ଜାମ୍ମୁରେ ସେନା ଉପରକୁ ଆତଙ୍କୀ ହାମଲା, ଜଣେ ଯବାନ ସହିଦ, 4 ଆତଙ୍କୀ ନିହତ

ଆକ୍ରମଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହା ବ୍ୟତୀତ ଅନ୍ୟ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଯବାନଙ୍କ ପାଲଟା ଗୁଳିରେ 4 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଶ୍ରୀନଗର : ଜାମ୍ମୁର ଚଡ୍ଡା କ୍ୟାମ୍ପ ନିକଟରେ ସିଆଇଏସ୍ଏଫ୍ ଯବାନଙ୍କ ଏକ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହା ବ୍ୟତୀତ ଅନ୍ୟ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଯବାନଙ୍କ ପାଲଟା ଗୁଳିରେ 4 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

jammu and kashmir

ଯବାନମାନେ ସକାଳ ପ୍ରାୟ 4.25 ମିନିଟ୍ ସମୟରେ ଡ୍ୟୁଟିକୁ ଯାଉଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଚଡ୍ଡା କ୍ୟାମ୍ପ ନିକଟରେ ବସ୍ ଉପରେ ଆକ୍ରମଣ କରିଥିଲେ । ସିଆଇଏସ୍ଏଫ୍ ଅଧିକାରୀ କହିଛନ୍ତି ଯେ ସିଆଇଏସ୍ଏଫ୍ ଏହି ଆକ୍ରମଣର ମୁକାବିଲା କରି ଆତଙ୍କବାଦୀଙ୍କୁ ଉପଯୁକ୍ତ ଉତ୍ତର ଦେଇଛି । କିନ୍ତୁ ଏହି ସମୟରେ ଜଣେ ASI ସହିଦ ହୋଇଥିବାବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି ।

ଜାମ୍ମୁର ଏଡିଜିପି ମୁକେଶ ସିଂ କହିଛନ୍ତି ଯେ ଆତଙ୍କବାଦୀମାନେ କୌଣସି ଘରେ ଲୁଚି ରହିଥାଇପାରନ୍ତି, ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଜାରି ରହିଛି । ପୋଲିସ କହିଛି ଯେ ଜାମ୍ମୁରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଅଛି ବୋଲି ଆମ ନିକଟରେ ଇନପୁଟ ଅଛି । ଆମେ ସମଗ୍ର ଅଞ୍ଚଳକୁ କର୍ଡନ କରିଛୁ । ଦୁଇ କିମ୍ବା ତିନି ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ପୋଲିସ ସନ୍ଦେହ କରୁଛି । ଆପଣଙ୍କୁ କି ରଖୁଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 23 ଅପ୍ରେଲରେ ଜାମ୍ମୁ ଯାଉଛନ୍ତି ଏବଂ ଧାରା 370 ରଦ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଜାମ୍ମୁ ଯାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+