ପୁଲୱାମାରେ ସୁରକ୍ଷା ବାହିନୀ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ ସହିଦ
ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ପୁଲୱାମାରେ CRPF କନଭେନ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜାମ୍ମୁ କାଶ୍ମୀର ପୋଲିସର ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ଜଣେ CRPF ଯବାନ ଆହତ ହୋଇଛନ୍ତି ।
ଶ୍ରୀନଗର : ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ପୁଲୱାମାରେ CRPF କନଭେନ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜାମ୍ମୁ କାଶ୍ମୀର ପୋଲିସର ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ଜଣେ CRPF ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ପୁଲୱାମା ଜିଲ୍ଲାର ପିଙ୍ଗଲାନା ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା ।

ରାଜ୍ୟ ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ପିଙ୍ଗଲାନାରେ CRPF ଏବଂ ରାଜ୍ୟ ପୋଲିସର ମିଳିତ ଦଳ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ଯେଉଁଥିରେ ଜଣେ ପୋଲିସ ସହିଦ ହୋଇଥିବାବେଳେ ଜଣେ CRPF ଯବାନ ଆହତ ହୋଇଥିଲେ । କାଶ୍ମୀର ଜୋନ ପୋଲିସ ଦ୍ୱାରା କରାଯାଇଥିବା ଏକ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି । ଏଥିସହିତ ସୁରକ୍ଷା ବାହିନୀ ଆହତ ଯବାନଙ୍କୁ ଡାକ୍ତରଖାନା ନେବା ସହ ସମଗ୍ର ଅଞ୍ଚଳକୁ ସୁକକରକ୍ଷା କର୍ମୀ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।












Click it and Unblock the Notifications