ଜାମ୍ମୁ ଓ କାଶ୍ମୀର : ସୁରକ୍ଷାକର୍ମୀ ଗୁଳିରେ ତିନି ଆତଙ୍କବାଦୀ ନିହତ

ଶୋପିଆନ୍ ଅଞ୍ଚଳରେ ସୁରକ୍ଷା କର୍ମୀ ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ-କଶ୍ମୀର ଶୋପିଆନରେ ହୋଇଥିବା ଏନକାଉଣ୍ଟରରେ 3 ଆତଙ୍କବାଦୀ ନିହତ ହୋଇଥିବା ନେଇ ଖବର ମିଳିଛି ।

ଜାମ୍ମୁ ଓ କାଶ୍ମୀର : ଶୋପିଆନ୍ ଅଞ୍ଚଳରେ ସୁରକ୍ଷା କର୍ମୀ ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ-କଶ୍ମୀର ଶୋପିଆନରେ ହୋଇଥିବା ଏନକାଉଣ୍ଟରରେ 3 ଆତଙ୍କବାଦୀ ନିହତ ହୋଇଥିବା ନେଇ ଖବର ମିଳିଛି । ନିହତ 3 ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେ ଗାନ୍ଦରବଲର ମୁଖତାର ଶାହ ବୋଲି ଜଣାପଡ଼ିଛି । ମୁଖତାର ଶାହ ବିହାରର ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା । ମୃତ ସମସ୍ତ ଆତଙ୍କବାଦୀମାନେ ଲସ୍କର-ଇ-ତୋଏବା ଦ୍ୱାରା ପରିଚାଳିତ ଟିଆରଏଫର ସଦସ୍ୟ ଥିବା ଜଣାପଡ଼ିଛି ।

jammu and kashmir

ପୁଲିସର ସୂଚନା ଅନୁସାରେ, ଆତଙ୍କବାଦୀଙ୍କ ନିକଟରୁ ମାରଣାସ୍ତ୍ର ଜବତ କରାଯାଇଛି । ଘଟଣାସ୍ଥଳରେ ଏବେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି । ଗତକାଲି ଜମ୍ମୁ-କଶ୍ମୀର ପୁଞ୍ଚ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଜେସିଓଙ୍କ ସମେତ 5 ଯବାନ ସହିଦ ହୋଇଥିଲେ । ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ଗୁଇନ୍ଦା ସୂଚନା ପାଇ ସୁରନକୋଟ୍‌ ଅନ୍ତର୍ଗତ 'ଡିକେଜି' ନିକଟ ଗାଁରେ ଅଭିଯାନ ଆରମ୍ଭ ହୋଇଥିଲା । 3-4 ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ଜାଣି ସେନା ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରିଥିଲା ।

ଏଥିରେ ଆର୍ମି, ସିଆରପିଏଫ ଓ ଜମ୍ମୁ-କଶ୍ମୀର ପୋଲିସ୍ ସାମିଲ ଥିଲେ । ସୁରକ୍ଷା କର୍ମୀମାନେ ସମ୍ପୃକ୍ତ ଗାଁକୁ ଘେରାଉ କରିବା ସହ ସର୍ଚ୍ଚ ଅପରେସନ କରିଥିଲେ । ପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+