For Quick Alerts
Turn On Notification  
For Daily Alerts
Oneindia App Download

ଅଣ କାଶ୍ମୀରୀ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ମାନେ ଜଣେ ପ୍ରବାସୀ ବିହାରୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଶ୍ରମିକ ଜଣକ ମହମ୍ମଦ ଅମରେଜ ବୋଲି ଜଣାପଡ଼ିଛି ।

|

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ ବନ୍ଦ ହେଉନାହିଁ । ଆତଙ୍କବାଦୀମାନେ ସାଧାରଣତଃ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରୁଛନ୍ତି । ଗତକାଲି ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ମାନେ ଜଣେ ପ୍ରବାସୀ ବିହାରୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଶ୍ରମିକ ଜଣକ ମହମ୍ମଦ ଅମରେଜ ବୋଲି ଜଣାପଡ଼ିଛି ।

army

ଅମରେଜ ବିହାରର ମଧେପୁରାର ବାସିନ୍ଦା । ବାନ୍ଦିପୋରା ଜିଲ୍ଲାର ଅଜାସର ସଦୁନାରା ଅଞ୍ଚଳରେ ରାତି ପ୍ରାୟ 12.30 ସମୟରେ ଜଣେ ଶ୍ରମିକଙ୍କୁ ଆତଙ୍ଗାବାଦୀ ଗୁଳି କରିଥିଲେ । ଆତଙ୍କବାଦୀ ଗୁଳିରେ ସେ ଆହତ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ।
ସୂଚନାଯୋଗ୍ୟ ଯେ ଗତ ଦୁଇ ଦିନ ଧରି ସୁରକ୍ଷା କର୍ମୀମାନେ ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏପରିକି ଏକ ଆର୍ମି କ୍ୟାମ୍ପରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ବେଳେ ଗୁଳି ବିନିମୟ ହୋଇ 4 ଜଣ ଯବାନ ସହିଦ୍ ହୋଇଥିଲେ ଏବଂ 2 ଆତଙ୍କୀ ନିହତ ହୋଇଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Terrorist Killed Migrant Labour Of Bihar In Bandipora Of Jammu and kashmir
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X