ଗଣତନ୍ତ୍ର ଦିବସରେ ସ୍ୱଦେଶୀ ବନ୍ଧୁକରେ ତୋପ ସଲାମୀ
ପୂର୍ବରୁ ପାରମ୍ପରିକ ଭାବରେ ଗଣତନ୍ତ୍ର ଦିବସରେ 21 ତୋପ ସଲାମୀ ପାଇଁ ବ୍ରିଟିଶ ଯୁଗର 25 ପାଉଣ୍ଡର ଆର୍ଟିଲିରି ବନ୍ଧୁକ ବ୍ୟବହାର କରାଯାଉଥିଲା । କିନ୍ତୁ ଏଥର ଭାରତରେ ନିର୍ମିତ 105 ମିଲିମିଟର ଇଣ୍ଡିଆନ ଫିଲ୍ଡ ବନ୍ଧୁକରେ ଦିଆଯିବ ସଲାମୀ ।

ନୂଆଦିଲ୍ଲୀ : 74 ତମ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତ ହେଉଛି ସାରା ଦେଶ । ସାରା ଦେଶରେ ଏହି ଦିନକୁ ଅତି ସମ୍ମାନର ସହ ପାଳନ କରିବାକୁ ସରକାର ଓ ସେନା ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି । ଏହା ସହିତ ଆତ୍ମନିର୍ଭର ଦିଗରେ ଅଗ୍ରସର ହେଉଛି ଭାରତ । ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ସ୍ୱଦେଶୀ ବନ୍ଧୁକରେ ଦିଆଯିବ 21 ତୋପ ସଲାମ । ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବାକୁ ଆରମ୍ଭ ହୋଇଛି ଏହି ପ୍ରୟାସ ।
ଚଳିତ ବର୍ଷ ଗଣତନ୍ତ୍ର ଦିବସରେ 21 ତୋପ ସଲାମୀ ପାଇଁ ବ୍ୟବହାର ହେବ ସ୍ୱଦେଶୀ ଫିଲ୍ଡ ବନ୍ଧୁକ । ହଟିବ 25 ବିଦେଶୀ ପାଉଣ୍ଡ ବନ୍ଧୁ ।
ଏହା ପୂର୍ବରୁ ପାରମ୍ପରିକ ଭାବରେ ଗଣତନ୍ତ୍ର ଦିବସରେ 21 ତୋପ ସଲାମୀ ପାଇଁ ବ୍ରିଟିଶ ଯୁଗର 25 ପାଉଣ୍ଡର ଆର୍ଟିଲିରି ବନ୍ଧୁକ ବ୍ୟବହାର କରାଯାଉଥିଲା । କିନ୍ତୁ ଏଥର ଭାରତରେ ନିର୍ମିତ 105 ମିଲିମିଟର ଇଣ୍ଡିଆନ ଫିଲ୍ଡ ବନ୍ଧୁକରେ ଦିଆଯିବ ସଲାମୀ ।
ଦିଲ୍ଲୀ AIR ମୁଖ୍ୟ ମେଜର ଜେନେରାଲ ଭବନିଶ କୁମାର କହିଛନ୍ତି ଯେ, ଆମେ ସ୍ୱଦେଶୀ କରଣ ଦିଗରେ ଗତି କରୁଛୁ । ଏବେ ଆମର ସମସ୍ତ ଯନ୍ତ୍ରପାତି ଏବଂ ହତିଆର ସ୍ୱଦେଶୀ ହେବ । ଏହା ସହିତ ଚଳିତ ବର୍ଷ 74 ତମ ଗଣତନ୍ତ୍ର ଦିବସ ପରେଡରେ ଅଧିକାଂଶ ପ୍ରତିରକ୍ଷା ଉପକରଣ ସ୍ୱଦେଶୀ ଭାବେ ପ୍ରଦର୍ଶନ କରାଯିବ । ଏହି ପରେଡ୍ ରେ ଆକାଶ ଅସ୍ତ୍ରଶସ୍ତ୍ର ସିଷ୍ଟମ, ରୁଦ୍ର ଏବଂ ଏଲଏଚ ଧ୍ରୁବ ଭଳି ହେଲିକପ୍ଟ ଆଦି ପ୍ରଦର୍ଶନରେ ସାମିଲ ରହିବ ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications