ଅପରେସନ୍ ଅଜୟ: ଇସ୍ରାଏଲରୁ ସ୍ୱଦେଶ ଫେରିଲେ ଆଉ 197 ଭାରତୀୟ
Operation Ajay: ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଅଣାଯାଉଛି । ଅପରେସନ୍ ଅଜୟ ଅଧୀନରେ, ଇସ୍ରାଏଲରୁ ଆଉ 197 ଭାରତୀୟ ନାଗରିକଙ୍କୁ ଫେରାଇ ଅଣାଯାଇଛି । ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋର ସମସ୍ତ ଭାରତୀୟ ନାଗରିକଙ୍କୁ ସ୍ୱାଗତ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋର କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଉଛି । ପିଏମ ମୋଦୀ ଦେଶର ନାଗରିକଙ୍କ ପାଇଁ ଉତ୍ସର୍ଗୀକୃତ ଏବଂ ଭାରତୀୟ ନାଗରିକମାନଙ୍କୁ ଇସ୍ରାଏଲରୁ ସୁରକ୍ଷିତ ଭାବେ ଅଣାଯାଉଛି । ଫେରିବା ପରେ ସେମାନେ ନିଜ ଦେଶ ପାଇଁ ଖୁସି ଅଛନ୍ତି ।
ସ୍ୱଦେଶରେ ପହଞ୍ଚିବା ପରେ ଭାରତୀୟ ନାଗରିକଙ୍କ ଚେହେରା ହସ ଫୁଟିଥିଲା । ଅପରେସନ୍ ଅଜୟ ଅଧୀନରେ ଇସ୍ରାଏଲରୁ ଫେରିଥିବା ଜଣେ ଭାରତୀୟ ନାଗରିକ କହିଛନ୍ତି ଯେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଭାରତ ସରକାର ଆମ ପାଇଁ ବହୁତ ଭଲ କାମ କରୁଛନ୍ତି । ଆମେ ଭାରତ ସରକାରଙ୍କ ନିକଟରେ କୃତଜ୍ଞ । ଆମେ ସେଠାରେ ଭୟଭୀତ ଅନୁଭବ କରୁଥିଲୁ, ଅପରେସନ୍ ଅଜୟ ପାଇଁ ଆମେ ସରକାରଙ୍କ ନିକଟରେ କୃତଜ୍ଞ ।
ଦିଲ୍ଲୀରେ ପହଞ୍ଚିବା ମାତ୍ରେ ଭାରତୀୟ ନାଗରିକମାନେ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇଥିଲେ । ଇସ୍ରାଏଲରୁ ଫେରିଥିବା ଭାରତୀୟ ନାଗରିକ ଲଲିତ କହିଛନ୍ତି ଯେ ଏହି ପଦକ୍ଷେପ ଭଲ । ମୁଁ ସେଠାରେ ଅଟକି ଯାଇଥିଲି । ମୁଁ ଫ୍ଲିଣ୍ଟ ବୁକ୍ କରିଥିଲି, କିନ୍ତୁ ମୋର 6 ଟି ବିମାନ ବାତିଲ ହୋଇଗଲା ।ମୋ ଘରର ଲିଜ୍ ମଧ୍ୟ ଶେଷ ହୋଇଯାଇଥିଲା । ମୋ ଝିଅ ଏବଂ ସ୍ତ୍ରୀ ମୋ ସହିତ ଥିଲେ । ମୁଁ ଭାରତୀୟ ଦୂତାବାସ ଏବଂ ଭାରତ ସରକାରଙ୍କ ପାଖରେ କୃତଜ୍ଞ ।
#WATCH | "Bharat Mata Ki Jai" chants by Indian nationals as they arrive in Delhi from Israel
Union Minister Kaushal Kishore received them at the airport. #OperationAjay pic.twitter.com/A7IZ1TxxCw
— ANI (@ANI) October 14, 2023
ଇସ୍ରାଏଲରୁ ଫେରାଇ ଅଣାଯାଉଥିବା ଭାରତୀୟଙ୍କ ସମସ୍ତ ଫେରିବା ଖର୍ଚ୍ଚ ସରକାର ବହନ କରୁଛନ୍ତି । ଇସ୍ରାଏଲରେ ପ୍ରାୟ 18 ହଜାର ଭାରତୀୟ ନାଗରିକ ରହୁଛନ୍ତି ।
ଅକ୍ଟୋବର 7 ତାରିଖରେ ଗାଜା ଷ୍ଟ୍ରିପରେ ଥିବା ସଶସ୍ତ୍ର ହମାସ ଆତଙ୍କବାଦୀମାନେ ସ୍ଥଳ, ଆକାଶ ଓ ସମୁଦ୍ର ପଥରେ ଇସ୍ରାଏଲ ଉପରେ ଆତର୍କିତ ଆକ୍ରମଣ କରିବା ପରେ ଭାରତୀୟ ନାଗରିକଙ୍କ ସ୍ୱେଚ୍ଛାକୃତ ଭାବେ ଇସ୍ରାଏଲ୍ ଛାଡିବା ଆବଶ୍ୟକ ହୋଇପଡ଼ିଥିଲା । ସେବେଠାରୁ ଏହି ଆକ୍ରମଣରେ ଇସ୍ରାଏଲରେ 1300 ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଜାରେ ଇସ୍ରାଏଲର କାଉଣ୍ଟର ଏୟାରଷ୍ଟ୍ରାଇକରେ ଅତିକମରେ 1900 ଲୋକଙ୍କର ମୃତ୍ୟୁ ଘଟିଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications