ତେଜସ୍ୱୀ ସୂର୍ଯ୍ୟ ଭୁଲରେ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିଦେଇଥିଲେ - ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
ବିମାନଟି ଭୂମିରେ ଥିବାବେଳେ ହଠାତ୍ ସୂର୍ଯ୍ୟଙ୍କ ହାତ ଜରୁରୀକାଳୀନ ଦ୍ୱାର ବଟନ୍ ଉପରେ ପଡ଼ିଯାଇଥିଲା । ଘଟଣାର କିଛି ସମୟ ପରେ ସୂର୍ଯ୍ୟ ପାଇଲଟ ଏବଂ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ।

ନୂଆଦିଲ୍ଲୀ: ଗତ ମାସରେ ଚେନ୍ନାଇ ବିମାନବନ୍ଦରରେ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ ହଠାତ୍ ଜରୁରୀକାଳୀନ ଫାଟକ ଖୋଲିଦେଇଥିଲେ । ଫଲରେ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା । ପରେ ଘଟଣାର ଅନୁସନ୍ଧାନ କରାଯାଇଥିଲା କିନ୍ତୁ ଯାତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଯଦିଓ ପ୍ରାରମ୍ଭରେ ଏହା ଏକ ସାଧାରଣ ଘଟଣା ବୋଲି କୁହାଯାଉଥିଲା, କିନ୍ତୁ ନିକଟରେ କଂଗ୍ରେସ ଅଭିଯୋଗ କରିଛି ଯେ ଏହି ଯାତ୍ରୀ ଜଣକ ହେଉଛନ୍ତି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ । ଏହି କାରଣରୁ ଅଧିକାରୀମାନେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିବୃତ୍ତି ଏହି ପ୍ରସଙ୍ଗରେ ସାମ୍ନାକୁ ଆସିଛି ।
ସିନ୍ଧିଆ କହିଛନ୍ତି ଯେ ତେଜସ୍ୱୀ ସୂର୍ଯ୍ୟ ବିମାନର ଜରୁରୀକାଳୀନ ଫାଟକ ଖୋଲିଦେଇଥିଲେ । ଏହି ମାମଲାରେ ସିନ୍ଧିଆ ବିଜେପି ସାସଂଦଙ୍କୁ ରକ୍ଷା କରିଛନ୍ତି । ମନ୍ତ୍ରୀଙ୍କ ଅନୁଯାୟୀ, ତଥ୍ୟକୁ ଦେଖିବା ଆବଶ୍ୟକ । ବିମାନଟି ଭୂମିରେ ଥିବାବେଳେ ହଠାତ୍ ସୂର୍ଯ୍ୟଙ୍କ ହାତ ଜରୁରୀକାଳୀନ ଦ୍ୱାର ବଟନ୍ ଉପରେ ପଡ଼ିଯାଇଥିଲା । ଘଟଣାର କିଛି ସମୟ ପରେ ସୂର୍ଯ୍ୟ ପାଇଲଟ ଏବଂ କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ଏହା ପରେ ପୁରା ପ୍ରୋଟୋକଲ୍ ଅନୁସରଣ କରାଯାଇଥିଲା । ଡିଜିସିଏ ଦ୍ୱାରା ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା, ପରେ ବିମାନ ଉଡ଼ାଣ ଭରିଥିଲା । ଏହି ଘଟଣା ପରେ ସୂର୍ଯ୍ୟ ନିଜେ କ୍ଷମା ମାଗିଛନ୍ତି ବୋଲି କହିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ ।
ଏହାସହ ଘଟଣାକୁ ନେଇ ବିରୋଧୀମାନେ ଦେଉଥିବା ବୟାନ ଉପରେ ସିନ୍ଧିଆ କିଛି କହିବାକୁ ମନା କରିଦେଇଛନ୍ତି ।












Click it and Unblock the Notifications