ଶ୍ରୀନଗରର ଲାହପୋରା ଅଞ୍ଚଳରେ CRPF ଦଳ ଉପରେ ଆତଙ୍କବାଦୀ ଆକ୍ରମଣ, ଦୁଇ ଯବାନ ସହିଦ
ଶ୍ରୀନଗରରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ 2 ଜଣ ଯବାନ ସହିଦ୍ ହୋଇଛନ୍ତି । ଏଥିସହ ଅନ୍ୟ ଦୁଇ ଜଣ ସୈନିକ ମଧ୍ୟ ଆହତ ହୋଇଛନ୍ତି ।
ଜାମ୍ମୁ : ଉପତ୍ୟକାରେ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ଭାରତୀୟ ସେନା ନିରନ୍ତର କାର୍ଯ୍ୟ କରୁଛି । ଏଭଳି ପରିସ୍ଥିତିରେ ଆତଙ୍କବାଦୀମାନେ ପୁଣି ଥରେ ଭାରତୀୟ ସେନା ଉପରେ ଆକ୍ରମଣ କରିଛନ୍ତି । ଶ୍ରୀନଗରରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ 2 ଜଣ ଯବାନ ସହିଦ୍ ହୋଇଛନ୍ତି । ଏଥିସହ ଅନ୍ୟ ଦୁଇ ଜଣ ସୈନିକ ମଧ୍ୟ ଆହତ ହୋଇଛନ୍ତି । ଏହି ଆକ୍ରମଣ ଲାଭାପୋରା ଅଞ୍ଚଳରେ ହୋଇଛି । ଏହି ଆକ୍ରମଣ ପଛରେ ଲଶ୍କର-ଏ-ତୋଏବାର ହାତଥିବା କୁହାଯାଉଛି ।

CRPF ର ଲୋକସମ୍ପର୍କ ଅଧିକାରୀଙ୍କ କହିବାନୁସାରେ, ଏହି ଆକ୍ରମଣରେ 2 ଜଣ CRPF କର୍ମଚାରୀ ଆହତ ହୋଇଛନ୍ତି, ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାଶ୍ମୀରର ଆଇଜି ବିଜୟ କୁମାର ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି, ଦୁଇ ଜଣ CRPF କର୍ମଚାରୀଙ୍କ ମୃତ୍ୟୁ ହୋଇଥିା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣରେ ଲଶ୍କର-ଇ-ତାଇବା ସମ୍ପୃକ୍ତି ରହିଛି ।












Click it and Unblock the Notifications