ମୋର ଯନ୍ତ୍ରଣା, ମୋ ପରିବାରର ଅନୁରୋଧ ସତ୍ତ୍ୱେ ସେମାନେ ଟିକା ପରୀକ୍ଷା ବନ୍ଦ କରିନଥିଲେ: କୋଭିଶିଲ୍ଡ ସ୍ୱେଚ୍ଛାସେବୀ

ମୋ ସ୍ୱାସ୍ଥ୍ୟବସ୍ଥା ପ୍ରତିକୂଳ ଥିଲେ ମଧ୍ୟ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଟିକା ପରୀକ୍ଷଣ କରିଥିଲେ | ଏହି ଟିକା ପରୀକ୍ଷଣରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେବାରୁ ପରୀକ୍ଷା ବନ୍ଦ କରାଯାଉ ବୋଲି ମୋ ପତ୍ନୀ ଅନୁରୋଧ କରିଥିଲେ ବୋଲି ସ୍ୱେଚ୍ଛାସେବୀ ଇଣ୍ଡିଆ ଟୁଡେ ଟିଭିକୁ କହିଛନ୍ତି |

ଚେନ୍ନାଇର ସ୍ୱେଚ୍ଛାସେବୀ ଯିଏ କୋଭିଶିଲ୍ଡର କ୍ଲିନିକାଲ୍ ଟ୍ରାଏଲ୍ ସମୟରେ ଟୀକାକରଣ ପରେ ପ୍ରତିକୂଳ ଘଟଣାର ସମ୍ମୁଖୀନ ହୋଇଥିଲେ, ଅଭିଯୋଗ କରିଛନ୍ତି ଯେ, ତାଙ୍କ ପରିବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ମାମଲାର ତଦନ୍ତ ଜାରି ରଖିବା ସହ ଟିକା ପରୀକ୍ଷା ପ୍ରକ୍ରିୟା ବନ୍ଦ କରିବାକୁ ଅନୁରୋଧ କରିଥିଲେ ହେଁ ଅଧିକାରୀ ମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ |

ଇଣ୍ଡିଆ ଟୁଡେ ଟିଭି ସହ ଫୋନ୍ ମାଧ୍ୟମରେ କଥାବାର୍ତ୍ତା କରି ସ୍ୱେଚ୍ଛାସେବୀ କହିଛନ୍ତି ଯେ, ଟିକା ପରୀକ୍ଷା ଆଦୌ ବନ୍ଦ ହୋଇନାହିଁ | ମୋ ସ୍ୱାସ୍ଥ୍ୟବସ୍ଥା ପ୍ରତିକୂଳ ଥିଲେ ମଧ୍ୟ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଟିକା ପରୀକ୍ଷଣ କରିଥିଲେ | ଏହି ଟିକା ପରୀକ୍ଷଣରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେବାରୁ ପରୀକ୍ଷା ବନ୍ଦ କରାଯାଉ ବୋଲି ମୋ ପତ୍ନୀ ଅନୁରୋଧ କରିଥିଲେ ବୋଲି ସେ କହିଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ଟୀକାକରଣ ପରେ ଏହି ପାର୍ଶ୍ୱ ପ୍ରତିତ୍ରିୟା ଦେଖାଦେଉଛି କିମ୍ବା ଅନ୍ୟ କୌଣସି କାରଣରୁ ହେଉଛି ସେଦିଗରେ କର୍ତ୍ତୃପକ୍ଷ ସଠିକ୍ ପର୍ଯ୍ୟବେକ୍ଷଣ କରିବା ଉଚିତ୍ |

