For Quick Alerts
Turn On Notification  
For Daily Alerts
Oneindia App Download

ଗଣତନ୍ତ୍ର ଦିବସରେ ସ୍ୱଦେଶୀ ବନ୍ଧୁକରେ ତୋପ ସଲାମୀ

ପୂର୍ବରୁ ପାରମ୍ପରିକ ଭାବରେ ଗଣତନ୍ତ୍ର ଦିବସରେ 21 ତୋପ ସଲାମୀ ପାଇଁ ବ୍ରିଟିଶ ଯୁଗର 25 ପାଉଣ୍ଡର ଆର୍ଟିଲିରି ବନ୍ଧୁକ ବ୍ୟବହାର କରାଯାଉଥିଲା । କିନ୍ତୁ ଏଥର ଭାରତରେ ନିର୍ମିତ 105 ମିଲିମିଟର ଇଣ୍ଡିଆନ ଫିଲ୍ଡ ବନ୍ଧୁକରେ ଦିଆଯିବ ସଲାମୀ ।

|
swadesi gun

ନୂଆଦିଲ୍ଲୀ : 74 ତମ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତ ହେଉଛି ସାରା ଦେଶ । ସାରା ଦେଶରେ ଏହି ଦିନକୁ ଅତି ସମ୍ମାନର ସହ ପାଳନ କରିବାକୁ ସରକାର ଓ ସେନା ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି । ଏହା ସହିତ ଆତ୍ମନିର୍ଭର ଦିଗରେ ଅଗ୍ରସର ହେଉଛି ଭାରତ । ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ସ୍ୱଦେଶୀ ବନ୍ଧୁକରେ ଦିଆଯିବ 21 ତୋପ ସଲାମ । ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବାକୁ ଆରମ୍ଭ ହୋଇଛି ଏହି ପ୍ରୟାସ ।

ଚଳିତ ବର୍ଷ ଗଣତନ୍ତ୍ର ଦିବସରେ 21 ତୋପ ସଲାମୀ ପାଇଁ ବ୍ୟବହାର ହେବ ସ୍ୱଦେଶୀ ଫିଲ୍ଡ ବନ୍ଧୁକ । ହଟିବ 25 ବିଦେଶୀ ପାଉଣ୍ଡ ବନ୍ଧୁ ।

ଏହା ପୂର୍ବରୁ ପାରମ୍ପରିକ ଭାବରେ ଗଣତନ୍ତ୍ର ଦିବସରେ 21 ତୋପ ସଲାମୀ ପାଇଁ ବ୍ରିଟିଶ ଯୁଗର 25 ପାଉଣ୍ଡର ଆର୍ଟିଲିରି ବନ୍ଧୁକ ବ୍ୟବହାର କରାଯାଉଥିଲା । କିନ୍ତୁ ଏଥର ଭାରତରେ ନିର୍ମିତ 105 ମିଲିମିଟର ଇଣ୍ଡିଆନ ଫିଲ୍ଡ ବନ୍ଧୁକରେ ଦିଆଯିବ ସଲାମୀ ।

ଦିଲ୍ଲୀ AIR ମୁଖ୍ୟ ମେଜର ଜେନେରାଲ ଭବନିଶ କୁମାର କହିଛନ୍ତି ଯେ, ଆମେ ସ୍ୱଦେଶୀ କରଣ ଦିଗରେ ଗତି କରୁଛୁ । ଏବେ ଆମର ସମସ୍ତ ଯନ୍ତ୍ରପାତି ଏବଂ ହତିଆର ସ୍ୱଦେଶୀ ହେବ । ଏହା ସହିତ ଚଳିତ ବର୍ଷ 74 ତମ ଗଣତନ୍ତ୍ର ଦିବସ ପରେଡରେ ଅଧିକାଂଶ ପ୍ରତିରକ୍ଷା ଉପକରଣ ସ୍ୱଦେଶୀ ଭାବେ ପ୍ରଦର୍ଶନ କରାଯିବ । ଏହି ପରେଡ୍ ରେ ଆକାଶ ଅସ୍ତ୍ରଶସ୍ତ୍ର ସିଷ୍ଟମ, ରୁଦ୍ର ଏବଂ ଏଲଏଚ ଧ୍ରୁବ ଭଳି ହେଲିକପ୍ଟ ଆଦି ପ୍ରଦର୍ଶନରେ ସାମିଲ ରହିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
The 21-Gun Salute Will Be From Desi 105mm Indian Field Guns
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X