Get Updates
Get notified of breaking news, exclusive insights, and must-see stories!

ଏକ ସପ୍ତାହ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ସଂସଦ କାର୍ଯ୍ୟ

ନିର୍ଦ୍ଧାରିତ ସମୟ ପୂର୍ବରୁ ମୁଲତବୀ ହେଲା ସଂସଦର ଉଭୟ ଗୃହର ପ୍ରକ୍ରିୟା । ଶୁକ୍ରବାର ସକାଳେ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲୋକସଭା ଓ ରାଜ୍ୟସଭାର ପ୍ରକ୍ରିୟା ମୁଲତବୀ ରଖାଯାଇଛି ।

ନୂଆଦିଲ୍ଲୀ : ନିର୍ଦ୍ଧାରିତ ସମୟ ପୂର୍ବରୁ ମୁଲତବୀ ହେଲା ସଂସଦର ଉଭୟ ଗୃହର ପ୍ରକ୍ରିୟା । ଶୁକ୍ରବାର ସକାଳେ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲୋକସଭା ଓ ରାଜ୍ୟସଭାର ପ୍ରକ୍ରିୟା ମୁଲତବୀ ରଖାଯାଇଛି ।

parliament

ସଂସଦର ଶୀତକାଳୀନ ଅଧିବେଶନ ଚଳିତ ବର୍ଷ ଡିସେମ୍ବର 7 ରୁ ଆରମ୍ଭ ହୋଇ ଡିସେମ୍ବର 23 ପର୍ଯ୍ୟନ୍ତ ଚାଲିଥିଲା । ଉଲ୍ଲେଖଥାଉ କି, ଏଥର ଶୀତ ଅଧିବେଶନ 29 ଡିସେମ୍ବର ପର୍ଯ୍ୟନ୍ତ ଚାଲିବା ନେଇ ସ୍ଥିର କରାଯାଇଥିଲା । ଧାର୍ଯ୍ୟ ସମୟର ଏକ ସପ୍ତାହ ପୂର୍ବରୁ ଲୋକସଭାର ପ୍ରକ୍ରିୟା ମୁଲତବୀ ରଖାଯାଇଛି ।

ସୂଚନା ଅନୁଯାୟୀ, ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବାକୁ ନିଷ୍ପତ୍ତି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ଥିବା ବ୍ୟବସାୟ ପରାମର୍ଶଦାତା କମିଟିର ବୈଠକରେ ନିଆଯାଇଛି । ଏଥିରେ ସରକାର ଏବଂ ବିଭିନ୍ନ ଦଳର ପ୍ରତିନିଧୀ ରହିଛନ୍ତି ଯେଉଁଠାରେ ଅଧିବେଶନକୁ ଛୋଟ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+