ଟନେଲରେ ଫସିଥିବା 41 ଶ୍ରମିକ ମଧ୍ୟରୁ 3 ଅସୁସ୍ଥ, ପଠାଗଲା ଆବଶ୍ୟକ ଔଷଧ, ପ୍ଲାନ-ବି ରେ ପାହାଡ଼ ଉପରୁ ଖୋଳା ଆରମ୍ଭ
ଉତ୍ତରକାଶୀ: ଟନେଲ ଭିତରେ 15 ଦିନ ଧରି ଫସି ରହିଛନ୍ତି 41 ଶ୍ରମିକ । ଅନ୍ଧାର ଟନେଲ୍ ଭିତରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଚାଲିଛି ଉଦ୍ୟମ । କିନ୍ତୁ ଫେଲ୍ ମାରୁଛି ଗୋଟିଏ ପରେ ଗୋଟିଏ ପ୍ଲାନ୍ ।

ସେପଟେ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ 3 ଜଣ ଅସୁସ୍ଥ ହୋଇପଡିଛନ୍ତି । ଏହି ତିନି ଶ୍ରମିକଙ୍କ ମୁଣ୍ଡବିନ୍ଧା ହେବା ସହ ବାନ୍ତି ଏବଂ ଛାତିରେ ଯନ୍ତ୍ରଣା ହେଉଥିବା ଜଣାଯାଇଛି । ତେଣୁ ସେମାନଙ୍କ ନିକଟକୁ ଡାକ୍ତର ଏକ ପାଇପ ମାଧ୍ୟମରେ ଆବଶ୍ୟକ ଔଷଧ ପଠାଇଛନ୍ତି । କିଛି ଶ୍ରମିକ ଖାଇବା ମଧ୍ୟ ବନ୍ଦ କରିଦେଇଛନ୍ତି । ଶ୍ରମିକମାନେ ସକାଳୁ ଖାଇ ନାହାଁନ୍ତି, ସେମାନେ ଚାପ ଅନୁଭବ କରୁଛନ୍ତି, ସେମାନଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରିବା ସମୟରେ ଭାବପ୍ରବଣ ହୋଇଥିଲେ । ଏଥିସହ ତୁରନ୍ତ ତିନିଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ସେହି ସ୍ଥାନକୁ ପଠାଯାଇଛିା ଯେଉଁମାନେ ବର୍ତ୍ତମାନ ଶ୍ରମିକମାନଙ୍କ ସହ କଥା ହେବେ ।
ଅଗର ମେସିନ୍ ଭାଙ୍ଗିବା ପରେ ଏବେ ପ୍ଲାନ୍ 'ବି' ଆରମ୍ଭ ହୋଇଛି । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଭର୍ଟିକାଲ ଡ୍ରିଲିଂ ଆରମ୍ଭ କରିଛନ୍ତି ଉଦ୍ଧାରକାରୀ ଦଳ । ପାହାଡ଼ ଉପରୁ ଖୋଳା ଆରମ୍ଭ କରିଛନ୍ତି ରେସକ୍ୟୁ ଟିମ୍ । ଉପରପଟୁ 200 ମିମି. ବ୍ୟାସର 86 ମିଟର ଖୋଳିବା ପରେ ଉତ୍ତରକାଶୀ ଟନେଲ ଭିତରୁ 41 ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଏହାଛଡ଼ା ଟନେଲ ଭିତରେ ଥିବା ଅମ୍ବ୍ରେଲାକୁ ସୁରକ୍ଷା ଦେବା ପାଇଁ ମଧ୍ୟ କାମ ଚାଲୁ ରହିଛି ।
