ଜାମ୍ମୁ କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀ ଆକ୍ରମଣ, ଜଣେ ମହିଳାଙ୍କ ସମେତ 6 ଜଣ ଆହତ

ବାନ୍ଦିପୋରାର ସୁମ୍ବଲ ବ୍ରିଜ ଅଞ୍ଚଳରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଏଥିରେ ପ୍ରାୟ 6 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।

ଶ୍ରୀନଗର : ଜାମ୍ମୁ କାଶ୍ମୀରର ବାନ୍ଦିପୋରାରୁ ଏକ ବଡ଼ ଆତଙ୍କବାଦୀ ଆକ୍ରମଣର ଖବର ଆସୁଛି । ବାନ୍ଦିପୋରାର ସୁମ୍ବଲ ବ୍ରିଜ ଅଞ୍ଚଳରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଏଥିରେ ପ୍ରାୟ 6 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।

jammu and kashmir

ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ସୁମ୍ବଲ ବ୍ରିଜ ଅଞ୍ଚଳର ସୁମୋ ଟ୍ୟାକ୍ସି ଷ୍ଟାଣ୍ଡରେ ଗ୍ରେନେଡ ଆକ୍ରମଣ ହୋଇଥିଲା । ଏଥି ସହ କୁହାଯାଉଛି ଯେ ଏହି ଆକ୍ରମଣ ପରେ ଏହି ଅଞ୍ଚଳରେ ଆଉ ଏକ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳକୁ କର୍ଡନ କରି ଖୋଜାଖୋଜି କରୁଛନ୍ତି । ସମସ୍ତ ଆହତ ସାଧାରଣ ନାଗରିକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଆକ୍ରମଣ ପରେ ଜାମ୍ମୁ କାଶ୍ମୀର ପୋଲିସ ଏକ ବିବୃତ୍ତି ଜାରି କରି କହିଛି ଯେ ଆହତଙ୍କ ଦୁଇ ଜଣଙ୍କ ଅବସ୍ଥା ଗୁରୁତର, ସେମାନଙ୍କୁ ଚିକିତ୍ସା ପାଇଁ ଶ୍ରୀନଗରକୁ ନିଆଯାଇଛି । ଏଥିସହ ସେନା କନଭେନ ଆତଙ୍କବାଦୀଙ୍କ ଟାର୍ଗେଟ ଥିଲା ବୋଲି କୁହାଯାଉଛି । ପୋଲିସ ନିଜ ବିବୃତ୍ତିରେ କହିଛି, 'ସେନା କନଭେନ ବାହାରିବା ପୂର୍ବରୁ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଜଣେ ମହିଳାଙ୍କ ସମେତ 6 ଜଣ ଆହତ ହୋଇଥିଲେ । ସେଥିମଧ୍ୟରୁ ଦୁଇଜଣଙ୍କୁ ଶ୍ରୀନଗରର SMHS କୁ ଚିକିତ୍ସା ପାଇଁ ପଠାଯାଇଥିବାବେଳେ ଚାରିଜଣ ସୁମ୍ବଲରେ ଚିକିତ୍ସିତ ହେଉଛନ୍ତି । ବିସ୍ଫୋରଣ ପରେ ପୋଲିସ ଏବଂ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+