୍ୟା 3 ହଜାର 167 କୁ ବୃଦ୍ଧି ପାଇଛି । ବାଘ ସଂଖ୍ୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧରେ କହିଛନ୍ତି ଯେ 4 ବର୍ଷରେ ଦେଶରେ ବାଘ ସଂଖ୍ୟା 200 ବୃଦ୍ଧି ପାଇଛି । ଏହା ପୂର୍ବରୁ ଏହି ସଂଖ୍ୟା 2967 ଥିଲା ।
ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ବ୍ୟାଘ୍ର ସଂରକ୍ଷଣ ତଥା ସୁରକ୍ଷା କ୍ଷେତ୍ରରେ ପ୍ରୋଜେକ୍ଟ ଟାଇଗର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ତାଙ୍କ ଅଭିଭାଷଣରେ ସେ କହିଛନ୍ତି, 'ପ୍ରକୃତିର ସୁରକ୍ଷା ହେଉଛି ଭାରତୀୟ ସଂସ୍କୃତିର ଏକ ଅଂଶ । ପ୍ରୋଜେକ୍ଟ ଟାଇଗରର ସଫଳତା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଗର୍ବର ବିଷୟ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ସ୍ୱାଧୀନତାର 75 ବର୍ଷ ପୂରଣ କରିଛି ଏବଂ ସେହି ସମୟରେ ବିଶ୍ୱର 75% ବାଘ ଭାରତରେ ବାସ କରନ୍ତି । ଏଥି ସହିତ ପିଏମ ମୋଦୀ ଟାଇଗର ପ୍ରକଳ୍ପର 50 ବର୍ଷ ପୂରଣ ହେବା ପରେ ଆନ୍ତର୍ଜାତୀୟ ବିଗ୍ ବିଟ୍ ଆଲାଇନ୍ସ (ଆଇବିସିଏ) ଆରମ୍ଭ କରିଥିଲେ । ଏହା ସହିତ ଏହି ଅବସରରେ ଏକ ସ୍ମରଣୀୟ ମୁଦ୍ରା ମଧ୍ୟ ପ୍ରକାଶ ପାଇଥିଲା ।












Click it and Unblock the Notifications