Get Updates
Get notified of breaking news, exclusive insights, and must-see stories!

ପାହାଡ଼ ପଥର ସନ୍ଧିରେ ଫସି ରହିଥିବା ଯୁବକଙ୍କୁ ଉଦ୍ଧାର କଲା ସେନା

କେରଳର ପଲକ୍କଡ ଜିଲ୍ଲାର ଏକ ପାହାଡ଼ର ପଥର ସନ୍ଧିରେ ଫସି ରହିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ଗତ ସୋମବାରଠାରୁ ଏକ ପଥର ସନ୍ଧିରେ ଫସିଯାଇଥିବା ଏହି ଯୁବକ ଦୁଇ ଦିନ ଧରି ବିନା ଖାଦ୍ୟ ଓ ପାଣିରେ ଅତି ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ।

ଥିରୁଅନନ୍ତପୁରମ୍‌ : କେରଳର ପଲକ୍କଡ ଜିଲ୍ଲାର ଏକ ପାହାଡ଼ର ପଥର ସନ୍ଧିରେ ଫସି ରହିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ଗତ ସୋମବାରଠାରୁ ଏକ ପଥର ସନ୍ଧିରେ ଫସିଯାଇଥିବା ଏହି ଯୁବକ ଦୁଇ ଦିନ ଧରି ବିନା ଖାଦ୍ୟ ଓ ପାଣିରେ ଅତି ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ।

kerala trapped youth

ଉଦ୍ଧାର କରାଯାଇଥିବା ଯୁବକଜଣକ ହେଉଛନ୍ତି 23 ବର୍ଷୀୟ ଆର୍ ବାବୁ । ଆର.ବାବୁ ଓ ତାଙ୍କର ଅନ୍ୟ ଦୁଇ ସାଙ୍ଗ ଗତ ସୋମବାର ଚେରାଡ ପର୍ବତ ଚଢ଼ିବା ଲାଗି ଉଦ୍ୟମ କରିଥିଲେ । ମାତ୍ର ଦୁଇ ଜଣ ସାଙ୍ଗ ଏଥିରେ ବ୍ୟର୍ଥ ହୋଇଥିବା ବେଳେ ଆର. ବାବୁ ଶୀର୍ଷକୁ ଯାଇପାରିଥିଲେ । କିନ୍ତୁ ଶୀର୍ଷରେ ପହଞ୍ଚିବା ମାତ୍ରେ ସେ ଖସିପଡି ଏକ ପଥର ସନ୍ଧିରେ ଫସି ରହିଥିଲେ ।

ପଥର ସନ୍ଧିରେ ଫସି ରହିଥିବା ଯୁବକଙ୍କୁ ଉଦ୍ଧାର କରିବା ଲାଗି ସେନା ପକ୍ଷରୁ ପ୍ରୟାସ କରାଯାଇଥିଲା । ସ୍ୱତନ୍ତ୍ର ତାଲିମପ୍ରାପ୍ତ ଯବାନ ଏହି ରେସକ୍ୟୁ ଅପରେସନରେ ନିୟୋଜିତ ହୋଇଥିଲେ । ସେନାଙ୍କ ସମେତ ବାୟୁସେନା ଯବାନ ମଧ୍ୟ ରେସକ୍ୟୁ ଅପରେସନରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଅପରେସନ ଜାରି ରହିଥିଲା ।

ସୋମବାର ଠାରୁ ପାହାଡ଼ କାନ୍ଥରେ ଥିବା ଗୋଟାଏ ଖୋଲରେ ଫସି ରହିଥିବା ବାବୁଙ୍କୁ ଉଦ୍ଧାର କରିବା ପାଇଁ କୋଷ୍ଟ୍‌ ଗାର୍ଡର ଗୋଟିଏ ହେଲିକପ୍ଟର୍‌ ମୁତୟନ କରାଯିବା ସହ ଅନ୍ୟାନ୍ୟ ଉଦ୍ୟମ ମଧ୍ୟ କରାଯାଇଥିଲା। କିନ୍ତୁ, ତାହା ଅସଫଳ ହେବାରୁ ଭାରତୀୟ ସେନାକୁ ଡକାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+