ଶିକ୍ଷକ ନିଯୁକ୍ତି ଘୋଟାଲା : ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟ୍ଟାର୍ଜୀ ଗିରଫ, ଘନିଷ୍ଠଙ୍କ ଘରୁ ମିଳିଥିଲା 20 କୋଟି ଟଙ୍କା
ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟ୍ଟାର୍ଜୀଙ୍କୁ ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ଘୋଟାଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଶନିବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି ।
କୋଲକାତା : ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟ୍ଟାର୍ଜୀଙ୍କୁ ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ଘୋଟାଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଶନିବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ପାର୍ଥ ଚାଟ୍ଟାର୍ଜୀଙ୍କ ଗିରଫଦାରୀ ଜଣେ ଘନିଷ୍ଠ ସହାୟକଙ୍କଠାରୁ 20 କୋଟି ଟଙ୍କା ଜବତ ହେବାର ଗୋଟିଏ ଦିନ ପରେ ଆସିଛି । ସରକାରୀ ସୂତ୍ର ଅନୁଯାୟୀ, "ପାର୍ଥ ଚାଟ୍ଟାର୍ଜୀଙ୍କୁ ରାତାରାତି ପଚରାଉଚରା ପରେ ଗିରଫ କରାଯାଇଥିଲା । ତାଙ୍କୁ ଇଡି କାର୍ଯ୍ୟାଳୟକୁ ନିଆଯାଉଛି ।"

ପାର୍ଥ ଚାଟ୍ଟାର୍ଜୀ ବର୍ତ୍ତମାନ ପଶ୍ଚିମବଙ୍ଗର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଅଟନ୍ତି । ଏହି ଘୋଟାଲା ସେହି ସମୟର ଯେତେବେଳେ ସେ ଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ । ଇଡି ଏକ ବିବୃତ୍ତିରେ କହିଛି ଯେ ଉକ୍ତ ପରିମାଣ (20 କୋଟି) ଶିକ୍ଷକ ନିଯୁକ୍ତି ସ୍କାମର ଅପରାଧର ଆୟ ସହିତ ଜଡିତ ହୋଇପାରେ ।
ଶୁକ୍ରବାର ରାତିରେ ଇଡି କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ସମେତ ପାର୍ଥ ଚାଟ୍ଟାର୍ଜୀଙ୍କ ଘରେ ଚଢାଉ କରିଥିଲା । ପାର୍ଥ ଚାଟ୍ଟାର୍ଜୀ ସହାୟକ ଭାବେ ଜଣାଶୁଣା ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ ସମୟରେ ଇଡି 20 କୋଟି ନଗଦ ଟଙ୍କା ପାଇଥିଲା । 20 କୋଟି ଟଙ୍କା ମୂଲ୍ୟର 2000 ଏବଂ 500 ଟଙ୍କିଆ ନୋଟ୍ ଅର୍ପିତା ମୁଖାର୍ଜୀଙ୍କ ଘରେ ନଗଦ ଥିଲା । ଶନିବାର ଦିନ ଡଢାଉ ସକାଳେ ପାର୍ଥ ଚାଟ୍ଟାର୍ଜୀଙ୍କୁ ତାଙ୍କ ଘରୁ ଇଡି ଗିରଫ କରିଛି ।
ଅର୍ପିତା ମୁଖାର୍ଜୀଙ୍କ ଠଆରୁ 20 ରୁ ଅଧିକ ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି । ପାର୍ଥ ଚାଟ୍ଟାର୍ଜୀଙ୍କ ବ୍ୟତୀତ ଇଡି ରାଜ୍ୟ ଶିକ୍ଷା ମନ୍ତ୍ରୀ ପରେଶ ସି ଅଧିକାରୀ, ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଏବଂ ଅନ୍ୟମାନଙ୍କ ଉପରେ ମଧ୍ୟ ଅଭିଯୋଗ କରିଛନ୍ତି ।












Click it and Unblock the Notifications