ସେପଟେ ଟନେଲରେ 46 ମିଟର ଖୋଳା ସରିଥିବା ବେଳେ ଶ୍ରମିକଙ୍କୁ ନିକଟରେ ପହଞ୍ଚିବାକୁ ଆଉ ମାତ୍ର 10 ରୁ 12 ମିଟର ଡ୍ରିଲିଂ ବାକିଥିଲା । ଖୋଳା ଶେଷ ହୋଇଥିଲେ ହୋଲ୍ ମଧ୍ୟରେ 800 ମି.ମି. ଷ୍ଟିଲ୍ ପାଇପ୍ ଭର୍ତ୍ତି କରି ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥାନ୍ତା । ହେଲେ ରେସକ୍ୟୁ ଅପରେସନର ଅନ୍ତିମ ପର୍ଯ୍ୟାୟରେ ଆମେରିକୀୟ ଅଗର ମେସିନ ଭାଙ୍ଗିଯିବା ଫଳରେ ପ୍ଲାନ୍ -ଏ ବନ୍ଦ ହୋଇଛି । ଏ ନେଇ ଅନ୍ତର୍ଜାତୀୟ ସୁଡ଼ଙ୍ଗ ବିଶେଷଜ୍ଞ ଆର୍ଣ୍ଣୋଲ୍ଡ ଡିକ୍ସ କହିଛନ୍ତି, ଏବେ ଆଉ ଅଗର୍ ମେସିନ୍ରେ ସୁଡ଼ଙ୍ଗ ଖୋଳାଯିବ ନାହିଁ କି ଆଉ ଏକ ମେସିନ୍ ଆସିବ ନାହିଁ । ଶ୍ରମିକଙ୍କୁ ବାହାର କରିବା ଲାଗି ଦ୍ୱିତୀୟ ବିକଳ୍ପ (ପ୍ଲାନ୍-ବି)ର ସହାୟତା ନିଆଯିବ ।
ପ୍ଲାନ୍-ବି ଅଧୀନରେ ସୁଡ଼ଙ୍ଗର ଉପରପଟୁ ଭର୍ଟିକାଲ୍ ଡ୍ରିଲିଂ କରାଯିବ । ଏଥିଲାଗି ପ୍ରସ୍ତୁତି ଜାରି ରହିଛି । ଭର୍ଟିକାଲ୍ ଡ୍ରିଲିଂ ପାଇଁ ପୂର୍ବରୁ ଆର୍ଣ୍ଣୋଲ୍ଡ ଡିକ୍ସ ସ୍ଥାନ ଚିହ୍ନଟ କରିସାରିଛନ୍ତି । ଏହାପରେ ବିଆର୍ଓ ଦ୍ୱାରା ପାହାଡ଼ ଉପରକୁ 1000 ମିଟର ସଡ଼କ ନିର୍ମାଣ କରାଯାଇଛି । ରବିବାର ସକାଳୁ ଉପର ପଟୁ ମେସିନ୍ ରଖାଯାଇ ଡ୍ରିଲିଂ ଆରମ୍ଭ ହୋଇଛି । ସତ୍ଲୁଜ୍ ବିଦ୍ୟୁତ୍ ନିଗମ ଲିମିଟେଡ୍ ଏହି ଅଭିଯାନର ଦାୟିତ୍ୱ ନେଇଛି ।
ଭର୍ଟିକାଲ୍ ଡ୍ରିଲିଂରେ ଅନେକ ବିପଦ ରହିଛି । କାରଣ ତଳେ ସୁଡ଼ଙ୍ଗରେ ଶ୍ରମିକମାନେ ଫସିରହିଛନ୍ତି । ଉପରୁ ବଡ଼ ଗର୍ତ୍ତ ଖୋଳାଯାଇ ତଳକୁ ଯିବା ପାଇଁ ରାସ୍ତା ନିର୍ମାଣ ହେବ । ଏଠାରୁ ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ହେଲେ 86 ମିଟର ଖୋଳିବାକୁ ପଡ଼ିବ । ଏହାଦ୍ୱାରା ବିପୁଳ ମାତ୍ରାରେ ଅତଡ଼ା ଖସିବା ଆଶଙ୍କା ରହିଛି । ତେଣୁ ଏହି ଅଭିଯାନ ପାଇଁ କେତେ ସମୟ ଲାଗିବ, ତାହା ନେଇ କୌଣସି ସମୟସୀମା ନାହିଁ । ତଥାପି ଶ୍ରମିକଙ୍କ ଜୀବନ ବଞ୍ଚାଇବା ଲାଗି ଏହି ବିକଳ୍ପ ଆପଣାଇବାକୁ ଉଦ୍ଧାରକାରୀ ଦଳ ବାଧ୍ୟ ହୋଇଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....












Click it and Unblock the Notifications