ଆସାମରେ ଆତଙ୍କବାଦୀ ସଂଗଠନ AQIS ସକ୍ରିୟ, ଗୃହ ମନ୍ତ୍ରଣାଳୟ ତତ୍ପର, ଏନଆଇଏ କରିବ ଯାଞ୍ଚ
ଗୃହ ମନ୍ତ୍ରଣାଳୟ (MHA) ଭାରତୀୟ ଉପ-ମହାଦେଶରେ ଅଲ-କାଏଦା (AQIS) ଦ୍ୱାରା ଆସାମର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ନେଇ ଇନପୁଟ ପାଇବା ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) କୁ ଯାଞ୍ଚର ନିର୍ଦ୍ଦେଶ ଦେଇଛି ।
ଦିସପୁର : NIA ଯାଞ୍ଚର ସାମ୍ନ କରିବ ଗଜୱା-ଇ-ହିନ୍ଦ । ଗୃହ ମନ୍ତ୍ରଣାଳୟ (MHA) ଭାରତୀୟ ଉପ-ମହାଦେଶରେ ଅଲ-କାଏଦା (AQIS) ଦ୍ୱାରା ଆସାମର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ନେଇ ଇନପୁଟ ପାଇବା ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) କୁ ଯାଞ୍ଚର ନିର୍ଦ୍ଦେଶ ଦେଇଛି ।

NIA ର FIR ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି ଯେ ଆସାମର ବିଭିନ୍ନ ଜିଲ୍ଲାରେ AQIS ର ମଡ୍ୟୁଲ୍ ସକ୍ରିୟ ଥିଲା । ବାଂଲାଦେଶ ସ୍ଥିତ ଆତଙ୍କବାଦୀ ସଂଗଠନ ଅନସାରୁଲ୍ଲା ବାଙ୍ଗଳା ଟିମ୍ (ଏବିଟି) ସହିତ ଏହାର ଲିଙ୍କ ମଧ୍ୟ ଥିଲା । 2014 ରେ ପ୍ରତିଷ୍ଠିତ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଅଲ-କାଏଦାର ଏକ ଶାଖା AQIS ଆଫଗାନିସ୍ତାନ, ପାକିସ୍ଥାନ, ଭାରତ, ବର୍ମା ଏବଂ ବାଂଲାଦେଶରେ ସକ୍ରିୟ ଥିବା ଜଣାପଡ଼ିଛି । ଏହି ଗୋଷ୍ଠୀ ଦେଶରେ ଏକ ଇସଲାମିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ AQIS ଜିହାଦ୍ କୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି ।
ଏନଆଇଏ ଅନୁଯାୟୀ, 'ଗଜୱା-ଇ-ହିନ୍ଦ' ହେଉଛି ଏକ ଶବ୍ଦ ଯାହା ଆତଙ୍କବାଦୀ ସଂଗଠନ ଦ୍ୱାରା ଭାରତ ବିରୁଦ୍ଧରେ ଯୁଦ୍ଧକୁ ଧାର୍ମିକ ତଥା ପବିତ୍ର ବୋଲି ଚିତ୍ରଣ କରିବା ବ୍ୟତୀତ ସେମାନଙ୍କ ଅହେତୁକ ଆତଙ୍କବାଦୀ ଆକ୍ରମଣକୁ ଯଥାର୍ଥ ବୋଲି କହିଛି ।
ଗଜୱା-ଇ-ହିନ୍ଦ ର ଯାଞ୍ଚ ନେଇ ଗୃହ ମନ୍ତ୍ରଣାଳୟ ଏପରି ସମୟରେ ନିର୍ଦ୍ଦେଶ ଦେଇଛି ଯେଉଁ ସମୟରେ ଭାରତୀୟ କର୍ତ୍ତୃପକ୍ଷ ଆସାମର ଦୁଇଟି ମଦରସା କୁ ଜିହାଦି କାର୍ଯ୍ୟକଳାପକୁ ପ୍ରୋତ୍ସାହିତ ଦେବା ଅଖଭିଯୋଗରେ ନଷ୍ଟ କରିଦେଇଛନ୍ତି । ଆସାମର ବାରପେଟା ଜିଲ୍ଲାର ଏକ ମଦରସା ଅଗଷ୍ଟ 29 ରେ ଭଙ୍ଗା ଯାଇଥିଲା । ଏହି ମଦରସାକୁ AQIS ଦ୍ୱାରା ଏକ ତାଲିମ କେନ୍ଦ୍ର ଭାବରେ ବ୍ୟବହାର କରାଯାଉଥିଲା ବୋଲି ଦାବି କରାଯାଇଥିଲା । ଗତ ଅଗଷ୍ଟ 31 ରେ ବଙ୍ଗାଇଗାଓଁ ଜିଲ୍ଲାରେ ଅନ୍ୟ ଏକ ମଦରସା ଭାଙ୍ଗି ଦିଆଯାଇଥିଲା । ଏକ ସପ୍ତାହ ପୂର୍ବରୁ, AQIS ସହିତ ଲିଙ୍କ୍ ସନ୍ଦେହରେ ବଙ୍ଗାଇଗାଓଁ ମଦରସାର ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଥିଲା ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications