ଅଣ କାଶ୍ମୀରୀ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ମାନେ ଜଣେ ପ୍ରବାସୀ ବିହାରୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଶ୍ରମିକ ଜଣକ ମହମ୍ମଦ ଅମରେଜ ବୋଲି ଜଣାପଡ଼ିଛି ।

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ ବନ୍ଦ ହେଉନାହିଁ । ଆତଙ୍କବାଦୀମାନେ ସାଧାରଣତଃ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରୁଛନ୍ତି । ଗତକାଲି ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ମାନେ ଜଣେ ପ୍ରବାସୀ ବିହାରୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଶ୍ରମିକ ଜଣକ ମହମ୍ମଦ ଅମରେଜ ବୋଲି ଜଣାପଡ଼ିଛି ।

army

ଅମରେଜ ବିହାରର ମଧେପୁରାର ବାସିନ୍ଦା । ବାନ୍ଦିପୋରା ଜିଲ୍ଲାର ଅଜାସର ସଦୁନାରା ଅଞ୍ଚଳରେ ରାତି ପ୍ରାୟ 12.30 ସମୟରେ ଜଣେ ଶ୍ରମିକଙ୍କୁ ଆତଙ୍ଗାବାଦୀ ଗୁଳି କରିଥିଲେ । ଆତଙ୍କବାଦୀ ଗୁଳିରେ ସେ ଆହତ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ।
ସୂଚନାଯୋଗ୍ୟ ଯେ ଗତ ଦୁଇ ଦିନ ଧରି ସୁରକ୍ଷା କର୍ମୀମାନେ ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏପରିକି ଏକ ଆର୍ମି କ୍ୟାମ୍ପରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ବେଳେ ଗୁଳି ବିନିମୟ ହୋଇ 4 ଜଣ ଯବାନ ସହିଦ୍ ହୋଇଥିଲେ ଏବଂ 2 ଆତଙ୍କୀ ନିହତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+