ନକଲି ସିମ୍ କାର୍ଡ ବିରୋଧରେ ହେବ କାର୍ଯ୍ୟନୁଷ୍ଠାନ
ନୂଆଦିଲ୍ଲୀ: ନକଲି ସିମ୍ କାର୍ଡ କିମ୍ବା ଜାଲ୍ ଡକ୍ୟୁମେଣ୍ଟ ଦେି ସିମ୍ କାର୍ଡ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ୍ । ସିମ୍ କାର୍ଡ ଜାଲିଆତି ବିରୋଧରେ ଗ୍ରହଣ କରାଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଟେଲିକମ ବିଭାଗ (DoT) ନୋ-ୟୋର-କଷ୍ଟମର (Know Your Customoer) ଭେରିଫିକେସନରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି ।

ଗୋଟିଏ ପରିଚୟ ପତ୍ରରେ ଜାରି ହେଉଥିବା ସିମ୍ କାର୍ଡର ସଂଖ୍ୟାକୁ ନଅରୁ 5 କୁ ହ୍ରାସ କରାଯିବା ନେଇ କରାଯାଉଛି ବିଚାରବିମର୍ଷ । ଡକ୍ୟୁମେଣ୍ଟର ଡିଜିଟାଲ୍ ଯାଞ୍ଚ, ସିମ୍ କାର୍ଡର ଅପବ୍ୟବହାର ପାଇଁ ଦଣ୍ଡବିଧାନ କରାଯିବ ।
ଡଟର ଟେଲିକମ୍ ଆନାଲିଟିକ୍ସ ଫର୍ ଫ୍ରଡ୍ ମ୍ୟାନେଜମେଣ୍ଟ ଆଣ୍ଡ କଞ୍ଜୁମର ପ୍ରୋଟେକ୍ସନ୍ (TAF-COP) ପାଇଁ ଏକ ପୋର୍ଟାଲ୍ ପ୍ରଚଳନ କରାଯିବ । ଏହା ଦ୍ୱାରା ଗ୍ରାହକମାନେ ନିଜ ନାଁରେ କେତୋଟି ସିମ୍ ରହିଛି ଯାଞ୍ଚ କରିପାରିବେ । ନିଜ ଅଜାଣତରେ ନିଜ ନାଁରେ ଥିବା ସିମ୍ କାର୍ଡ କନେକ୍ସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।
ଏହି ଯୋଜନାରେ TAF-COP ଏବଂ ସେଣ୍ଟ୍ରାଲ ଇକ୍ୱିପମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର (CEIR) ପୋର୍ଟାଲକୁ ସୁଦୃଢ଼ କରିବା ପାଇଁ ଯୋଜନା କରାଯାଇଛି । ଯାହା ଚୋରି କିମ୍ବା ଠକେଇ ପାଇଁ ବ୍ୟବହୃତ ହେଉଥିବା ମୋବାଇଲ ଡିଭାଇସକୁ ବ୍ଲାକ୍ ଲିଷ୍ଟ କରିବାରେ ସାହାଯ୍ୟ କରିଥାଏ ।












Click it and Unblock the Notifications