corona-virus

"ଏହା ପ୍ରୋଟୋକଲର ଏକ ଅଂଶ | ଜନସାଧାରଣଙ୍କ ସୁରକ୍ଷା ପ୍ରୋଟୋକଲର ଏହା ଏକ ଅଂଶ ହୋଇଥିବାରୁ ମୋର ପରିବାର ଏହି ଅନୁସନ୍ଧାନ ପାଇଁ କହିଥିଲେ | ଲୋକମାନେ ସ୍ୱେଚ୍ଛାକୃତ ଭାବେ ଟିକା ପରୀକ୍ଷଣ ପ୍ରତ୍ରିୟାରେ ଭାଗ ନେଉଛନ୍ତି, ଏହି ପାର୍ଶ୍ୱ ପ୍ରତିକ୍ରିୟା ଏହି ଟିକା ଦ୍ୱାରା ହେଉନାହିଁ ବୋଲି ପରୀକ୍ଷା କରାଇବା ନେଇ କର୍ତ୍ତୃପକ୍ଷ ନିଶ୍ଚିତ କରିବା ଉଚିତ୍ | ଯାହାକି ଜନସାଧାରଣ ଦାୟିତ୍ୱର ଏକ ଅଂଶ | ଏହାପରେ ପରୀକ୍ଷା ବନ୍ଦ ହୋଇଥିଲା ବୋଲି ମୁଁ ବିଶ୍ୱାସ କରୁନାହିଁ |

କ'ଣ ରହିଥିଲା ପୁରା ମାମଲା ?

ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଡ୍ରଗ୍ ଉତ୍ପାଦନକାରୀ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ହେଉଥିବା କୋଭିଡ -19 ଟିକା 'କୋଭିଶିଲ୍ଡ' |
ଭାରତରେ କୋଭିଶିଲ୍ଡର ଦ୍ୱିତୀୟ/ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ହେଉଛି |

ଗତ ସପ୍ତାହରେ, ଚେନ୍ନାଇରେ ହୋଇଥିବା ପରୀକ୍ଷଣରେ ଜଣେ ସ୍ୱେଚ୍ଛାସେବୀ ଏହି ଟିକା ପରୀକ୍ଷା ପରେ ତାଙ୍କଠାରେ ଗୁରୁତର ସ୍ନାୟୁଗତ ଏବଂ ମାନସିକ ଲକ୍ଷଣ ଦେଖାଦେଇଥିବାର ଅଭିଯୋଗ କରିଥିଲେ | ଏହା ପରେ ସେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ 5 କୋଟି ଟଙ୍କା କ୍ଷତିପୂରଣ ମାଗିଥିଲେ |

କିନ୍ତୁ, ସେରମ୍ ଇନଷ୍ଟିଚ୍ୟୁଟ୍ ଏକ ବିବୃତ୍ତି ଜାରି କରି ଦାବିକୁ ଅସ୍ୱୀକାର କରିବା ସହ ଟିକା ନିରାପଦ ଏବଂ ପ୍ରତିରୋପଣକାରୀ ବୋଲି କହିିଛି | ଏଥି ସହିତ ଟୀକାକରଣ ଇମ୍ୟୁନୋଜେନିକ୍ ଏବଂ ନିରାପଦ ପ୍ରମାଣିତ ନହେବା ପର୍ଯ୍ୟନ୍ତ ବହୁଳ ବ୍ୟବହାର ପାଇଁ ଘୋଷଣା କରାଯିବ ନାହିଁ ବୋଲି ସେରମ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି | ଚେନ୍ନାଇ ସ୍ୱେଚ୍ଛାସେବୀଙ୍କ ସହ ଏହି ପାର୍ଶ୍ୱ ପ୍ରତିକ୍ରିୟା ଟିକା ଦ୍ୱାରା ହୋଇନାହିଁ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସ୍ୱେଚ୍ଛାସେବୀଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ସହାନୁଭୂତିଶୀଳ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି |

ସ୍ୱେଚ୍ଛାସେବୀ କ'ଣ କୁହନ୍ତି ?

