କୋଏମ୍ବାଟୁର କାର ବିସ୍ଫୋରଣରେ ଆତଙ୍କୀ ଷଡଯନ୍ତ୍ର ! ଏନଆଇଏ ଯାଞ୍ଚ ପାଇଁ ସୁପାରିଶ କଲେ ଷ୍ଟାଲିନ
କୋଏମ୍ବାଟୁର କାର ବିସ୍ଫୋରଣ ମାମଲାରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏକ ବଡ ପଦକ୍ଷେପ ନେଇଛନ୍ତି । ଏହି ମାମଲାରେ ସେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା ଯାଞ୍ଚ କରିବାକୁ ସୁପାରିଶ କରିଛନ୍ତି ।
ଚେନ୍ନାଇ : କୋଏମ୍ବାଟୁର କାର ବିସ୍ଫୋରଣ ମାମଲାରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏକ ବଡ ପଦକ୍ଷେପ ନେଇଛନ୍ତି । ଏହି ମାମଲାରେ ସେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା ଯାଞ୍ଚ କରିବାକୁ ସୁପାରିଶ କରିଛନ୍ତି । ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ବୋଲି ସେ କହିଛନ୍ତି । ଏହି କାରଣରୁ ସେ NIA ଯାଞ୍ଚ ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ କୋଏମ୍ବାଟୁର ପୋଲିସ କମିଶନର ଭି ବାଲାକ୍ରିଷ୍ଣନ୍ କହିଛନ୍ତି ଯେ ଆମେ ଏହି ମାମଲାରେ 5 ଜଣଙ୍କୁ ଗିରଫ କରିଛୁ । UAPA ଅଧୀନରେ ଏକ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ରବିବାର ଦିନ ତାମିଲନାଡୁର କୋଏମ୍ବାଟୁର କୋଟ୍ଟାଇ ଇଶ୍ୱରନ ମନ୍ଦିର ନିକଟରେ ଏକ କାର ଭିତରେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ଜଣେ 25 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାର ତଦନ୍ତ ବେଳେ ଆତଙ୍କବାଦୀ ଷଡଯନ୍ତ୍ର ଥିବା ନେଇ ପୋଲିସ ପକ୍ଷରୁ ପ୍ରକାଶ ପାଇଛି ।
ଏହି ବିସ୍ପୋରଣରେ ମୃତ୍ୟୁ ହୋଇଥିବା 25 ବର୍ଷିୟ ଜାମୀଜା ମୁବେନଙ୍କୁ ଏକ ମାମଲାରେ ପଚରାଉଚୁରା କରାଯାଇଥଇଲା । ସିଲିଣ୍ଡର ବିସ୍ଫୋରଣ ମାମଲାର ତଦନ୍ତ ଜାରି ରହିଥିବାବେଳେ ଜାମୀଜାଙ୍କ ଘରେ ଖୋଜାଖୋଜି ବେଳେ ପୋଲିସ କିଛି ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଏଥିସହ ପୋଲିସ ଏକ ସିସିଟିଭି ଫୁଟେଜ ମଧ୍ୟ ପାଇଛି ଯେଉଁଥିରେ ବିସ୍ଫୋରଣ ଦିନ ଜାମୀଜାଙ୍କ ବାସଭବନ ବାହାରେ ଏକ ଅଖା ଭିତରେ ଗୁଡ଼ାଇ ରଖାଯାଇଥିବା କିଛି ସାମଗ୍ରୀ ନେଇ ଯାଉଥିବା ଚାରିଜଣ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି ।












Click it and Unblock the Notifications