ନଭେମ୍ଭର 26ରେ ଭାରତ ବନ୍ଦ ଡାକରା

ଆସନ୍ତା ନଭେମ୍ବର26 ତାରିଖ ଗୁରୁବାର ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(ଏଆଇବିଇଏ) ତରଫରୁ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି | କେନ୍ଦ୍ରସରକାରଙ୍କ ସରକାରୀ କ୍ଷେତେରର ଘରୋଇକରଣ ଏବଂ ନୀତନ ଚାଷୀ ଆଇନକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଛି ବ୍ୟାଙ୍କ କର୍ମଚାରୀ ସଂଘ |

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର26 ତାରିଖ ଗୁରୁବାର ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(ଏଆଇବିଇଏ) ତରଫରୁ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି | କେନ୍ଦ୍ରସରକାରଙ୍କ ସରକାରୀ କ୍ଷେତ୍ରରେ ଘରୋଇକରଣ ଏବଂ ନୂତନ ଚାଷୀ ଆଇନକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଛି ବ୍ୟାଙ୍କ କର୍ମଚାରୀ ସଂଘ | ଏହି ବନ୍ଦ ଡାକରାକୁ ଅନ୍ୟ 10ଟି ଶ୍ରମିକ ସଙ୍ଗଠନ ସମର୍ଥନ କରିବେ |

Bharat-Bandh

ଅଖିଳ ଭାରତୀୟ କୃଷକ ସଂଘ, ଭାରତୀ କିଷାନ ସଂଘ, ଅଖିଳ ଭାରତୀୟ କିଷାନ ମହାସଂଘ, ଅଖିଳ ଭାରତୀୟ କିଷାନ ସଙ୍ଘର୍ଷ ସଂଯୋଜକ କମିଟି ଏହି ଆନ୍ଦଳନରେ ସାମିଲ ହେବେ | ଏଥି ସହିତ କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ରର କୃଷକମାନେ ଏଥିରେ ସାମିଲ ହେବେ‌ | ଏଥି ସହିତ ଅଖିଳ ଭାରତୀୟ ବାଣିଜ୍ୟ ସଂଘ କଂଗ୍ରେସ, ଜାତୀୟ ବାଣିଜ୍ୟ ସଂଘ କଂଗ୍ରେସ, ସେଣ୍ଟର ଅଫ୍ ଇଣ୍ଡିଆନ୍ ଟ୍ରେଡ୍ ୟୁନିୟନ, ହିନ୍ଦ ମଜଦୁର ସଭା ଏବଂ ଟ୍ରେଡ୍ ୟୁନିୟନ୍ କୋଅର୍ଡିନେସନ୍ ସେଣ୍ଟର ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛନ୍ତି |

ଏଥିରେ ବୀମା, ବ୍ୟାଙ୍କିଙ୍ଗ, ରେଳବାଇ ଏବଂ ରାଜ୍ୟ ତଥା କେନ୍ଦ୍ର ସରକାରୀ ଅନୁଷ୍ଠାନର କର୍ମଚାରୀ ସଂଗଠନମାନ ମଧ୍ୟ ଏହି ଦେଶବ୍ୟାପୀ ବନ୍ଦରେ ଅଂଶ ଗ୍ରହଣ କରିବେ |

ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ତରଫରୁ କୁହାଯାଇଛି ମହାରାଷ୍ଟ୍ରର 10 ହଜାର ଉଭୟ ସରକାରୀ ଏବଂ ବେସରକାରୀ ବ୍ୟାଙ୍କର ପ୍ରାୟ 30 ହଜାର କର୍ମଚାରୀ ଏହି ବନ୍ଦଡାକରା ରେ ସାମିଲ ହେବେ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+