କୋଭାକ୍ସିନ୍ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ : ଗୁରୁତର ରୋଗୀଙ୍କ ବିରୋଧରେ କୋଭାକ୍ସିନ୍ 93.4 ପ୍ରତିଶତ ପ୍ରଭାବଶାଳୀ
ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାରତ ବାୟୋଟେକ୍ କହିଛି ଯେ କୋଭାକ୍ସିନ୍ ଫେଜ୍ -3 ର କ୍ଲିନିକାଲ୍ ପରୀକ୍ଷାରେ ଏହା 77.8% ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।
ନୂଆଦିଲ୍ଲୀ : ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିଛି । ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାରତ ବାୟୋଟେକ୍ କହିଛି ଯେ କୋଭାକ୍ସିନ୍ ଫେଜ୍ -3 ର କ୍ଲିନିକାଲ୍ ପରୀକ୍ଷାରେ ଏହା 77.8% ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।

ପ୍ରି-ପ୍ରିଣ୍ଟ ତଥ୍ୟକୁ ଦର୍ଶାଇ ଭାରତ ବାୟୋଟେକ କହିଛନ୍ତି ଯେ କୋଭିଡ -19 ବିରୋଧରେ ସ୍ୱଦେଶୀ ଟିକା କୋଭାକ୍ସିନ ପାଇଁ ଅନ୍ତିମ ପରୀକ୍ଷା ଶେଷ ହୋଇଛି । ବିଶ୍ଳେଷଣରୁ ଜଣାପଡିଛି ଯେ କରୋନା ଏବଂ ଡେଲୋଟା ଭାରିଆଣ୍ଟ୍ ର ଗୁରୁତର ରୋଗୀଙ୍କ ଉପରେ କୋଭାକ୍ସିନ୍ ମଧ୍ୟ ପ୍ରଭାବଶାଳୀ ଅଟେ । ଭାରତ ବାୟୋଟେକ୍ ଦର୍ଶାଇଛି ଯେ କୋଭାକ୍ସିନ୍ ଡେଲଟା ଭାରିଆଣ୍ଟ (SARS-CoV-2, B.1.617.2) ବିରୋଧରେ 65.2 ପ୍ରତିଶତ ପ୍ରଭାବଶାଳୀ ।
ଭରତ ବାୟୋଟେକ୍ କହିଛି ଯେ ଗୁରୁତର କରୋନା ରୋଗୀଙ୍କ ବିରୋଧରେ କୋଭାକ୍ସିନ୍ 93.4 ପ୍ରତିଶତ ପ୍ରଭାବଶାଳୀ ଅଟେ । ଭରତ ବାୟୋଟେକ୍ 130 ଟି କରୋନା ମାମଲାରେ ଏହି ପରୀକ୍ଷା କରିଛି ।
COVAXIN® Proven SAFE in India's Largest Efficacy Trial. Final Phase-3 Pre-Print Data Published on https://t.co/JJh9n3aB6V pic.twitter.com/AhnEg56vFN
— BharatBiotech (@BharatBiotech) July 2, 2021
ଲକ୍ଷଣବିହୀନ କରୋନା ରୋଗୀଙ୍କ ଉପରେ କୋଭାକ୍ସିନ୍ 63.6% ପ୍ରଭାବଶାଳୀ । ଏହି ପରୀକ୍ଷା ପାଇଁ ଭାରତର 25 ଟି ଡାକ୍ତରଖାନା ଚୟନ କରାଯାଇଥିଲା । କୋଭାକ୍ସିନର ଅନ୍ତିମ ପରୀକ୍ଷା ପାଇଁ ଏକ ବୃହତ ଆକାରର ଡବଲ୍-ବ୍ଲାଇଣ୍ଡ, ରାଣ୍ଡୋମାଇଜଡ୍, ମଲ୍ଟି ସେଣ୍ଟର୍ କ୍ଲିନିକାଲ୍ ପ୍ରସ୍ତୁତି କରାଯାଇଥିଲା । ଏହି ରିପୋର୍ଟରେ କୁହାଯାଇଛି ଯେ 18 ରୁ 98 ବର୍ଷ ବୟସର ରୋଗୀଙ୍କୁ ଏହି ପରୀକ୍ଷଣରେ ଅନ୍ତର୍ଭୁକ୍ତ କରାଯାଇଥିଲା ।












Click it and Unblock the Notifications