For Quick Alerts
Turn On Notification  
For Daily Alerts
Oneindia App Download

ଫେବୃଆରୀ ପହିଲାରୁ ଏହି ନିୟମରେ ହୋଇପାରେ ପରିବର୍ତ୍ତନ, ମହଙ୍ଗା ହୋଇପାରେ LPG !

ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2023 ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ତେଣୁ ଏହି ସମୟରେ କେଉଁ ନିୟମରେ ପରବିର୍ତ୍ତନ ହେବ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

|
rules

ଲୋକମାନେ ଉତ୍ସାହର ସହିତ ପ୍ରତ୍ୟେକ ମାସର ପ୍ରଥମ ତାରିଖକୁ ଅପେକ୍ଷା କରିଥାନ୍ତି, କାରଣ ଏହି ଦିନ ଲୋକଙ୍କ ଦରମା ଆସେ । କିନ୍ତୁ ଗୋଟିଏ ପଟେ ମାସର ପହିଲାର ଲୋକଙ୍କୁ ଖୁସି କରୁଥିବା ବେଳେ ଅନ୍ୟ ପଟେ ମାସର ପ୍ରଥମ ଦିନରେ ଅନେକ ନିୟମ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଏ ନେଇ ଯଦି ଲୋକଙ୍କ ପାଖରେ ସୂଚନା ନଥାଏ, ତେବେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ତେଣୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ବର୍ଷର ଦ୍ୱିତୀୟ ମାସର ପହିଲାରେ କେଉଁ ବଡ଼ ପରିବର୍ତ୍ତନ ହୋଇପାରେ । ଏହା ସହିତ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2023 ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ତେଣୁ ଏହି ସମୟରେ କେଉଣ ନିୟମରେ ପରବିର୍ତ୍ତନ ହେବ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ପରିବର୍ତ୍ତନ ହେବ LPG ମୂଲ୍ୟ !

ପ୍ରତ୍ୟେକ ମାସ ପହିଲାରେ LPG, CNG ଏବଂ PNG ଦର ଅପଡେଟ୍ ହୁଏ । ତେଣୁ ଫେବୃଆରୀ ପହିଲାରେ ମଧ୍ୟ ଏହାର ମୂଲ୍ୟରେ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି । ଆମେ ଆପଣଙ୍କୁ କହି ରଖୁଛୁ ଜାନୁଆରୀ ପହିଲାରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ 25 ଟଙ୍କା ବୃଦ୍ଧି କରାଯାଇଥିଲା । ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା । ଏପରିକି CNG ମହଙ୍ଗା ହୋଇନଥିଲା ।

ଫେବୃଆରୀ 1 ରୁ ଖାଦ୍ୟ ପ୍ୟାକେଜିଙ୍ଗର ନିୟମ ବଦଳିଯିବ । ବର୍ତ୍ତମାନ ଖାଦ୍ୟ ସାମଗ୍ରୀର ପ୍ୟାକ୍ ଉପରେ ଉତ୍ପାଦର ପ୍ରସ୍ତୁତି ସ୍ଥାନ, ଉତ୍ପାଦନ ତାରିଖ ଏବଂ ଓଜନ ଆଦି ସୂଚନା ଦେବାକୁ ପଡିବ |

ବୁଧବାର ଠାରୁ ନୂତନ ଟ୍ରାଫିକ୍ ନିୟମ ଲାଗୁ ହେବ । ବର୍ତ୍ତମାନ ସିଗନାଲ୍ ଅତିକ୍ରମ କରିବା କିମ୍ବା ଟ୍ରାଫିକ୍ ନିୟମ ପାଳନ ନକରିବା ପାଇଁ ଭାରୀ ଜରିମାନା ଦେବାକୁ ହେବ । ଏହି ଜରିମାନା 10,000 ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ଲାଇସେନ୍ସ ସମ୍ବନ୍ଧୀୟ ନିୟମ ମଧ୍ୟ କଡାକଡି କରାଯାଇଛି ।
ଫେବୃଆରୀ 1 ରୁ ଟାଟା କାର ମହଙ୍ଗା ହେବାକୁ ଯାଉଛି, କମ୍ପାନୀ ICE ଚାଳିତ ଯାତ୍ରୀବାହୀ ଯାନଗୁଡିକର ହାରକୁ ପ୍ରାୟ 1.2 ପ୍ରତିଶତ ବୃଦ୍ଧି କରିଛି ।

ବର୍ତ୍ତମାନ ଅନଲାଇନ୍ ଗେମିଂ କମ୍ପାନୀଗୁଡିକ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । ଏହା ନ କଲେ ଅନେକ ସ୍ପଷ୍ଟୀକରଣ ଦେବାକୁ ପଡିବ ଏବଂ ଅନେକ କାଗଜପତ୍ର କାମ କରିବାକୁ ପଡିବ ।

କ୍ରେଡିଟ କାର୍ଡରୁ ଭଡା ଦେୟ ଉପରେ ଏସବିଆଇ ବର୍ତ୍ତମାନ 1% ଚାର୍ଜ ଲାଗୁ କରିଛି । ଯାହା ଫେବୃଆରୀ 1 ରୁ କାର୍ଯ୍ୟକାରୀ ହେବ । ଅର୍ଥାତ ବର୍ତ୍ତମାନ କ୍ରେଡିଟ କାର୍ଡ ଭଡା ଦେୟ ମହଙ୍ଗା ହେବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
These Rules May Change From 1st February 2023
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X