ସୀମାରେ ଭାରତୀୟ ସେନାର ଚକ୍ରବ୍ୟୁହ, ଶୀତଦିନେ ଡ୍ରାଗନ ସେନାକୁ ମୁହଁ ତୋଡ଼ ଜବାବ ଦେବାକୁ ପ୍ରସ୍ତୁତ
ପିପୁଲ୍ସ ଲିବରେସନ୍ ଆର୍ମି ଦ୍ୱାରା ସୈନ୍ୟ ନିୟୋଜନ ବୃଦ୍ଧି ଏବଂ ସୀମାରେ ନିର୍ମାଣ କରାଯାଉଥିବା ଭିତ୍ତିଭୂମି ବିକାଶର ମୁହଁ ତୋଡ଼ ଜବାବ ଦେବାକୁ ଭାରତୀୟ ସେନା ନିଜର ଶକ୍ତି ପୁନଃ ସଂଗଠିତ କରିବା ଆରମ୍ଭ କରିଛି ।
ନୂଆଦିଲ୍ଲୀ : ସୀମାରେ ଥିବା ଚୀନ୍ ସେନାକୁ ଉପଯୁକ୍ତ ଜବାବ ଦେବା ପାଇଁ ଭାରତୀୟ ସେନା ଚକ୍ରବ୍ୟୁହ ନିର୍ମାଣ କରିଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ପିପୁଲ୍ସ ଲିବରେସନ୍ ଆର୍ମି ଦ୍ୱାରା ସୈନ୍ୟ ନିୟୋଜନ ବୃଦ୍ଧି ଏବଂ ସୀମାରେ ନିର୍ମାଣ କରାଯାଉଥିବା ଭିତ୍ତିଭୂମି ବିକାଶର ମୁହଁ ତୋଡ଼ ଜବାବ ଦେବାକୁ ଭାରତୀୟ ସେନା ନିଜର ଶକ୍ତି ପୁନଃ ସଂଗଠିତ କରିବା ଆରମ୍ଭ କରିଛି । ସୀମାନ୍ତରେ ଚୀନ୍ ସୈନିକମାନଙ୍କ ବିରୁଦ୍ଧରେ ଭାରତୀୟ ସେନା ଚକ୍ରବ୍ୟୁହ ନିର୍ମାଣ କରିଛି ।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଯେଉଁ ସ୍ଥାନରେ ଭାରତୀୟ ସେନା ନିୟୋଜିତ ହୋଇ ନଥିଲେ ସେହି ସ୍ଥାନରେ ଭାରତୀୟ ସେନାକୁ ନିୟୋଜିତ କରାଯାଇଛି ଏବଂ ଭାରତୀୟ ସେନା ସୀମାରେ ନିଜର ଶକ୍ତି ପୁନଃ ଗଠନ କରିଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଚୀନ୍ ସେନା ଯେଉଁ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିପାରେ ସେ ଅଞ୍ଚଳରେ ଭାରତୀୟ ସେନା କ୍ରମାଗତ ଭାବେ ଏହାର ଆକଳନ କରୁଛି । ଏହା ବ୍ୟତୀତ ସେହି ସ୍ଥାନ ମାନଙ୍କରେ ଭାରତୀୟ ସେନା ନିଜର କ୍ଷମତା ମଧ୍ୟ ବୃଦ୍ଧି କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ''ଭାରତ ଏହାର ଅଞ୍ଚଳକୁ ଅତ୍ୟନ୍ତ ପବିତ୍ରତା ସହିତ ରକ୍ଷା କରିବ ଏବଂ ନିଜ ଦାବିରେ ଦୃଢ ଭାବରେ ଠିଆ ହେବ ଏବଂ ଚୀନ୍ ସୈନ୍ୟମାନଙ୍କ ସହିତ ପ୍ରତ୍ୟେକ ବିବାଦର ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ଚେଷ୍ଟା କରିବ ।''
ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ LAC ସହିତ ଚୀନର ସୈନ୍ୟମାନେ ଆକ୍ରମଣାତ୍ମକ ଏବଂ ଉତ୍ତେଜନାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ଏବଂ ବଳ ପ୍ରୟୋଗ କରି ସୀମା ଲାଇନ୍ ର ବାସ୍ତବତାକୁ ଏକପାଖିଆ ଭାବେ ବଦଳାଇବାକୁ ଚେଷ୍ଟା କରନ୍ତି, ଯାହାକୁ ଭାରତୀୟ ସୈନ୍ୟମାନେ ଯଥେଷ୍ଟ ଜବାବ ଦେଇଛନ୍ତି । ଏଥି ସହିତ ଚୀନ୍ ସହ ସମସ୍ୟାର ସମାଧାନ ହେବା ଉଚିତ ବୋଲି ଭାରତ ଚାହୁଁଛି ତେଣୁ ଉଭୟ ଦେଶର ସୈନ୍ୟବାହିନୀ ବିଭିନ୍ନ ସ୍ତରରେ ଆଲୋଚନା କରୁଛନ୍ତି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ନିରନ୍ତର ମିଳିତ ଉଦ୍ୟମ ପରେ ସୈନ୍ୟବାହିନୀ ଅନେକ ସ୍ଥାନରେ ପଛକୁ ଫେରିଛନ୍ତି ଏବଂ ଉତ୍ତେଜନା କମିଛି ।
ଗୋଟିଏ ପଟେ ଭାରତୀୟ ସେନା ଚୀନ୍ ସୈନିକଙ୍କ ବିରୁଦ୍ଧରେ ଏକ ଚକ୍ରଭ୍ୟୁ ନିର୍ମାଣ କରିଛି ଏବଂ ଅନ୍ୟ ପଟେ ଚୀନ୍ ସୈନିକମାନେ ସେହି ସ୍ଥାନର ଥଣ୍ଡା ବାତ୍ତାବରଣ ସହି ପାରିବେ ନାହିଁ । ଅଧିକାଂଶ ଚୀନ୍ ସୈନିକ ସୀମାରେ ରହିବାକୁ ମନା କରିବା ପରେ ବର୍ତ୍ତମାନ ଚୀନ୍ ଭାରତୀୟ ସୀମା ନିକଟରେ ରୋବଟ୍ ନିୟୋଜନ କରିବା ଆରମ୍ଭ କରିଛି ଭାରତ ସହ ବିବାଦ ମଧ୍ୟରେ ଚୀନ୍ ଏହାର ପଶ୍ଚିମ ମରୁଭୂମି ଅଞ୍ଚଳରେ ମେସିନ୍ ଗନ୍ ବହନ କରୁଥିବା ରୋବଟ୍ ନିୟୋଜିତ କରୁଛି କାରଣ ଚୀନ୍ ସୈନିକମାନେ ଏହିପରି ଉଚ୍ଚତାରେ କାର୍ଯ୍ୟ କରିପାରୁ ନାହାଁନ୍ତି । ଏହା ପୂର୍ବରୁ ଚୀନ୍ରୁ କୁହାଯାଇଥିଲା ଯେ ଶୀତ ମାସରେ ମଧ୍ୟ ଚୀନ୍ର ଅତି କମରେ 50 ହଜାରରୁ 60 ହଜାର ସୈନିକ ସୀମାରେ ରହିବେ, କିନ୍ତୁ ବର୍ତ୍ତମାନ ରିପୋର୍ଟ ହୋଇଛି ଯେ ଚୀନ୍ ସରକାର ସେଠାରେ ନିଜ ସେନାକୁ କିପରି ସେଠାରେ ରଖିବେ ତାହା ବୁଝି ପାରୁନାହାଁନ୍ତି ।












Click it and Unblock the Notifications