NCERT ବହିରେ ପୁଣି ପରିବର୍ତ୍ତନ, ହଟିଲା ପ୍ରଥମ ଶିକ୍ଷାମନ୍ତ୍ରୀଙ୍କ ନାମ
ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ ସହ ଜଡିତ ତଥ୍ୟକୁ NCERT ର ଦ୍ୱାଦଶ ଶ୍ରେଣୀ ପୁସ୍ତକରୁ ହଟାଇବା ପରେ ବର୍ତ୍ତମାନ ଦେଶର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ନାମ NCERT ର ଏକାଦଶ ଶ୍ରେଣୀ ରାଜନୈତିକ ବିଜ୍ଞାନ ପୁସ୍ତକରୁ ହଟାଇ ଦିଆଯାଇଛି ।
ସୂଚନା ଅନୁଯାୟୀ, ରାଜନୈତିକ ବିଜ୍ଞାନର ନୂତନ ପୁସ୍ତକର ପ୍ରଥମ ଅଧ୍ୟାୟରେ 'ସମ୍ବିଧାନ - କାହିଁକି ଏବଂ କିପରି'ର ସମ୍ବିଧାନ କମିଟିର ବୈଠକରେ ସାମିଲ ଥିବା ସଦସ୍ୟଙ୍କ ମଧ୍ୟରୁ ମୌଲାନା ଆଜାଦଙ୍କ ନାମ ହଟାଇ ଦିଆଯାଇଛି ।

ସଂଶୋଧିତ ପାଠ୍ୟକ୍ରମରେ ଏବେ କୁହାଯାଇଛି, ଜବାହରଲାଲ ନେହେରୁ, ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ପଟେଲ ଏବଂ ବିଆର ଆମ୍ବେଦକର ଏହି କମିଟିରେ ଅଧ୍ୟକ୍ଷତା କରୁଥିଲେ । ମୌଲାନା ଅବୁଲ କଲାମ ଆଜାଦ ଏଥିରେ ଅନୁପସ୍ଥିତ ଥିଲେ ।
ଆପଣଙ୍କୁ କହି ରଖୁଛୁ 1946 ମସିହାରେ ମୌଲାନା ଆଜାଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ଭାରତର ନୂତନ ସମ୍ବିଧାନ ନିର୍ବାଚନରେ କଂଗ୍ରେସର ନେତୃତ୍ୱ ନେଇଥିଲେ । ସେ କଂଗ୍ରେସ ସଭାପତି ଭାବରେ ବ୍ରିଟିଶ କ୍ୟାବିନେଟ ମିଶନ ସହ ଆଲୋଚନା କରିବାକୁ ଏକ ପ୍ରତିନିଧୀ ଦଳର ନେତୃତ୍ୱ ନେଇଥିଲେ ।
ଏହା ବ୍ୟତୀତ, ଜାମ୍ମୁ କାଶ୍ମୀରର ସର୍ତ୍ତମୂଳକ ମିଶ୍ରଣକୁ ମଧ୍ୟ ପାଠ୍ୟପୁସ୍ତକରୁ ହଟାଇ ଦିଆଯାଇଛି । ପୁସ୍ତକର ଦଶମ ଅଧ୍ୟାୟ 'ସମ୍ବିଧାନର ଦର୍ଶନ'ରେ ଏକ ଧାଡ଼ି ହଟାଇଦିଆଯାଇଛି । ବର୍ତ୍ତମାନ ହଟାଯାଇଥିବା ଧାଡ଼ିରେ ଲେଖାଯାଇଛି ଯେ, ଉଦାହରଣ ପାଇଁ, ଜାମ୍ମୁ କାଶ୍ମୀରର ଭାରତୀୟ ୟୁନିଅନରେ ଯୋଗଦାନ ସମ୍ବିଧାନର ଧାରା 370 ଅନୁଯାୟୀ ଏହାର ସ୍ୱାଧୀନତା ରକ୍ଷା ପାଇଁ ଏକ ପ୍ରତିବଦ୍ଧତା ଉପରେ ଆଧାରିତ ଥିଲା ।












Click it and Unblock the Notifications