ତତ୍କାଳ ବନ୍ଦ ହେବ ନାହିଁ ଆନ୍ଦୋଳନ, ସଂସଦରେ ଆଇନ ରଦ୍ଦ ନ ହେବା ଯାଏଁ କରାଯିବ ଅପେକ୍ଷା : ରାକେଶ ଟିକାୟିତ୍
ତିନୋଟି କୃଷି କାନୁନ ପ୍ରତ୍ୟାହାର କରିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ମଧ୍ୟ ବର୍ତ୍ତମାନ ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି କହିଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ରାକେଶ ଟିକାୟିତ ।
ନୂଆଦିଲ୍ଲୀ : ତିନୋଟି କୃଷି କାନୁନ ପ୍ରତ୍ୟାହାର କରିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ମଧ୍ୟ ବର୍ତ୍ତମାନ ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି କହିଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ରାକେଶ ଟିକାୟିତ । ରାକେଶ ଟିକାୟିତ ଟ୍ୱିଟ୍ କରି କହିଛନ୍ତି, "ଆନ୍ଦୋଳନ ତତ୍କାଳ ପ୍ରତ୍ୟାହାର ହେବ ନାହିଁ, ଆମେ ସେହି ଦିନକୁ ଅପେକ୍ଷା କରିବୁ ଯେବେ କୃଷି କାନୁନକୁ ସଂସଦରେ ରଦ୍ଦ କରାଯିବ । ସରକାର ଏମ୍ଏସପି ସହ କୃଷକଙ୍କ ଅନ୍ୟ ଦାବି ଉପରେ ମଧ୍ୟ ଆଲୋଚନା କରନ୍ତୁ ।"

ସୂଚନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ 9 ଟାରେ ଦେଶକୁ ସମ୍ବୋଧିତ କରୁଥିବାବେଳେ ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛନ୍ତି । ଏହି ବଡ ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି ଯେ ଆଇନକୁ ବିରୋଧ କରୁଥିବା କୃଷକମାନେ ବର୍ତ୍ତମାନ ନିଜ ଘରକୁ ଫେରି ଯାଆନ୍ତୁ, କ୍ଷେତକୁ ଯାଇ ଏକ ନୂଆ ଆରମ୍ଭ କରନ୍ତୁ ।
आंदोलन तत्काल वापस नहीं होगा, हम उस दिन का इंतजार करेंगे जब कृषि कानूनों को संसद में रद्द किया जाएगा ।
सरकार MSP के साथ-साथ किसानों के दूसरे मुद्दों पर भी बातचीत करें : @RakeshTikaitBKU#FarmersProtest
— Rakesh Tikait (@RakeshTikaitBKU) November 19, 2021
ଏନଡିଏ ସରକାର 2020 ମସିହାରେ ସଂସଦରେ ବିଲ ପାସ ହେବା ପରେ ମୋହର ମାରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନୂତନ ଚାଷୀ ଆଇନକୁ ନେଇ ଦେଶରେ ଏକ ପ୍ରକାର ଆନ୍ଦୋଳନର ଅଗ୍ନି ଲାଗିଥିଲା । ଆନ୍ଦୋଳନ, ହରକତ ଏପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି । ଯାହା ସରକାରଙ୍କୁ ଏକ ପ୍ରକାର ଅକଳରେ ପକାଇଥିଲା । କୃଷି ଆଇନ ପ୍ରତ୍ୟାହାର ନେଇ କୌଣସି ମଧ୍ୟ ସୂଚନା ନଥିବାବେଳେ ଅଚାନକ ଏଭଳି ବଡ଼ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଚଳିତ ମାସରେ ହେବାକୁ ଥିବା ସଂସଦୀୟ ଅଧିବେଶନରେ ତିନି କୃଷି ଆଇନ ଉଚ୍ଛେଦ ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି ।












Click it and Unblock the Notifications