ଟାର୍ଗେଟ୍ କିଲିଂ ର ପ୍ରତିଶୋଧ ନେଲା ସେନା, ଦୁଇ ଏନକାଉଣ୍ଟରରେ ତିନିଜଣ ଆତଙ୍କୀ ନିହତ
ଜାମ୍ମୁ ଓ କାଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ବିରୋଧରେ ଦୃଢ ପଦକ୍ଷେପ ନେଇ ଭାରତୀୟ ସେନା । ଦୁଇଟି ଏନକାଣ୍ଟରରେ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ଭାରତୀୟ ସେନା ଯବାନ୍ ।
ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ବିରୋଧରେ ଦୃଢ ପଦକ୍ଷେପ ନେଇ ଭାରତୀୟ ସେନା । ଦୁଇଟି ଏନକାଣ୍ଟରରେ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ଭାରତୀୟ ସେନା ଯବାନ୍ । ଗତ କିଛି ଦିନ ହେବ ଚାଲିଥିବା ଆତଙ୍କବାଦୀଙ୍କ ଟାର୍ଗେଟ୍ କିଲିଂ ପରେ ଭାରତୀୟ ସେନା ପକ୍ଷରୁ ଏହି ଏନକାଉଣ୍ଟ କରାଯାଇଛି ।

ଜାମ୍ମୁ-କାଶ୍ମୀରର କୁପଓ୍ଵାଡା ଏବଂ ସୋପୋରରେ ଭିନ୍ନ ଭିନ୍ନ ଦୁଇଟି ଏନକାଉଣ୍ଟରରେ ତିନି ଆତଙ୍କବାଦୀଙ୍କ ନିହତ ହୋଇଛନ୍ତି । ସୋପୋର ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏକେ-47 ରାଇଫଲ ଏବଂ 5 ମ୍ୟାଗଜିନ ଜବତ ହୋଇଛି । ଆତଙ୍କବାଦୀର ହଞ୍ଜାଲା ବୋଲି ଚିହ୍ନଟ ହୋଇଛି । ତାର ନିହତ ସୁରକ୍ଷାବଳ ପାଇଁ ବଡ ସଫଳତା ହୋଇଛି । ଅନ୍ୟପଟେ କୁପଓ୍ଵାଡାରେ ମଙ୍ଗଳବାର ସକାଳୁ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀ ସୁରକ୍ଷାବଳଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ଏଥିରୁ ଜଣେ ଆତଙ୍କବାଦୀ ପାକିସ୍ତାନର ବାସିନ୍ଦା ବୋଲି ଜଣା ପଡିଛି ।
ଏହି ପରି ସୁରକ୍ଷାକର୍ମୀ କାଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟ ଏବଂ ଅଭିନେତ୍ରୀ ଆମରିନ ଭଟ୍ଟଙ୍କ ହତ୍ୟାର ପ୍ରତିଶୋଧ ନେଇ ପାରିଛି । କାଶ୍ମୀର ପୋଲିସ ଆଇଜି ବିଜୟ କୁମାର କହିଛନ୍ତି କାଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାରେ ସାମିଲ୍ ଦୁଇ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଯବାନଙ୍କ ଗୁଳିରେ ନିହତ ହୋଇଛି । ଆଉ ଜଣଙ୍କ ସନ୍ଧାନରେ ସୁରକ୍ଷାବଳ ନିୟୋଜିତ ଅଛନ୍ତି । ଏହା ବ୍ୟତୀତ ଆମରିନ ଭଟ୍ଟଙ୍କ ହତ୍ୟାକାରୀ ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି । ଇଲାକାଇ ଦେହାତୀ ବ୍ୟାଙ୍କର ପ୍ରବନ୍ଧକ ବିଜୟ କୁମାରଙ୍କ ହତ୍ୟା କରିଥିବା ଆତଙ୍କବାଦୀଙ୍କ ଚିହ୍ନଟ ହୋଇ ସାରିଛି । ତାକୁ ଶୀଘ୍ର ଗିରଫ କରାଯିବ କିମ୍ବା ଏନକାଉଣ୍ଡର କରାଯିବ ବୋଲି ଆଇଜି ବିଜୟ କୁମାର କହିଛନ୍ତି ।
କାଶ୍ମୀର ଜୋନ ପୁଲିସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, କୁପୱାରା ସେକ୍ଟରର ଚାକରାଣ୍ଡି କାଣ୍ଡି ଅଞ୍ଚଳରେ ସୁରକ୍ଷା ବାହିନୀ ପଇଁତରା ମାରୁଥିବାବେଳେ ଆତଙ୍କବାଦୀମାନେ ଅଚାନକ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେବାକୁ ଯାଇ ସୁରକ୍ଷା ବାହିନୀ ପକ୍ଷରୁ ଗୁଳି ଚାଳନା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା 2 ଆତଙ୍କବାଦୀଙ୍କୁ ଗୁଳି କରି ସୁରକ୍ଷା ଯବାନମାନେ ନିପାତ କରିଛନ୍ତି । ଏହି ଦୁଇଜଣ ଲସ୍କର ଇ ତୋଇବାର ବୋଲି କଶ୍ମୀର ଜୋନ ପୁଲିସ ଟ୍ୱିଟ୍ କରି ସୂଚିତ କରିଛି । ତେବେ ଏଥିରୁ ଜଣେ ପାକିସ୍ତାନ ଆତଙ୍କବାଦୀ ଓ ତା'ର ନାମ ତୁଫାଲି ବୋଲି ସୂଚନା ମିଳିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ କିଛି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଗୁଳି ବିନିମୟ ବେଳେ 3ଜଣ ଗୁଳିମାଡ କରିଥିବା ଦେଖାଯାଇଥିଲା ।












Click it and Unblock the Notifications