Get Updates
Get notified of breaking news, exclusive insights, and must-see stories!

ଭାରତ ଏବଂ ଚୀନ୍‌ ସେନା ମଧ୍ୟରେ ବଢିପାରେ ତିକ୍ତତା, ଲଦାଖ ପୋଲିସର ଗୁପ୍ତଚର ରିପୋର୍ଟରେ ପ୍ରକାଶ

LAC ରେ ଚୀନ୍ ଅନୁପ୍ରବେଶ କରିୁବାକୁ ଉଦ୍ୟମ କରୁଛି । ଏପରିକି ଅନେକ ଥର ସୀମାରେ ଉଭୟ ସେନା ମଧ୍ୟରେ ସଂଘର୍ଷ ହୋଇଥିବା ଦେଖିବାକୁ ମିଳିଛି । ଏହା ପରେ ଆଗାମୀ ଦିନରେ ଦୁଇ ସେନା ମଧ୍ୟରେ ତିକ୍ତତା ଆହୁରି ବଢିପାରେ ବୋଲି ରିପୋର୍ଟରେ କୁହାଯାଇଛି ।

indo china face off

ନୂଆଦିଲ୍ଲୀ: ଗତ କିଛି ବର୍ଷ ହେଲା ଭାରତ ଏବଂ ଚୀନ୍ ସେନା ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଅନେକ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ LAC ରେ ଚୀନ୍ ଅନୁପ୍ରବେଶ କରିୁବାକୁ ଉଦ୍ୟମ କରୁଛି । ଏପରିକି ଅନେକ ଥର ସୀମାରେ ଉଭୟ ସେନା ମଧ୍ୟରେ ସଂଘର୍ଷ ହୋଇଥିବା ଦେଖିବାକୁ ମିଳିଛି ।ଏହା ପରେ ଆଗାମୀ ଦିନରେ ଦୁଇ ସେନା ମଧ୍ୟରେ ତିକ୍ତତା ଆହୁରି ବଢିପାରେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ପୋଲିସର ସୁରକ୍ଷା ମୂଲ୍ୟାଙ୍କନ ରିପୋର୍ଟକୁ ଦର୍ଶାଇ କହିଛି ଯେ ଭାରତୀୟ ଏବଂ ଚୀନ୍ ମଧ୍ୟରେ ଅନେକ ସଂଘର୍ଷ ହୋଇପାରେ । ଏହି ରିପୋର୍ଟରେ କୁହାଯାଇଛି ଯେ LAC ସଂଲଗ୍ନ ଅଞ୍ଚଳରେ ଚୀନ୍ ଯେପରି ଭାବରେ ସାମରିକ ଭିତ୍ତିଭୂମି ବିକାଶ କରୁଛି, ଏହା ପରେ ଭାରତୀୟ ସୈନିକମାନଙ୍କ ସହ ସଂଘର୍ଷ ହେବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ମୂଲ୍ୟାଙ୍କନ ରିପୋର୍ଟ ଲଦାଖ ପୋଲିସର ଏକ ନୂତନ ତଥା ଗୁପ୍ତ ଦଲିଲର ଏକ ଅଂଶ । ଏହା ଜାନୁୟାରୀ 20 ରୁ 22 ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ବରିଷ୍ଠ ପୋଲିସ କର୍ମଚାରୀଙ୍କ ସମ୍ମିଳନୀରେ ଉପସ୍ଥାପିତ ହୋଇଥିଲା ।

ଆପଣଙ୍କୁ କହି ରଖୁଛୁ ଯେ, ଜୁନ୍ 2020 ରେ, ଲଦାଖର ଗଲୱାନ୍ ଭ୍ୟାଲିରେ ହୋଇଥିବା ଭୟଙ୍କର ସଂଘର୍ଷ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଆହୁରି ବିଗିଡ଼ିବାରେ ଲାଗିଛି । ଦଶନ୍ଧି ପରେ ଦୁଇ ସେନା ମଧ୍ୟରେ ସବୁଠାରୁ ଗମ୍ଭୀର ସାମରିକ ବିବାଦ ସୃଷ୍ଟି କରିଛି । ଅନେକ ସାମରିକ ଏବଂ କୂଟନୈତିକ ଆଲୋଚନା ପରେ ଉଭୟ ପକ୍ଷ ପାଙ୍ଗୋଙ୍ଗ ତ୍ସୋର ଉତ୍ତର ଏବଂ ଦକ୍ଷିଣ କୂଳରେ ଏବଂ ଗୋଗ୍ରା ସେକ୍ଟରରେ ସନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିଛନ୍ତି । କିନ୍ତୁ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଚୀନ୍ ଭାରତୀୟ ସୈନିକଙ୍କ କୌଣସି ଅନୁପ୍ରବେଶକୁ ରୋକିବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଛି ।

ରଏଟର୍ସ ରିପୋର୍ଟରେ କୁହାଯାଇଛି ଯେ ଏହି ମୂଲ୍ୟାଙ୍କନଗୁଡିକ ସୀମାନ୍ତ ଅଞ୍ଚଳରେ ସ୍ଥାନୀୟ ପୋଲିସ୍ ସଂଗୃହିତ ଗୁପ୍ତଚରତା ଏବଂ ବର୍ଷ ବର୍ଷ ଧରି ଭାରତ-ଚୀନ୍ ସାମରିକ ତିକ୍ତତାର ନମୁନା ଉପରେ ଆଧାରିତ । ଦାବି କରାଯାଇଛି ଯେ ଭାରତୀୟ ସେନା ଏହି ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଏହା ଉପସ୍ଥାପିତ ହୋଇଥିବାରୁ ଏହି ରିପୋର୍ଟର ଗୁରୁତ୍ୱ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+