Get Updates
Get notified of breaking news, exclusive insights, and must-see stories!

ଅନନ୍ତନାଗରେ ନାକା ପାର୍ଟି ଉପରେ ଆକ୍ରମଣ କଲେ ଆତଙ୍କବାଦୀ, ଯବାନ ଆହତ

ଆତଙ୍କବାଦୀ ସଂଗଠନ ବର୍ତ୍ତମାନ କାଶ୍ମୀର ଉପତ୍ୟକାରେ ଗୁପ୍ତ ଭାବରେ ଆକ୍ରମଣ କରୁଛନ୍ତି । ଏହି ସମୟରେ ଶୁକ୍ରବାର ଦିନ ଅନନ୍ତନାଗ ଜିଲ୍ଲାର ବିଜବିହାଡ଼ା ଅଞ୍ଚଳରେ ଆତଙ୍କବାଦୀମାନେ ପୋଲିସ ଏବଂ CRPF ର ମିଳିତ ଦଳ ଉପରେ ଆକ୍ରମଣ କରିଥିଲେ ।

କାଶ୍ମୀର : ଆତଙ୍କବାଦୀ ସଂଗଠନ ବର୍ତ୍ତମାନ କାଶ୍ମୀର ଉପତ୍ୟକାରେ ଗୁପ୍ତ ଭାବରେ ଆକ୍ରମଣ କରୁଛନ୍ତି । ଏହି ସମୟରେ ଶୁକ୍ରବାର ଦିନ ଅନନ୍ତନାଗ ଜିଲ୍ଲାର ବିଜବିହାଡ଼ା ଅଞ୍ଚଳରେ ଆତଙ୍କବାଦୀମାନେ ପୋଲିସ ଏବଂ CRPF ର ମିଳିତ ଦଳ ଉପରେ ଆକ୍ରମଣ କରିଥିଲେ । ଏଥିରେ ଜଣେ ପୋଲିସ୍ ଆହତ ହୋଇଥିବା କୁହାଯାଉଛି । ଘଟଣାର ତୁରନ୍ତ ପରେ ସୈନିକମାନେ ସମଗ୍ର ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି ।

jammu and kashmir

ସୂଚନାନୁସାରେ, ବିଜବିହାଡ଼ା ବ୍ଲକରେ ପୋଲିସ ଏବଂ CRPF କର୍ମଚାରୀମାନେ ରୁଟିନ୍ ଡ୍ୟୁଟିରେ ଥିଲେ । ସେଠାରେ କିଛି ଆତଙ୍କବାଦୀ ଆସି ଗୁଳି ଚଳାଇଥିଲେ । ଯେଉଁଥିରେ ଜଣେ ଯବାନ ଆହତ ହୋଇଥିଲେ, ତାଙ୍କୁ ତୁରନ୍ତ ନିକଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଆକ୍ରମଣ ପରେ ସୈନିକମାନେ ପାଲଟା ଜବାବ ଦେବା ମାତ୍ରେ ଆତଙ୍କବାଦୀମାନେ ସେଠାରୁ ପଳାଇ ଯାଇଥିଲେ । ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଏହା ସହିତ ସମସ୍ତ ନାକାକୁ ମଧ୍ୟ ସଚେତନ କରାଯାଇଥିଲା ।

ଆପଣଙ୍କୁ କହି ରଖୁଛୁ ଗତ 24 ଘଣ୍ଟା ମଧ୍ୟରେ କାଶ୍ମୀରରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ । ଏହାପୂର୍ବରୁ ଗୁରୁବାର ରାତିରେ ଆତଙ୍କବାଦୀମାନେ ବିହାରର ମାଧେପୁରାରୁ ଆସିଥିବା ଜଣେ ପ୍ରବାସୀ ଶ୍ରମିକ ମହମ୍ମଦ ଆମରେଜଙ୍କୁ ଗୁଳି କରିଥିଲେ । ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ଆତଙ୍କବାଦୀମାନେ ବାନ୍ଦିପୋରା ଜିଲ୍ଲାର ଅଜାଠାରେ ଅବସ୍ଥିତ ସାଡୁନାରା ଅଞ୍ଚଳରେ ରାତି ପ୍ରାୟ 12.30 ସମୟରେ ଜଣେ ସ୍ଥାନୀୟ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+