ଗୁଜୁରାଟ ସରକାରକୁ ଦୁର୍ବଳ କରିବା ପାଇଁ ଅହମ୍ମଦ ପଟେଲଙ୍କ ନିର୍ଦ୍ଦେଶରେ ଷଡଯନ୍ତ୍ର କରିଥିଲେ ତିସ୍ତା ସୀତଲୱାଡ଼ : SIT
2002 ଦଙ୍ଗା ପରେ ରାଜ୍ୟରେ ବିଜେପି ସରକାରକୁ ଦୁର୍ବଳ କରିବା ପାଇଁ କଂଗ୍ରେସର ସ୍ୱର୍ଗୀୟ ନେତା ଅହମ୍ମଦ ପଟେଲଙ୍କ ନିର୍ଦ୍ଦେଶରେ ତିସ୍ତା ସୀତଲୱାଡ଼ ଏକ ବଡ଼ ଷଡ଼ଯନ୍ତ୍ର କରିଥିଲେ ବୋଲି ଦାବି କରି ତାଙ୍କ ଜାମିନ ଆବେଦନକୁ ବିରୋଧ କରାଯାଇଛି ।
ନୂଆଦିଲ୍ଲୀ : 2002 ଦଙ୍ଗା ପରେ ରାଜ୍ୟରେ ବିଜେପି ସରକାରକୁ ଦୁର୍ବଳ କରିବା ପାଇଁ କଂଗ୍ରେସର ସ୍ୱର୍ଗୀୟ ନେତା ଅହମ୍ମଦ ପଟେଲଙ୍କ ନିର୍ଦ୍ଦେଶରେ ତିସ୍ତା ସୀତଲୱାଡ଼ ଏକ ବଡ଼ ଷଡ଼ଯନ୍ତ୍ର କରିଥିଲେ ବୋଲି ଦାବି କରି ତାଙ୍କ ଜାମିନ ଆବେଦନକୁ ବିରୋଧ କରାଯାଇଛି ।

ଗୁଜରାଟର ଅହମ୍ମଦାବାଦରେ ସେସନ୍ କୋର୍ଟରେ ଦାଖଲ ହୋଇଥିବା ଏକ ଆଫିଡେଭିଟ୍ରେ ଏସଆଇଟି କହିଛି ଯେ ଏହି ଷଡଯନ୍ତ୍ର ମାଧ୍ୟମରେ ନିର୍ବାଚିତ ସରକାରକୁ ବରଖାସ୍ତ କିମ୍ବା ଅସ୍ଥିର କରିବା ନେଇ ଆବେଦନକାରୀଙ୍କ ରାଜନୈତିକ ଉଦ୍ଦେଶ୍ୟ ଥିଲା । ନିର୍ଦ୍ଦୋଶ ବ୍ୟକ୍ତିଙ୍କୁ ମିଛ ଉପାୟରେ ଫସାଇବା ବଦଳରେ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳରୁ ବେଆଇନ ଆର୍ଥିକ ତଥା ଅନ୍ୟାନ୍ୟ ଲାଭ ଏବଂ ପୁରସ୍କାର ଗ୍ରହଣ କରିଛନ୍ତି ।
ଜଣେ ସାକ୍ଷୀଙ୍କ ବିବୃତ୍ତି ଦର୍ଶାଇ ଏସଆଇଟି କହିଛି ଯେ ସ୍ୱର୍ଗତ ଅହମ୍ମଦ ପଟେଲଙ୍କ ନିର୍ଦ୍ଦେଶରେ ଏହି ଷଡଯନ୍ତ୍ର କରାଯାଇଛି । ଏହା ଅଭିଯୋଗ କରିଛି ଯେ ଅହମ୍ମଦ ପଟେଲଙ୍କ ନିର୍ଦ୍ଦେଶରେ 2002 ଗୋଦ୍ରା ଦଙ୍ଗା ପରେ ସୀତଲୱାଡ଼ଙ୍କୁ 30 ଲକ୍ଷ ଟଙ୍କା ମିଳିଥିଲା ।
ଆପଣଙ୍କୁ କହି ରଖୁଛୁ 2002 ଗୁଜୁରାଟ ଦଙ୍ଗା ମାମଲାରେ ପ୍ରମାଣ ତିଆରି ଅଭିଯୋଗରେ ସୀତଲୱାଡ଼ଙ୍କୁ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାରଙ୍କ ସହ ଗିରଫ କରାଯାଇଥିଲା । ଏହାର ଆଫିଡେଭିଟ୍ରେ ଏସଆଇଟି ଆହୁରି ଦାବି କରିଛି ଯେ ଦଙ୍ଗା ମାମଲାରେ ବିଜେପି ସରକାରଙ୍କ ବରିଷ୍ଠ ନେତାଙ୍କ ନାମକୁ ଦର୍ଶାଇବା ପାଇଁ ସୀତଲୱାଡ଼ "ସେତେବେଳେ ଦିଲ୍ଲୀରେ କ୍ଷମତାରେ ଥିବା ଏକ ପ୍ରମୁଖ ଜାତୀୟ ଦଳର ନେତାଙ୍କ ସହ ସାକ୍ଷାତ କରୁଥିଲେ" । ଅନ୍ୟ ଜଣେ ସାକ୍ଷୀ ଦାବି କରିଛନ୍ତି ଯେ 2006 ମସିହାରେ ସୀତଲୱାଡ଼ କଂଗ୍ରେସ ନେତାଙ୍କୁ ପଚାରିଥିଲେ ଯେ ଦଳ କାହିଁକି କେବଳ ଶବାନା ଏବଂ ଜାଭେଦଙ୍କୁ ସୁଯୋଗ ଦେଉଛି ଏବଂ ତାଙ୍କୁ ରାଜ୍ୟସଭାର ସଦସ୍ୟ କାହିଁକି କରୁନାହିଁ ?












Click it and Unblock the Notifications