ଘଟଣା ଏବଂ ତାଙ୍କର ଅଭିଜ୍ଞତା ସମ୍ପର୍କରେ ଚେନ୍ନାଇର ସ୍ୱେଚ୍ଛାସେବୀ ଇଣ୍ଡିଆ ଟୁଡେ ଟିଭି କହିଛନ୍ତି ଯେ, ସେ ଅକ୍ଟୋବର 1 ରେ ଟିକା ନେଇଥିଲେ | କିଛି ଦିନ ପରେ ସେ ଏକ ମୁଣ୍ଡବିନ୍ଧାର ଶିକାର ହୋଇଥିଲେ ଏବଂ ଆଗାମୀ ୧୦ ଦିନ ମଧ୍ୟରେ ଘଟିଥିବା କୌଣସି ଘଟଣାକୁ ସେ ମନେପକାଇ ପାରୁନାହାନ୍ତି |

"ମୋର କିଛି ମନେ ନାହିଁ | ମୋ ଅବସ୍ଥା ବିଷୟରେ ଲୋକମାନେ ମୋତେ ଯାହା କହିଛନ୍ତି ତାହା ଉପରେ ଆଧାର କରି ମୁଁ କହୁଛି | ମୁଁ କାହାକୁ ଚିହ୍ନି ପାରୁନଥିଲି ଏବଂ ମୁଁ ଦିନସାରା ବିଚକ୍ଷଣ ଅବସ୍ଥାରେ ଥିଲି | ଦିନ ଶେଷରେ ଜଣେ ଡାକ୍ତର ମୋ ଘରକୁ ଆସିଥିଲେ ଏବଂ ପରେ ଆମ୍ବୁଲାନ୍ସ ମୋତେ ଡାକ୍ତରଖାନାକୁ ନେଇଗଲା | ପରବର୍ତ୍ତୀ 10 ଦିନ ବିଷୟରେ ମୁଁ କୌଣସି କଥା ମନେପକାଇ ପାରୁନାହିଁ | ମୁଁ ଆଇସିୟୁରେ ଥିଲି ମୋର ଆଘାତ ଏବଂ ମୋର ଯନ୍ତ୍ରଣା ବିଷୟରେ ମୋର ଅଳ୍ପ କିଛି ମନେ ଅଛି | 10 ଦିନ ପରେ ମୋତେ ମୋ ରୁମକୁ ସ୍ଥାନାନ୍ତର କରାଯାଇଥିଲା," ବୋଲି ସେ କହିଛନ୍ତି |

ବର୍ତ୍ତମାନର ଅବସ୍ଥାରେ ସେ କହିଛନ୍ତି ଯେ, ସେ ଭଲ ଅଛନ୍ତି | ପୂର୍ବ ଅପେକ୍ଷା ସ୍ୱାସ୍ଥ୍ୟବସ୍ଥା ଉନ୍ନତି କରିଛି | ମୁଁ ଆଶା କରୁଛି ମୁଁ ପାଖାପାଖି 100 ପ୍ରତିଶତ ସୁସ୍ଥ ହୋଇଯାଇଛି | କିନ୍ତୁ, ମୁଁ ଯେଉଁ ପରିସ୍ଥିତି ଦେଇ ଗତି କରିଛି ତାକୁ କେବେ ବଦଳାଇପାରିବି ନାହିଁ |

ସେ କ'ଣ ଜାଣିନଥିଲେ ଯେ ପରୀକ୍ଷାରେ ବିପଦ ରହିଛି ?

ତାଙ୍କ ପରିବାର ବିଷୟରେ ସ୍ୱେଚ୍ଛାସେବୀ କହିଛନ୍ତି ଯେ, ଯେତେବେଳେ ସେ ଟିକା ପରୀକ୍ଷା ପାଇଁ ସ୍ୱେଚ୍ଛାସେବୀ ଭାବେ ଯିବାକୁ ଚାହିଁଲେ, ତାଙ୍କ ପରିବାର ଲୋକ ଖୁସି ନଥିଲେ | କୋଭିଶିଲ୍ଡ ଏପର୍ଯ୍ୟନ୍ତ ଏକ ଅନୁମୋଦିତ ଔଷଧ ବୋଲି ପ୍ରମାଣ ହୋଇନାହିଁ ବୋଲି କହି ପରିବାର ଲୋକ ଯୁକ୍ତି ଦର୍ଶାଇଥିବା ସ୍ୱେଚ୍ଛାସେବୀ ଜଣକ କହିଛନ୍ତି |

"କିନ୍ତୁ, ମୋର ମତ ଥିଲା ଯେ କିଛି ଲୋକଙ୍କୁ ଆଗକୁ ଆସି ରିସ୍କ ନେବାକୁ ପଡିବ ଏବଂ ପରୀକ୍ଷଣ କରିବାକୁ ପଡିବ | କାରଣ ବିନା ପରୀକ୍ଷଣରେ ଏହା ପ୍ରମାଣିତ ହୋଇପାରିବ ନାହିଁ | ଏହା ବୈଜ୍ଞାନିକ ପ୍ରକ୍ରିୟାର ଏକ ଅଂଶ | ମୁଁ ରିସ୍କ ନେବାକୁ ଇଚ୍ଛୁକ କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୋତେ ଏତେ କଷ୍ଟ ଦେଇ ଯିବାକୁ ପଡିବ | ମୁଁ ଏହା ମଧ୍ୟ ଜାଣିଥିଲି ଯେ ଏହା ଏକ ଅନୁମୋଦିତ ଔଷଧ ନୁହେଁ ଏବଂ ସେଠାରେ କିଛି ବିପଦ ଅଛି | ତେବେ ଏମିତି କଷ୍ଟ ପାଇବା ପାଇଁ ମୁଁ ରାଜି ହୋଇ ନଥିଲି ବୋଲି ସେ ଇଣ୍ଡିଆ ଟୁଡେ ଟିଭିକୁ କହିଛନ୍ତି |

କ'ଣ ଥିଲା ସେରମ୍ ର ମାନହାନୀ ମାମଲା ?

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ ସ୍ୱେଚ୍ଛାସେବୀଙ୍କ ବିରୋଧରେ 100 କୋଟି ଟଙ୍କା ମାନହାନୀ ମାମଲା ଦାୟର କରିଛି | ସ୍ୱେଚ୍ଛାସେବୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗର ଜବାବରେ ସେରମ୍ ରବିବାର କହିଥିଲେ ଯେ ସେମାନେ "ଭୁଲ୍ ଏବଂ ବିଭ୍ରାନ୍ତକାରୀ ସୂଚନା ଦେଉଛନ୍ତି " |

ଟୀକାକରଣର ପ୍ରକ୍ରିୟା ସମ୍ବନ୍ଧୀୟ ଜଟିଳତା ଏବଂ ସ୍ୱେଚ୍ଛାସେବୀଙ୍କ ଭୁଲ ତଥ୍ୟକୁ ବିଚାରକୁ ନେଇ ସେରମ୍ ଅନୁଷ୍ଠାନ ନିଜର ପ୍ରତିଷ୍ଠା ରକ୍ଷା କରିବା ଲକ୍ଷ୍ୟରେ ସ୍ୱେଚ୍ଛାସେବାଙ୍କ ନିକଟକୁ ଏକ ଆଇନଗତ ବିଜ୍ଞପ୍ତି ପଠାଯାଇଛି | ଅନୁଷ୍ଠାନ ଏହା ମଧ୍ୟ ଦାବି କରିଛି ଯେ ଟିକାର ପରୀକ୍ଷଣ ସମୟରେ ସମସ୍ତ ଆବଶ୍ୟକୀୟ ନିୟାମକ, ନୈତିକ ପ୍ରକ୍ରିୟା ଏବଂ ନିର୍ଦ୍ଦେଶାବଳୀଗୁଡିକ ଯତ୍ନଶୀଳ ଏବଂ କଡ଼ାକଡ଼ି ଭାବେ ପାଳନ କରାଯାଇଛି |

"ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଏସମ୍ପର୍କରେ ସୂଚନା ଦିଆଯାଇଥିଲା ଏବଂ ମୁଖ୍ୟ ଅନୁସନ୍ଧାନକାରୀ, DSMB ଏବଂ ଲିଗାଲ୍ କମିଟି ଏହା ଉପରେ ଯାଞ୍ଚ କରି ଏହି ଅଭିଯୋଗକୁ ଅଣପ୍ରାସଙ୍ଗିକ ବୋଲି କରିଥିଲେ | ଏହା ପରେ ଆମେ ଘଟଣା ସମ୍ପର୍କିତ ସମସ୍ତ ରିପୋର୍ଟ ଏବଂ ତଥ୍ୟ ଡ୍ରଗ୍ସ ନିୟନ୍ତ୍ରକ ଜେନେରାଲ୍ ଅଫ୍ ଇଣ୍ଡିଆଙ୍କ ନିକଟରେ ଦାଖଲ କରିଥିଲୁ | ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାପରେ ହିଁ ପରୀକ୍ଷଣ ଜାରି ରଖିଛୁ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି |

ସେରମ୍ ର ଆଇନଗତ ବିଜ୍ଞପ୍ତିର ଉତ୍ତରରେ ସ୍ବେଚ୍ଛାସେବୀ କହିଛନ୍ତି ଯେ, ସେମାନେ ଯାହା କହିଛନ୍ତି ତାହା କୌଣସି ଅର୍ଥ ନୁହେଁ କାରଣ ସେମାନେ କାହିଁକି ସେମାନଙ୍କ ପରୀକ୍ଷଣରେ ଅଂଶଗ୍ରହଣକାରୀଙ୍କୁ ଧମକ ଦେବାକୁ ଚାହୁଁଛନ୍ତି | ସେମାନଙ୍କ ଉତ୍ପାଦକୁ ଏକ ସୁରକ୍ଷିତ ଉପାୟରେ ବଜାରରେ ବାହାର କରିବାରେ ସାହାଯ୍ୟ କରିବା ମୋର ଉଦ୍ଦେଶ୍ୟ ଥିଲା | ସେଥିପାଇଁ ମୁଁ ସ୍ୱେଚ୍ଛାସେବୀ ହୋଇ ପରୀକ୍ଷଣ ପାଇଁ ଯାଇଥିଲି | ଏହା ସେମାନଙ୍କ ପ୍ରକ୍ରିୟାରେ ସାହାଯ୍ୟ କରିବା ଥିଲା | ମୁଁ ଯାହା ଚାହୁଁଛି ତାହା ହେଉଛି ଔଷଧ ସୁରକ୍ଷିତ ହେବା ଉଚିତ୍ | ପରୀକ୍ଷଣରେ କ'ଣ ହେଲା ଜନସାଧାରଣ ଜାଣିବା ଉଚିତ୍ | ତେଣୁ ମୋ ସହିତ କ'ଣ ଘଟିଛି ସର୍ବସାଧାରଣରେ ଜଣାଇବାକୁ ଚାହୁଁଥିଲି ଏବଂ ମୁଁ ମୋ ନୀରବତା ସେମାନଙ୍କୁ ବିକ୍ରି କରିବାକୁ ଚାହୁଁ ନାହିଁ। "

ଏହି ସମୟରେ ତାଙ୍କ ଓକିଲ ରାଜାରାମ ଇଣ୍ଡିଆ ଟୁଡେ ଟିଭିକୁ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ସେରମଙ୍କଠାରୁ କୌଣସି ନୋଟିସ ପାଇ ନାହାଁନ୍ତି ଏବଂ ଯଦି କୌଣସି ନୋଟିସ ଗ୍ରହଣ କରାଯାଏ ତେବେ ଏହାକୁ ଆଇନଗତ ଭାବେ ସାମ୍ନା କରାଯିବ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+