କଠୋର ହେଲେ ଦିଲ୍ଲୀ ସରକାର : ମାସ୍କ ନପିନ୍ଧିଲେ 2000 ଟଙ୍କା ଜରିମାନା
ମାସ୍କ ନପିନ୍ଧିଲେ 500 ଟଙ୍କା ପରିବର୍ତ୍ତେ 2000 ଟଙ୍କା ଜରିମାନା ଲାଗିବ | ଗୁରୁବାର ଦିଲ୍ଲୀରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ଏହି ଘୋଷଣା କରିଛନ୍ତି | ଦିଲ୍ଲୀବାସୀ ମାସ୍କ ପିନ୍ଧୁଛନ୍ତି, ତଥାପି କିଛିଟା କୋହଳ ରହିଛି | ଆମକୁ ଏହି ନିୟମକୁ କଡ଼ାକଡି କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |
ନୂଆଦିଲ୍ଲୀ : ମାସ୍କ ନପିନ୍ଧିଲେ 500 ଟଙ୍କା ପରିବର୍ତ୍ତେ 2000 ଟଙ୍କା ଜରିମାନା ଲାଗିବ | ଗୁରୁବାର ଦିଲ୍ଲୀରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ଏହା ଘୋଷଣା କରିଛନ୍ତି | ଦିଲ୍ଲୀବାସୀ ମାସ୍କ ପିନ୍ଧୁଛନ୍ତି, ତଥାପି କିଛିଟା କୋହଳ ରହିଛି | ଆମକୁ ଏହି ନିୟମକୁ କଡ଼ାକଡି କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

ଏଥି ସହିତ ସମସ୍ତ ସମସ୍ତ ଡାକ୍ତରଖାନା ଗୁଡ଼ିକୁ ଅତି ଜରୁରରୀ ନଥିବା ଅସ୍ତ୍ରୋପଚାରକୁ ସ୍ଥଗିତ ରଖିବାକୁ କହିଛନ୍ତି | ସମସ୍ତ ବେସରକାରୀ ଡାକ୍ତଖାନା ଗୁଡ଼ିକରେ 80 ପ୍ରତିଶତ ଆଇଯିୟୁ ଏବଂ 60 ପ୍ରତିଶତ ଆଇସିୟୁ ବେଡ୍ କରୋନା ରାଗୀଙ୍କ ପାଇଁ ସଂରକ୍ଷଣ ରଖିବାକୁ ଅନୁରୋଧ କରିଛନ୍ତି | ଏହି ଅବସରରେ ସେ କହିଛନ୍ତି, "ଯଦି ଆପଣଙ୍କର ଟଙ୍ଗସିଲ ଅପରେସନ୍ ଅଛି, ତେବେ ତୁମେ ଏହାକୁ ଆସନ୍ତା ମାସକୁ ସ୍ଥଗିତ କରିପାରିବ କାରଣ ଏହା ଏତେ ଜରୁରୀ ନୁହଁ |"
A fine of Rs 2000 will be imposed on anyone who is found not wearing a mask at a public place: Delhi CM Arvind Kejriwal #COVID19 pic.twitter.com/ysp15VsQVK
— ANI (@ANI) November 19, 2020
ବର୍ତ୍ତମାନର କୋଭିଡ୍ ପରିସ୍ଥିତି ଯାହା ପ୍ରତ୍ୟେକ ଦିନ ସଂକ୍ରମଣ ସମସ୍ତ ପୂର୍ବ ରେକର୍ଡକୁ ଖଣ୍ଡନ କରୁଛି | ଏହା ରାଜନୀତି କରିବାର ସମୟ ନୁହେଁ | ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ କାହିଁକି ଚାହିଁବିନି ଦିଲ୍ଲୀବାସୀ ଛଟ୍ ପୂଜା ପାଳନ କରନ୍ତୁ ? ଏହା ଏକ ପବିତ୍ର ପର୍ବ, ଲୋକମାନେ ଅହାକୁ ପାଳନ କରନ୍ତୁ କିନ୍ତୁ ନିଜ ଘର ଭିତରେ | ପୋଖରୀ କିମ୍ବା ଅନ୍ୟ ଜଳାଶୟ ନିକଟରେ ବାହାରେ ଏକାଠି ହୁଅନ୍ତୁ ନାହିଁ | ଏହା ଦ୍ୱାରା ସଂକ୍ରମଣ ବ୍ୟାପକ ହୋଇପାରେ |"
'ଦିଲ୍ଲୀରେ ଯେତେବେଳେ କରୋନା ସଂକ୍ରମଣ ବଢୁଛି, ଏହା ଦିଲ୍ଲୀବାସୀଙ୍କ ପାଇଁ କଷ୍ଟକର ସମୟ | ଏହା ରାଜନୀତି କରିବାର ସମୟ ନୁହଁ | ରାଜନୀତି ପାଇଁ ସାରା ଜୀବନ ଅଛି | କିଛି ଦିନ ରାଜନୀତି ଏବଂ ଅଭିଯୋଗରୁ ଉର୍ଦ୍ଧ୍ୱକୁ ଯାଇ ଲୋକଙ୍କର ସେବା କରିବାକୁ ହେବ', ବୋଲି ସେ ଏହି ବୈଠକରେ କହିଛନ୍ତି |
ଏହି ବୈଠକରେ ଯୋଗଦେଇ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା କହିଛନ୍ତି, ଦିଲ୍ଲୀ ସରକାର ସଠିକ୍ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି | ଯଦି ଆପ୍ ସରକାର ସଠିକ୍ ପଦକ୍ଷେପ ନେଇଥାନ୍ତେ ତେବେ, ଲୋକମାନେ ଏକାଠି ପୂଜା କରିବାରେ କୌଣସି ଅସୁବିଧା ହୋଇନଥାନ୍ତା | କୋଭିଡ୍ ଗାଇଡଲାଇନେ ସହିତ ସମସ୍ତ ଦୋକାନ ବଜାର ଖୋଲା ରହିବା ଉଚିତ୍ | ଏଥି ସହିତ ଆଇସିୟୁ ବେଡ୍ ଏବଂ ଭେଣ୍ଟିେଟରର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି |
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications