Get Updates
Get notified of breaking news, exclusive insights, and must-see stories!

ଆଜିଠୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ, ଏପ୍ରିଲ ୧୮ ଯାଏଁ ଚାଲିବ

ଆଜିଠୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ । ଏପ୍ରିଲ ୧୮ ତାରିଖ ଯାଏଁ ଚାଲିବ ଅଧିବେଶନ । ଆସିବ ୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍ । ଲୋକସଭା ଆସନ ବୃଦ୍ଧି, ନିର୍ବାଚନମଣ୍ଡଳୀର ପୁନଃ ସୀମା ନିର୍ଦ୍ଧାରଣ ଓ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ତ୍ବରାନିତ କରିବା ଏହାର ମୂଳ ଲକ୍ଷ୍ୟ । ୨୦୨୯ ଲୋକସଭା ନିର୍ବାଚନରୁ ଏହି ବ୍ୟବସ୍ଥା ଲାଗୁ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଲୋକସଭାର ସର୍ବାଧିକ ଆସନ ସଂଖ୍ୟା ୫୫୦ରୁ ୮୫୦ କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏଥିମଧ୍ୟରୁ ୮୧୫ଟି ଆସନ ରାଜ୍ୟଗୁଡ଼ିକ ପାଇଁ ଏବଂ ୩୫ଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରହିବ । ୮୫୦ଟି ଆସନ ମଧ୍ୟରୁ ପ୍ରାୟ ୨୮୩ଟି ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ । ଏଥିରେ SC/ST ମହିଳାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର କୋଟା ରହିବ । ୨୦୧୧ ଜନଗଣନା ଆଧାରରେ ନୂତନ ଭାବେ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ସ୍ଥିର କରାଯାଇପାରେ ।

Parliament

ଦିଲ୍ଲୀ, ପୁଡୁଚେରୀ ଏବଂ ଜାମ୍ମୁ-କାଶ୍ମୀର ଭଳି ବିଧାନସଭା ଥିବା କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ଏହି ନିୟମ ଲାଗୁ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି , ମହିଳା ସଂରକ୍ଷଣ ହେଉଛି ସାରା ଦେଶର ଭାବନା । ଦେଶର ଜନସଂଖ୍ୟା ବଢ଼ିଥିବାରୁ ଆସନ ସଂଖ୍ୟା ବଢ଼ାଇବା ଜରୁରୀ ହୋଇପଡ଼ିଛି । ଯାହାଦ୍ୱାରା କୌଣସି ରାଜ୍ୟର ପ୍ରତିନିଧିତ୍ୱ କମିବ ନାହିଁ । ମହିଳାମାନଙ୍କୁ ସଠିକ୍ ସୁଯୋଗ ମିଳିବ । ଅନେକ ବିରୋଧୀ ଦଳ ବିଶେଷ କରି ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ଏହାକୁ ବିରୋଧ କରୁଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ଭଲ ପ୍ରଦର୍ଶନ କରିଥିବା ରାଜ୍ୟଗୁଡ଼ିକ ଏହି ନୂଆ ନିୟମ ଯୋଗୁଁ କ୍ଷତି ସହିପାରନ୍ତି ବୋଲି ଯୁକ୍ତି ବାଢିଛନ୍ତି । ଏହାଦ୍ୱାରା ଉତ୍ତର ଭାରତର ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟଗୁଡ଼ିକର ରାଜନୈତିକ ପ୍ରଭାବ ବଢ଼ିଯିବାର ଆଶଙ୍କା ରହିଛି । ବିରୋଧୀମାନେ ଏକ ନୂଆ ଜନଗଣନା ଏବଂ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+