ଆଖି ଭିତରେ ତ୍ରିରଙ୍ଗା ଆଙ୍କିଲେ ଶିଳ୍ପୀ, ଦେଶପ୍ରେମ ପାଇଁ ସୋଶାଲ ମିଡ଼ିଆରେ ସାଉଁଠୁଛନ୍ତି ପ୍ରଶଂସା
ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର 52 ବର୍ଷିୟ ୟୁଏମଟି ରାଜା ସ୍ୱାଧୀନତା ଦିବସ ପୂର୍ବରୁ ତାଙ୍କ ଆଖି ଭିତରେ ତ୍ରିରଙ୍ଗା ଆଙ୍କିଥିବାର ଫଟୋ ସେୟାର କରିଛନ୍ତି ।
ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶ ସ୍ୱାଧୀନତାର 75 ତମ ବାର୍ଷିକୀ ପାଳନ କରୁଛି । ସ୍ୱାଧୀନତାର 75 ବର୍ଷ ପାଳନ କରିବାକୁ କେନ୍ଦ୍ର ସରକାର 'ହର ଘର ତ୍ରିରଙ୍ଗା' ଅଭିଯାନ ଚଳାଉଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଅଗଷ୍ଟ 13 ରୁ 15 ମଧ୍ୟରେ ସମସ୍ତଙ୍କ ଘରେ ତ୍ରିରଙ୍ଗା ଲଗାଇବାକୁ ଅନୁରୋଧ କରିଥିଲେ । ଏହି ସବୁ ମଧ୍ୟରେ ସୋଶାଲ ମିଡିଆରେ ଜଣେ ଅଭିନବ ଦେଶପ୍ରେମୀ ଚର୍ଚ୍ଚରେ ରହିଛନ୍ତି । ବ୍ୟକ୍ତି ଜଣକ ଆଖି ଭିତରେ ତ୍ରିରଙ୍ଗା ଆଙ୍କିବା ପରେ ସାରା ଦେଶରେ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି ।

ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର 52 ବର୍ଷିୟ ୟୁଏମଟି ରାଜା ସ୍ୱାଧୀନତା ଦିବସ ପୂର୍ବରୁ ତାଙ୍କ ଆଖି ଭିତରେ ତ୍ରିରଙ୍ଗା ଆଙ୍କିଥିବାର ଫଟୋ ସେୟାର କରିଛନ୍ତି । ରାଜା ଜଣେ ମିନିଏଟର ଶିଳ୍ପୀ, ଯିଏକି ଅତି ସୂକ୍ଷ୍ମ ସ୍ଥାନରେ ସେମାନଙ୍କର କାରୁକାର୍ଯ୍ୟ କରିଥାନ୍ତି । ତାଙ୍କର ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି ।
ଶିଳ୍ପୀ ରାଜା ରବିବାର ଦିନ ତାଙ୍କ ଝିଅଙ୍କ ତତ୍ତ୍ୱାବଧାନରେ ତ୍ରିରଙ୍ଗା ଆଙ୍କି ଆଖିରେ ଲଗାଇଥିଲେ । ରାଜାଙ୍କ ଝିଅ ଜଣେ ଚକ୍ଷୁ ଡାକ୍ତର । ସେ ଆଖିରେ ତ୍ରିରଙ୍ଗା ଆଙ୍କିବା ପାଇଁ ମହମ ଏବଂ ଅଣ୍ଡାର ଧଳା ଅଂଶର ମଶ୍ରଣ ବ୍ୟବହାର କରିଥିଲେ । ରାଜା ପ୍ରଥମେ ଅଣ୍ଡାର ଧଳା ରଙ୍ଗର ଏକ ପତଳା ସ୍ତରରେ ତ୍ରିରଙ୍ଗା ଆଙ୍କିଥିଲେ ଏବଂ ପରେ ଏହାକୁ ଆଖିର ଧଳା ଅଂଶରେ ପ୍ରାୟ 20 ମିନିଟ୍ ପର୍ଯ୍ୟନ୍ତ ରଖିଥିଲେ ।
ରାଜା କହିଛନ୍ତି ଯେ ସେ ଦର୍ପଣକୁ ଦେଖି ପେଣ୍ଟିଂ ଶେଷ କରିଛନ୍ତି । ସେ କହିଛନ୍ତି ଯେ ଦର୍ପଣ ଉପରେ ନଜର ରଖିବା ତାଙ୍କୁ କଷ୍ଟସାଧ୍ୟ ଥିଲା କିନ୍ତୁ ବହୁ ଚେଷ୍ଟା ପରେ ସେ ପେଣ୍ଟିଂ ଶେଷ କରିଥିଲେ । ତେବେ ଅନ୍ୟମାନଙ୍କୁ ଏପରି ନ କରିବାକୁ ସେ ଚେତାବନୀ ଦେଇଛନ୍ତି । ରାଜା କହିଛନ୍ତି ଯେ, ମୁଁ ଜାତୀୟ ପତାକା ଆଙ୍କି ମୋ ଆଖିରେ ରଖି ଏହି ବାର୍ତ୍ତା ଦେହାକୁ ଚାହୁଁଛି ଯେ ଆମର ଜାତୀୟ ପତାକା କେତେ ମହତ୍ୱପୂର୍ଣ୍ଣ ଏବଂ ଏହାକୁ ଆମ ଆଖି ପରି ସୁରକ୍ଷିତ ରଖିବା ଉଚିତ୍ ।
ସୋଶାଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଲୋକମାନେ ତାଙ୍କ ଦେଶପ୍ରେମକୁ ପ୍ରଶଂସା କରୁଛନ୍ତି । ଏଥି ସହିତ କିଛି ଚକ୍ଷୁ ଡାକ୍ତର ଲୋକଙ୍କୁ ଏହା ନକରିବାକୁ ପରାମର୍ଶ ଦେଇଛନ୍ତି । ସେମାନେ କହିଛନ୍ତି ଯେ ଏହି ପଦାର୍ଥଗୁଡ଼ିକ ସାହାଯ୍ୟରେ ଆଖି ଭିତରେ ଥିବା ତ୍ରିରଙ୍ଗା ତିଆରି କରିବା ଦ୍ୱାରା ଆଖିରେ କ୍ଷତି ହୋଇପାରେ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications