Get Updates
Get notified of breaking news, exclusive insights, and must-see stories!

ଭାରତ ଏହାର 'ଅସମାପ୍ତ' କାର୍ଯ୍ୟ ପୁରା କରିବ ! 26/11 ବାର୍ଷିକୀ ଅବସରରେ ଆତଙ୍କବାଦୀଙ୍କୁ ଜୟଶଙ୍କରଙ୍କ ଚେତାବନୀ

26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ଭାରତ କଦାପି ଭୁଲିପାରିବ ନାହିଁ । 26 ନଭେମ୍ବର 2008 ଭାରତ ପାଇଁ ଏକ କଳା ଦିବସ ଥିଲା । ଆତଙ୍କୀ ଆକ୍ରମଣରେ 166 ଜଣଙ୍କର ଜୀବନ ଚାଲିଯାଇଥିଲା ।

ମୁମ୍ବାଇ: 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ଭାରତ କଦାପି ଭୁଲିପାରିବ ନାହିଁ । 26 ନଭେମ୍ବର 2008 ଭାରତ ପାଇଁ ଏକ କଳା ଦିବସ ଥିଲା । ଆତଙ୍କୀ ଆକ୍ରମଣରେ 166 ଜଣଙ୍କର ଜୀବନ ଚାଲିଯାଇଥିଲା । 14 ବର୍ଷ ପୂର୍ବେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଆଜି ହେଉଛି 14 ତମ ବାର୍ଷିକୀ । ଆଜି ବି ସେହି ଦିନ କଥା ମନେପଡ଼ିଲେ ମନରେ ଆକ୍ରମଣର ଭୟାବହତା ଆତଙ୍କ ସୃଷ୍ଟି କରୁଛି ।

ସ୍ୱାଧୀନ ଭାରତ ପୂର୍ବରୁ ଏପରି ଆତଙ୍କବାଦୀ ଆକ୍ରମଣ କେବେ ଦେଖି ନଥିଲା । ଏହି ଆକ୍ରମଣରେ 18 ଜଣ ସୁରକ୍ଷା କର୍ମୀଙ୍କ ସମେତ 166 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 300 ରୁ ଅଧିକ ଲୋକ ଆହତ ହୋଇଥିଲେ । ପାକିସ୍ତାନର ଲସ୍କର-ଏ-ତୋଏବା (LeT) ଆତଙ୍କବାଦୀମାନେ ମୁମ୍ବାଇରେ ସେହି ଭୟାବହ ଆକ୍ରମଣ କରିଥିଲେ । ଏହା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ ଜୟଶଙ୍କର କହିଛନ୍ତି ଯେ 2008 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅପରାଧୀଙ୍କୁ ସେମାନଙ୍କ ଠିକଣା ଜାଗାରେ ପହଞ୍ଚାଇବା କାମ ଅଧୁରା ଅଛି । ଏହି ଲକ୍ଷ୍ୟକୁ ଭାରତ କଦାପି ଛାଡିବ ନାହିଁ ।

26 11 attack

10 ଜଣ ଲସ୍କର-ଏ-ତୋଏବାର ଆତଙ୍କବାଦୀ ସମୁଦ୍ର ପଥ ଦେଇ ମୁମ୍ୱାଇ ସହରକୁ ପ୍ରବେଶ କରିଥିଲେ । ସେମାନେ ତାଜ୍ ହୋଟେଲ, ଟ୍ରାଇଡେଣ୍ଟ ହୋଟେଲ, ଲିଓପୋଲ୍ଡ କ୍ୟାଫେ, କାମା ହସପିଟାଲ ଓ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ରେ ଆଖିବୁଜା ଗୁଳି ଚଳାଇବା ସହ ଆତଙ୍କ ଖେଳାଇ ଥିଲେ । ଏନଏସଜି ଓ ମୁମ୍ୱାଇ ପୋଲିସ 9 ଜଣ ଆତଙ୍କବାଦୀଙ୍କୁ ଗୁଳି କରିଥିଲା । ଗିରଫ ଆତଙ୍କୀ ଅଜମଲ୍ କସାବକୁ 4 ବର୍ଷ ପରେ ଫାଶୀ ଦିଆଯାଇଥିଲା ।
ଏକ ଭିଡିଓ ସେୟାର କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଆତଙ୍କବାଦର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଆମେ ସମବେଦନା ଜଣାଉଛୁ । ଜୟଶଙ୍କର କହିଛନ୍ତି ଯେ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଦାୟିତ୍ୱବାନ ସଦସ୍ୟ ଭାବରେ ସେମାନଙ୍କ ଆଘାତକୁ ମନେ ରଖିବା ଏବଂ ଆତଙ୍କବାଦୀଙ୍କ ଅପରାଧୀଙ୍କୁ ନ୍ୟାୟ ଦେବା ପାଇଁ ଆମର ଉଦ୍ୟମକୁ ଦୃଢ ଭାବରେ ଅନୁସରଣ କରିବା ଆମର ଦାୟିତ୍ୱ ।

ବୈଦେଶିକ ମନ୍ତ୍ରୀ ଡ ଜୟଶଙ୍କର କହିଛନ୍ତି ଯେ, "2008 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅପରାଧୀଙ୍କୁ ନ୍ୟାୟ ଦେବା କାର୍ଯ୍ୟ ଅଧୁରା ରହିଛି । ଭାରତ ଏହି ଉଦ୍ଦେଶ୍ୟରୁ କେବେ ଓହରିବ ନାହିଁ, ସମସ୍ତ ଅପରାଧୀଙ୍କୁ ଶାସ୍ତି ମିଳିବ । ପାକିସ୍ତାନରେ ବସି ଭାରତକୁ ଆକ୍ରମଣ କରିଥିବା ମୁଖ୍ୟ ଲସ୍କର ଷଡଯନ୍ତ୍ରକାରୀ ହାଫିଜ ସଇଦ, ଜାକିୟୁର ରେହମାନ ଲଖଭି, ଅବଦୁଲ ୱାଜିଦ, ମଜହର ଇକବାଲ, ହାମାସ ସାଦି, ସହିଦ ଜମେଲ ରିଆଜ, ଜାମିଲ ଅହମ୍ମଦ, ୟୁନିସ ଅଞ୍ଜୁମ୍ ଏବଂ ସାଜଜାଦ ମୀରକୁ ଯୋଜନା କରିବା ଏବଂ କାର୍ଯ୍ୟକାରୀ କରିବା ନେଇ ଦୋଷୀ ଭାବୁଛୁ । 2009 ମସିହାରେ ପାକିସ୍ତାନ ବିଶ୍ୱ ଚାପରେ ଆସି ଏହାର ତଦନ୍ତ ଆରମ୍ଭ କରିଥିଲା । ତଥାପି ପାକିସ୍ତାନରେ ଏହି ମାମଲାର ଶୁଣାଣି ଏକ ପରିହାସ ପାଲଟିଛି ।

ଭାରତରେ ହୋଇଥିବା ଏହି ପ୍ରମୁଖ ଆତଙ୍କବାଦୀ ଆକ୍ରମଣର ତଦନ୍ତକୁ ପାକିସ୍ତାନ ହାଲୁକା ଭାବେ ଗ୍ରହଣ କରୁଛି । 2009 ରେ ପାଞ୍ଚ ବର୍ଷ ମଧ୍ୟରେ ସେ ଲସ୍କର ଅପରେସନ୍ କମାଣ୍ଡର ଏବଂ 6 ଜଣଙ୍କୁ ଜାମିନ ପ୍ରଦାନ କରିଥିଲା । 2015 ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଶ୍ୱସନୀୟ ପ୍ରମାଣ ଦେବାରେ ବିଫଳ ହେବା ପରେ ସେମାନେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।

26 11 attack

ଆତଙ୍କବାଦକୁ ରୋକିବା ପାଇଁ ପାକିସ୍ତାନ କେବେ ବଳିଷ୍ଠ ପଦକ୍ଷେପ ନେଇ ନଥିବା ର ଏକ ଟ୍ରାକ୍ ରେକର୍ଡ ରହିଛି । ବିଶେଷକରି ସେ ଇସଲାମାବାଦରେ ବଢୁଥିବା ଆତଙ୍କବାଦୀଙ୍କ ବିରୋଧରେ କିଛି କହିବାକୁ ମନା କରି ଦେଇଛି । ପାକିସ୍ତାନ ଦ୍ୱାରା କୌଣସି କାର୍ଯ୍ୟ କେବଳ ଅନ୍ତର୍ଜାତୀୟ ସମୁଦାୟର ସମ୍ଭାବ୍ୟ ପ୍ରତିବନ୍ଧକକୁ ଏଡ଼ାଇ ପ୍ୟାରିସ୍ ଆଧାରିତ ଆର୍ଥିକ ଆକ୍ସନ୍ ଫୋର୍ସ (FATF) ର ଗ୍ରେ ଲିଷ୍ଟରୁ ବାହାର କରିବା କେବଳ ଏହାର ଲକ୍ଷ୍ୟ ।

ଯଦିଓ ଅନ୍ତର୍ଜାତୀୟ ସମୁଦାୟ 26/11 ଷଡଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତର ଆହ୍ୱାନକୁ ସମର୍ଥନ କରିଛି, କିନ୍ତୁ ଏହାର ପ୍ରଭାବ ଏପର୍ଯ୍ୟନ୍ତ ଦୃଶ୍ୟମାନ ହୋଇନାହିଁ । ଷଡଯନ୍ତ୍ରକାରୀଙ୍କ ବିରୋଧରେ ପାକିସ୍ତାନ କେବଳ ଦେଖାଣିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ନିଜକୁ ଅନ୍ତର୍ଜାତୀୟ ସମୁଦାୟଠାରୁ ଉନ୍ନତ ବୋଲି ପ୍ରମାଣ କରିବାରକୁ ଏପରି କରିଥିଲା । ଏହି ସମୟରେ ସେ ଲଖଭି ନେତୃତ୍ୱରେ ଥିବା ଲସ୍କର ଓ ତୋଏବାର ଅପରେଟିଭ୍ ଉପରେ ସାମୟିକ ଭାବେ ଚାର୍ଜ ଲଗାଇ ଦେଖାଣିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା । ତାଙ୍କର ରଣନୀତି ଏଠାରେ କାମ କଲା ଏବଂ ସେ ନିଜକୁ 2010 ରେ FATF ର ଗ୍ରେ ଲିଷ୍ଟରୁ ହଟାଇଲେ । ତେବେ ତାଙ୍କର ଏହି ଷଡଯନ୍ତ୍ର ବେଶୀ ଦିନ ରହିଲା ନାହିଁ । କେବଳ ଦୁଇ ବର୍ଷ ପରେ 2012 ରେ, ପାକିସ୍ତାନକୁ ମନି ଲଣ୍ଡରିଂ ଏବଂ ଆତଙ୍କବାଦ ଆର୍ଥିକ ମୁକାବିଲା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନ ନେବା ଦର୍ଶାଇ ଗ୍ରେ ଲିଷ୍ଟରେ ସ୍ଥାନିତ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+