Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀରୁ ଦୋହା ଅଭିମୁଖେ ଯାଉଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି, କରାଚି କଲା ଜରୁରୀକାଳୀନ ଅବତରଣ

ସୋମବାର ଦିନ ଦିଲ୍ଲୀରୁ ଦୋହା ଅଭିମୁଖେ ଯାଉଥିବା କତାର ଏୟାରୱେଜ୍ ବିମାନରେ ବୈଷୟିକ ତ୍ରୁଟି ଦେଖାଦେଇଛି । ଫଳରେ ଏହାକୁ ପାକିସ୍ତାନର କରାଚି ବିମାନବନ୍ଦରକୁ ଜରୁରୀକାଳୀନ ଅବତରଣ ପାଇଁ ପଠାଯାଇଥିଲା ।

ନୂଆଦିଲ୍ଲୀ : ସୋମବାର ଦିନ ଦିଲ୍ଲୀରୁ ଦୋହା ଅଭିମୁଖେ ଯାଉଥିବା କତାର ଏୟାରୱେଜ୍ ବିମାନରେ ବୈଷୟିକ ତ୍ରୁଟି ଦେଖାଦେଇଛି । ଫଳରେ ଏହାକୁ ପାକିସ୍ତାନର କରାଚି ବିମାନବନ୍ଦରକୁ ଜରୁରୀକାଳୀନ ଅବତରଣ ପାଇଁ ପଠାଯାଇଥିଲା । ବିମାନ କମ୍ପାନୀ ଅନୁଯାୟୀ ବିମାନରେ 100 ରୁ ଅଧିକ ଯାତ୍ରୀ ଥିଲେ । ବର୍ତ୍ତମାନ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଉଛି ।

qatar

କତାର ଏୟାରୱେଜ୍ ଅନୁଯାୟୀ, ମାର୍ଚ୍ଚ 21 ରେ QR579 ବିମାନ ଦିଲ୍ଲୀରୁ ଦୋହା ଅଭିମୁଖେ ଯାଉଥିଲା । ଆକାଶରେ ଏହାର କାର୍ଗୋ ହୋଲ୍ଡରେ ଧୂଆଁ ଦେଖିହବାକୁ ମିଳିଥିଲା, ଯାହା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା । ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବିମାନଟିକୁ କରାଚି ବିମାନ ବନ୍ଦରକୁ ସ୍ଥାନାନ୍ତର କରିଥିଲା । ବର୍ତ୍ତମାନ ପାଇଁ ବିମାନଟି ସେଠାରେ ନିରାପଦରେ ଅବତରଣ କରିଛି । ଅଳ୍ପ ସମୟରେ ଜରୁରୀକାଳୀନ ସେବା ମଧ୍ୟ ସେଠାରେ ପହଞ୍ଚି ଥିଲା ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।
ଏୟାରଲାଇନ୍ସ ଆହୁରି ମଧ୍ୟ କହିଛି ଯେ ଏ ବାବଦରେ ସେମାନଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଯାତ୍ରୀମାନଙ୍କୁ ଦୋହାକୁ ନେବା ପାଇଁ ଦ୍ୱିତୀୟ ବିମାନର ବ୍ୟବସ୍ଥା କରାଯାଉଛି । ଯାତ୍ରୀମାନଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ବିମାନ ସେବା କ୍ଷମା ପ୍ରାର୍ଥନା କରିଛି । ଏହା ସହିତ ଭବିଷ୍ୟତରେ ମଧ୍ୟ ଏପରି ଭୁଲ ଘଟିବ ନାହିଁ ବୋଲି କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+