ଜାମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷା କର୍ମୀ ଗୁଳିରେ ଆତଙ୍କୀ ନିହତ
ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷା କର୍ମୀମାନେ ଜଣେ ଆତଙ୍କବାଦୀକୁ ନିହତ କରିଛନ୍ତି । ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସମ୍ପର୍କରେ ସୁରକ୍ଷା କର୍ମୀମାନେ ସୂଚନା ପାଇବା ପରେ ସମଗ୍ର ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ୍ କରିଥିଲେ ।

ଏହି ସମୟରେ ସୁରକ୍ଷା କର୍ମୀ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ କିନ୍ତୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ମଧ୍ୟ ଗୁଳଇ ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି । ନିହତ ଆତଙ୍କୀର ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ ।
କାଶ୍ମୀର ଜୋନ ପୋଲିସ କହିଛିଯେ ଆତଙ୍କବାଦୀ ନିକଟରୁ ଅସ୍ତ୍ରଶସ୍ତ୍ର, କାର୍ଟ୍ରିଜ ଇତ୍ୟାଦି ସହିତ ଅନେକ ଆପତ୍ତିଜନକ ଜିନିଷ ମିଳିଥଛି । ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରାଯାଉଛି ।
ସୂଚନା ଅନୁଯାୟୀ, କୁଲଗାମ ଜିଲ୍ଲାର ହୁଭଡା ଗ୍ରାମରେ ଏହି ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ପୋଲିସ ଏବଂ ସେନା କର୍ମଚାରୀମାନେ ସାମିଲ ହୋଇଥିଲେ । ଏହି ଏନକାଉଣ୍ଟରରେ ଜାମ୍ମୁ କାଶ୍ମୀର ପୋଲିସର ଜଣେ ଯବାନ ଆହତ ହୋଇଛନ୍ତି ।
ଏହାପୂର୍ବରୁ ସେନା ଆତଙ୍କୀଙ୍କ ସୀମା ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଥିଲେ । କୁପୱାରା ଜିଲ୍ଲାରେ ଅନୁପ୍ରବେଶ ଉଦ୍ୟମକୁ ସେନା ପଣ୍ଡ କରିଥିଲା । ଏପରିକି କୁପୱାରାର ମାଖଲ ସେକ୍ଟରରେ ସେନା 5 ଆତଙ୍କବାଦୀଙ୍କୁ ନିହତ କରିଥିଲା ।












Click it and Unblock the Notifications