ଚିନ୍ତା ବଢାଉଛି ଡେଲ୍ଟା ପ୍ଲସ୍ ଭାରିଆଣ୍ଟ : 40 କୁ ବୃଦ୍ଧି ପାଇଲା ସଂକ୍ରମିତଙ୍କ ସଂଖ୍ୟା
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏପର୍ଯ୍ୟନ୍ତ ଦେଶର ତିନୋଟି ରାଜ୍ୟରେ ଡେଲଟା ପ୍ଲସ୍ ଭାରିଆଣ୍ଟର 40 ରୁ ଅଧିକ ମାମଲା ରିପୋର୍ଟ ହୋଇଛି । ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ମିଳିଥିବା ରାଜ୍ୟ ଗୁଡ଼କ ହେଉଛି ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶ ।
ନୂଆଦିଲ୍ଲୀ : କରୋନା ଭାଇରସର ତୃତୀୟ ଲହର ବିପଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କ ଅସାବଧାନତା ମଧ୍ୟରେ କରୋନାର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ମାମଲା ସାମ୍ନାକୁ ଆସିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏପର୍ଯ୍ୟନ୍ତ ଦେଶର ତିନୋଟି ରାଜ୍ୟରେ ଡେଲଟା ପ୍ଲସ୍ ଭାରିଆଣ୍ଟର 40 ରୁ ଅଧିକ ମାମଲା ରିପୋର୍ଟ ହୋଇଛି । ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ମିଳିଥିବା ରାଜ୍ୟ ଗୁଡ଼କ ହେଉଛି ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶ ।

ଭାରତ ସରକାର ଦେଇଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ କେରଳରେ ଡେଲ୍ଟା ପ୍ଲସ ଭାରିଆଣ୍ଟ ମାମଲା ସାମ୍ନକୁ ଆସିବା ଆରମ୍ଭ ହୋଇଛି । ଏହି ତିନୋଟି ରାଜ୍ୟରେ 40 ରୁ ଅଧିକ ରୋଗୀଙ୍କ ଠାରେ କରୋନାର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଦେଖିବାକୁ ମିଳିଛି । ସତର୍କତା ଅବଲମ୍ବନ କରି ସରକାର ସ୍ଥାନୀୟ ପ୍ରଶାସନକୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଏହି ଜିଲ୍ଲାରେ ମିଳିଛି ଡେଲ୍ଟା ପ୍ଲସ୍ ଭାରିଆଣ୍ଟ
ସୂଚନାନୁସାରେ, ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶର ଯେଉଁ ଜିଲ୍ଲାଗୁଡ଼ିକରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଛି ସେଠାରେ ପରୀକ୍ଷଣ, ଟ୍ରାକିଂ ଏବଂ ଟୀକାକରଣ ବୃଦ୍ଧି କରିବାକୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ମହାରାଷ୍ଟ୍ରର ରତ୍ନଗିରି ଏବଂ ଜାଲଗାଓଁ ଜିଲ୍ଲା, କେରଳର ପାଲକ୍କଡ ଏବଂ ପଠାନମଥିଟ୍ଟା ଜିଲ୍ଲା ଏବଂ ମଧ୍ୟପ୍ରଦେଶର ଭୋପାଳ ଏବଂ ଶିବପୁରୀ ଜିଲ୍ଲାରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଦେଖିବାକୁ ମିଳିଛି ।
ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିନ୍ତାଜନକ- କେନ୍ଦ୍ର ସରକାର
କେନ୍ଦ୍ର ସରକାର ମଙ୍ଗଳବାର ଦିନ କରୋନାର 'ଡେଲ୍ଟା ପ୍ଲସ୍ ଭାରିଆଣ୍ଟ'କୁ ଭାରିଆଣ୍ଟ ଅଫ୍ କନ୍ସର୍ନ (VOC) ଭାବରେ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର କହିଥିଲେ ଯେ କରୋନାର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିନ୍ତାଜନକ ବୋଲି ବିବେଚନା କରାଯାଉଛି । ପଞ୍ଜାବ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଜାମ୍ମୁ କାଶ୍ମୀର ସମେତ ଅନେକ ରାଜ୍ୟରେ ଏହି ନୂତନ ଭାରିଆଣ୍ଟର ପ୍ରଭାବ ଦେଖିବାକୁ ମିଳିପାରେ । ଗତକାଲି ହିଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ମହାରାଷ୍ଟ୍ରରେ 21 ଟି, ମଧ୍ୟପ୍ରଦେଶରେ ତିନୋଟି ଏବଂ କେରଳରେ 6 ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛି, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।












Click it and Unblock the Notifications